ପୃଷ୍ଠା:Bikalpa Biswa.pdf/୨୧୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସବୁଠାରୁ କମ୍ ମର୍ଡର ହୁଏ, ସେଥିରୁ ସାତଟି ଦେଶରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ନାହିଁ । ଅପରାଧ ଯେତେ ଜଘନ୍ୟ ବା ବର୍ବର ହେଲେ ବି ମୃତ୍ୟୁଦଣ୍ଡ ତାହାର ଏକମାତ୍ର ଉତ୍ତର ବା ସମାଧାନ ନୁହେଁ । ଦଣ୍ଡ, ପ୍ରତିହିଂସା, ପ୍ରତିଶୋଧ ଓ ବିଚାର ମଧ୍ୟରେ ପାର୍ଥକ୍ୟ ରହିଛି । ତାକୁ ଚିହ୍ନିବା, ଜାଣିବା ଓ ସେହି ଅନୁସାରେ ବିଚାର ଓ ଶାସନ ବ୍ୟବସ୍ଥାକୁ ସଜାଡ଼ିବା, ଏବକାର ସଭ୍ୟ ସମାଜର ଲକ୍ଷ୍ୟ ହେବା ଉଚିତ୍ ।

୨୮ ଡିସେମ୍ବର, ୨୦୦୬

ବିକଳ୍ପ ବିଶ୍ୱ ୨୧୧