ପୃଷ୍ଠା:Bikalpa Biswa.pdf/୧୯୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚରିତ୍ର । ସେତେବେଳେ ଇଣ୍ଡୋନେସିଆରେ ଦୁଇଟି ଏଆରଲାଇନ୍ ଥିଲା । ଇଣ୍ଟରନାସନାଲ ଏଆରଲାଇନ୍ ନାଁ ହେଲା ଗରୁଡ଼ ଓ ଡୋମେଷ୍ଟିକ୍ ଏଆରଲାଇନ୍ ନାଁ ‘ସଂପାତି’ । ନ ଜାଣିବା ଭଳି ଅହମ୍ମଦଙ୍କୁ ପଚାରିଲି ‘ସଂପାତି’ ମାନେ କ’ଣ ? କହିଲେ “ଜାଣିନାହାନ୍ତି ? ସୀତାଙ୍କୁ ହରଣ କରି ନେଉଥିବା ରାବଣଙ୍କ ପଥରୋଧ କରି ଯେଉଁ ପକ୍ଷୀରାଜ ଜଟାୟୁ ଲଢେଇ କରିଥିଲେ ‘ସଂପାତି’ ତାଙ୍କରି ସନ୍ତାନ ।” ସେ ପିତା ଜଟାୟୁଙ୍କଠାରୁ ଅଧିକ ବେଗରେ ଉଡ଼ି ପାରୁଥିଲେ ଓ ସୀତାଙ୍କ ଉଦ୍ଧାରପାଇଁ ଶ୍ରୀରାମଙ୍କୁ ସାହାଯ୍ୟ କରିଥିଲେ । ମତେ ଲାଗିଲା, ଭାରତ ଅପେକ୍ଷା ଏ ଦେଶର ଲୋକେ ରାମାୟଣ କଥା ବେଶି ଜାଣନ୍ତି, ରାମଙ୍କୁ ବେଶି ଶ୍ରଦ୍ଧା କରନ୍ତି ।

ଆମ ଦେଶର ଏକ ରାଜ୍ୟ ତାମିଲନାଡ଼ୁରେ ନାସ୍ତିକବାଦୀ ରାମସ୍ୱାମୀ ନାଇକରଙ୍କ ଅନ୍ଧ ସମର୍ଥକମାନେ ଥରେ ରାମଙ୍କ ଫଟୋରେ ଜୋତାମାଳ ପିନ୍ଧାଇ ରାସ୍ତାରେ ବୁଲାଇଥିଲେ । ପ୍ରତିକ୍ରିୟା ଓ ପରନିନ୍ଦାରେ ପରମ ଆନନ୍ଦ । ଏବେ ସେହି ରାଜ୍ୟର ଅହଙ୍କାରୀ ମୁଖ୍ୟମନ୍ତ୍ରୀ ପଚାରୁଛନ୍ତି ରାମ କିଏ ସେ, କୋଉ ଇଞ୍ଜିନୟିରିଂ କଲେଜରେ ପାଠ ପଢ଼ିଥିଲେ ? ଏହାର ଯଥାର୍ଥ ଉତ୍ତର ହେବ, କୋଣାର୍କ, ଖଜୁରାହ, ମିନାକ୍ଷୀ ମନ୍ଦିର, ରାଜାରାଣୀ, କାଠଯୋଡ଼ି ପଥର ବନ୍ଧ ଓ ତାଜମହଲ ଗଢ଼ିଥିବା କାରିଗରମାନେ କୋଉ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ ? ଆମ ରାଜ୍ୟରେ ଏକ ଉକ୍ତି ଅଛି - ସାତ କାଣ୍ଡ ରାମାୟଣ ଶୁଣି ସାରିଲା ପରେ ଜଣେ ମୂର୍ଖ (ଇଡିଅଟ୍) ପଚାରିଲା ସୀତା କିଏ ସେ ? ମାଈ କି ଅଣ୍ଡିରା ? ଏହିଭଳି ବ୍ୟକ୍ତିମାନେ ରାବଣଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ।

ତାଙ୍କ ରୁମକୁ ଯିବା ପୂର୍ବରୁ ଅହମ୍ମଦ ପଚାରିଲେ ଆମର ଫ୍ଲାଇଟ୍ କାଲି ଅପରାହ୍ନରେ, ଯଦି ଆପଣଙ୍କର ଆପତ୍ତି ନଥାଏ ତେବେ ଫେରିବା ପୂର୍ବରୁ ଆମେ ପ୍ରମ୍ବାନନ୍ ଓ ଗୁନୁଙ୍ଗ ମେରାପି ଦେଖି ଆସିବା । ମୁଁ ତତ୍‌କ୍ଷଣାତ୍ ରାଜି ହୋଇଗଲି । ପରଦିନ ସକାଳୁ ଆମେ ବାହାରିଲୁ ଗୁନୁଙ୍ଗ ମେରାପି - ସବୁଠାରୁ ବଡ଼ ଜୀବନ୍ତ ଆଗ୍ନେୟଗିରି । ଯେଉଁଠାରେ ଅଗ୍ନି ଉଦ୍‌ଗୀରଣ ହେଉଛି, ତା’ର ୫ କିଲୋମିଟର ଦୂରରୁ ଏକ ମଞ୍ଚା ଉପରେ ଚଢ଼ି ଫାୟାର୍ ମାଉଣ୍ଟେନ୍ ଗୁନୁଙ୍ଗ ମେରାପିର ପାଟିରୁ ବୋହି ଆସୁଥବସ ଉତ୍ତପ୍ତ ଲାର୍ଭାର ନ‌ଦୀ ଦେଖିଲୁ । ଭିକ୍ଟୋରିଆ ଓ ନାଏଗ୍ରା ଜଳପ୍ରପାତ ଚାରିପଟେ ଯେପରି ଜଳର ସମୁଦ୍ର ବ୍ୟାପିଥାଏ, ସେହିପରି ଗୁନୁଙ୍ଗ ମେରାପିର ୨୫ କିଲୋମିଟର ପରିଧି ଉତ୍ତପ୍ତ ଲାର୍ଭାର ପ୍ରବାହମାନ ସମୁଦ୍ର । ଏହି ଲାଭାଯୋଗୁଁ ଜାଭାର ମୃତ୍ତିକା ଅତ୍ୟନ୍ତ ଉର୍ବର । ଉତ୍ତର ଭାରତର ଗାଙ୍ଗେୟ ଉପତ୍ୟକା ପରି । ଏଠାରେ ଏକ ଘଣ୍ଟା ରହି ମନ୍ଦିରମାଳିନୀ ପ୍ରମ୍ବାନନ୍ ଅଭିମୁଖେ ଯାତ୍ରା କଲୁ । ରାସ୍ତାର ଉଭୟ ପାଶ୍ୱର୍ରେ ଧାନ କ୍ଷେତ ଓ ତା ପଛକୁ ଜଙ୍ଗଲ । କ୍ଷେତରେ କାମ କରୁଥିବା ଲୋକଙ୍କ ଭିତରୁ ଅଧିକାଂଶ ସ୍ତ୍ରୀ, ସବଳ, ହୃଷ୍ଟପୁଷ୍ଟ ଓ ହସମୁଖ । ପ୍ରକୃତି ଏ

ବିକଳ୍ପ ବିଶ୍ୱ

୧୯୯