ପୃଷ୍ଠା:Bikalpa Biswa.pdf/୨୦୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇନ୍ଦ୍ରଜାତିଙ୍କଠାରୁ ବିଦାୟ ନେଇ ସହର ଉପକଣ୍ଠରେ ଥିବା ଚିଡିଆଖାନା ଦେଖିବାକୁ ଗଲୁ । ଗେଟ୍‌ରେ ପୁଣି ଗଣେଶଙ୍କ ବିରାଟ ମୂର୍ତ୍ତି । ଗାଇଡ୍‌ଙ୍କୁ ପଚାରିଲି ଚିଡିଆଖାନାରେ ଏପରି ମୂର୍ତ୍ତି କାହିଁକି ? କହିଲେ ଏହା ମଣିଷ ଓ ପଶୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପ୍ରତୀକ ।

ସେଇଦିନ ସନ୍ଧ୍ୟାରେ ଫେରିଆସିଲୁ ଜାକର୍ତା । ତା’ଆରଦିନ ସକାଳେ ବାହାରିଲୁ ବାଲି ଦ୍ୱୀପ । ଜାକର୍ତାରୁ ଉଡାଜାହାଜରେ ଦୁଇ ଘଣ୍ଟାର ବାଟ । ଓଡ଼ିଶାର ସାଧବପୁଅଙ୍କୁ ଲାଗୁଥିଲା ଦୁଇ ମାସରୁ ଅଧିକ । ଲୋକସଂଖ୍ୟା ପ୍ରାୟ ୩୦ ଲକ୍ଷ ଏବଂ ଆୟତନ ୫୬୩୨ ବର୍ଗକିଲୋମିଟର । ପୂର୍ବରୁ ପଶ୍ଚିମ ପ୍ରାନ୍ତ ମଧ୍ୟରେ ଦୂରତା ୯୦ କିଲୋମିଟର, ଭୁବନେଶ୍ୱରରୁ ନୟାଗଡ ପର୍ଯ୍ୟନ୍ତ । ସୁଖ ଜଳବାୟୁ (୨୦ ରୁ ୩୩ ଡିଗ୍ରୀ) ଲୋକଙ୍କ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର, ଶାନ୍ତିପୂର୍ଣ୍ଣ ପରିବେଶ ଏବଂ ଅତି ଉତ୍କୃଷ୍ଟ ବେଳାଭୂମିଯୋଗୁଁ ବାଲି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସଦା ଉପରେ ଥାଏ । ପ୍ରତିିଦିନ ୨୦ଟି ବିମାନଭରା ପର୍ଯ୍ୟଟକ ଏଠାକୁ ଆସନ୍ତି । ଅନ୍ୟ ଆକର୍ଷଣ ହେଲା ବାଲିରେ ଥିବା ହିନ୍ଦୁ ଧର୍ମ, ସଭ୍ୟତା ଓ ସଂସ୍କୃତି । ଶତକଡା ୯୦ ଭାଗ ଲୋକ ହିନ୍ଦୁ । ଜଣେ ପର୍ଯ୍ୟଟକ କହିଲେ, ତମ ଭାରତରେ ହିନ୍ଦୁ ସଭ୍ୟତା, ସଂସ୍କୃତି ଭେଜାଲ ହୋଇ ଗଲାଣି - ଏଠି ନିର୍ଭେଜାଲ ।

ଅଙ୍ଗୁରା ରାଏ ବିମାନ ବନ୍ଦରରେ ଓହ୍ଲାଇ ରାଜଧାନୀ ଡେନ୍‌ପାସାରରେ ଥିବା ‘ତୀର୍ଥ ଗଙ୍ଗାଜଳ’ ହୋଟେଲ୍‌ରେ ରହିଲୁ । ଭାରତରେ ଏପରି ନାଁରେ ଗୋଟିଏ ହେଲେ ହୋଟେଲ୍ ନାହିଁ । ଆମ ବଡ଼ ବଡ଼ ହୋଟେଲ୍ ନାଁ ଲା’ମେରିଡିଆନ୍, ମେ ଫେଆର୍ ଲାଗୁନ୍, ହିଲଟ୍‌ନ୍ ପାଲ୍ ହାଇଟ୍‌ସ୍ ଇତ୍ୟାଦି । ପରଦିନ ଗଲୁ ଉଦୟନ ବିଶ୍ୱବିଦ୍ୟାଳୟ । ଉଭୟ ପଟେ ଧାନକ୍ଷେତ । ଆଗ୍ନେୟଗିରରି ଲାଭାରେ ଉର୍ବର ମୃତ୍ତିକା । । ସବୁଆଡ଼େ ଫୁଲର ମହକ, ବରଗଛ ଓ ତେନ୍ତୁଳି ଗଛ, ସବୁଆଡେ ଦୂରରୁ ଖୋଯାଏ, ପବିତ୍ର ପର୍ବତ ଗୁନୁଙ୍ଗ ଅଗଙ୍ଗ୍ । ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି କ୍ଷେତରେ କାମ କରୁଥବ। ସ୍ତ୍ରୀ ଲୋକ ଓ ଛୋଟ ପିଲା । ବାଲିରେ ଛୋଟ ପିଲାଙ୍କୁ କୁହାଯାଏ, ପରଲୋକରୁ ଫେରି ପୁନର୍ଜନ୍ମ ନେଇଥିବା ନୂତନ ଆତ୍ମା । ବାଲିର ମନ୍ଦିରସବୁ ଓଡ଼ଶ।ର ମନ୍ଦିର ଭଳି । ଘରସବୁ ବାସ୍ତୁ ଶାସ୍ତ୍ର ଅନୁସାରେ ତିଆରି । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର - ଏପରି ଚାରିଜାତି ଅଛନ୍ତି, କିନ୍ତୁ ଅସ୍ପୃଶ୍ୟତା ନାହିଁ , ଅନ୍ୟ ଜାତିରେ ବାହା ହେବାପାଇଁ ସାମାଜିକ ବାରଣ ନାହିଁ । ହରେକୃଷ୍ଣ, ସତ୍ୟସାଇ, ରବିଶଙ୍କର, ଆନନ୍ଦମାର୍ଗୀ, ମହେଶଯୋଗୀଙ୍କ ପ୍ରଭାବ ଏଠି ବେଶୀ । ପ୍ରତିବର୍ଷ ଲୋକେ ଭାରତକୁ ତୀର୍ଥ ଯାତ୍ରାରେ ଆସନ୍ତି ।

ବାଲିରେ ହିନ୍ଦୁ ଧର୍ମ ସମ୍ପର୍କରେ ଦୁଇଟି ଥିଓରି ଅଛି । କ୍ଷତ୍ରିୟ ଥିଓରି ଓ ବୈଶ୍ୟ

୨୦୪ ବିକଳ୍ପ ବିଶ୍ୱ