ପୃଷ୍ଠା:Bikalpa Biswa.pdf/୨୦୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମୃତ୍ୟୁଦଣ୍ଡ ବନାମ ପ୍ରତହିଂସା

ଦୁଇ ହଜାର ଛ’ ମସିହା ଅକ୍ଟୋବର ୫ ତାରିଖ ରବିବାର ଦିନ ଏକ ଇରାକୀ ଟ୍ରିବ୍ୟୁନାଲ, ଦେଶର ପୂର୍ବତନ ରାଷ୍ଟ୍ରପତି ସଦ୍ଧାମ ହୁସେନ୍‌ଙ୍କୁ ଫାଶିଦଣ୍ଡର ଆଦେଶ ଦେଲେ । ତାଙ୍କର ଅପରାଧ ହେଲା ସେ ୧୯୮୦ ମସିହାରୁ କ୍ରମାଗତ ଓ ନିଷ୍ଠୁର ଭାବରେ ହଜାର ହଜାର ସିଆ ମୁସଲମାନ୍‌ଙ୍କୁ ମୃତ୍ୟୁ ମୁଖକୁ ପଠାଇ ଦେଇଥିଲେ । ଇରାକ୍‌ର ସିଆ ବହୁଳ କୁର୍ଦସ୍ତ।ନର ବହୁ ନିର୍ଦ୍ଦୋଷ ଲୋକ ସଦ୍ଦାମଙ୍କ ଅତ୍ୟାଚାରର ଶିକାର ହୋଇଥିବା ପ୍ରମାଣିତ ହେବା ପରେ ଇରାକୀ କୋର୍ଟ ତାଙ୍କ ରାୟ ଦେଇଥିଲେ । ସେହିପରି ଆଜିକୁ ପ୍ରାୟ ୬୦ ବର୍ଷ ପୂର୍ବେ ନୁରେମ୍‌ବର୍ଗ ଟ୍ରିବ୍ୟୁନାଲ ହିଟଲର୍‌ଙ୍କ ସହଯୋଗୀମାନଙ୍କୁ ଇହୁଦୀମାନଙ୍କ ଗଣହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଆଦେଶ ଦେଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର୍‌ଙ୍କ ନାଜି ସରକାର ପ୍ରାୟ ତିରିଶ ଲକ୍ଷ ଇହୁଦୀଙ୍କୁ ବର୍ବରୋଚିତ ଭାବରେ ହତ୍ୟା କରିଥିଲେ । ଆମେରିକାର ରାଜଧାନୀ ୱାସିଂଟନ୍ ନଗରୀର ସ୍ଥାପିତ ହୋଲକଷ୍ଟ ମ୍ୟୁଜିଅମ୍‌ରେ ଏହି ଗଣହତ୍ୟାର କାହାଣୀ ପଢ଼ିଲେ ଓ ଦେଖିଲେ ଆଖିରେ ଲୁହ ଆସିଯାଏ । ୧୯୭୧ ମସିହାରେ ବାଂଲାଦେଶର ବହୁ ନେତା, ବୁଦ୍ଧଜିବୀ ଏହିପରି ଗଣହତ୍ୟାର ଶିକାର ହୋଇଥିଲେ ଏବଂ ସେମାନଙ୍କ ସ୍ମୃତିରେ ସରକାର ଢାକା ସହରରେ ଏକ ଶହୀଦ ତୋରଣ ତିଆରି କରିଛନ୍ତି ।

ଭାରତରେ ଗତ କୋଡ଼ିଏ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ ନିର୍ଦ୍ଦୋଷ ବ୍ୟକ୍ତି ଆତଙ୍କବାଦୀ ହିଂସାର ଶିକାର ହେଲେଣି । ଏମାନଙ୍କୁ ଦଣ୍ଡ ଦେବ କିଏ ? ଏ ସମ୍ପର୍କରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍ ଏବେ ବି ନୀରବ । ପଞ୍ଜାବ, କାଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଉତ୍ତରପୂର୍ବ ରାଜ୍ୟରେ ନିର୍ଦ୍ଦୋଷ ହତ୍ୟାଦ୍ୱାରା ଯେଉଁ ପରିବାରସବୁ ସର୍ବସ୍ୱାନ୍ତ ହୋଇଗଲେ, ସେମାନଙ୍କ ଦୁଃଖର ଉପଚାର କ’ଣ ? ସ୍ୱୟଂ ମହାତ୍ମାଗାନ୍ଧିଙ୍କୁ ଯଦି ନାଥୁରାମ ବିନାୟକ ଗଡ଼ସେଙ୍କର ବିଚାରକ ନିଯୁକ୍ତ କରାଯାଇଥାନ୍ତା,

ବିକଳ୍ପ ବିଶ୍ୱ ୨୦୭