ପୃଷ୍ଠା:Bikalpa Biswa.pdf/୨୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୁଷିଆ, ପେରୁ, ସୁରିନାମ୍ ଓ ଚୀନ୍ ଦେଶରେ ୧୧୭ ବର୍ଷରୁ ଅଧିକ ବୟସର ଲୋକେ ବଞ୍ଚିଛନ୍ତି ବୋଲି ଦାବି କରାଯାଉଛି । ଏପରି କି ଜାର‌ଙ୍କ ରାଜତ୍ୱ ଆରମ୍ଭରେ ସାଇବେରିଆରେ ଜାତ ଜଣେ ମହିଳା ଏବେ ବି ବଞ୍ଚିଛନ୍ତି ବୋଲି କୁହାଯାଉଛି । ତେବେ କେଉଁ ଦେଶରେ କେତେ ବୟସାଧିକ ଲୋକ ୧୧୭ ବର୍ଷରୁ ଅଧିକ ସମୟ ବଞ୍ଚି ରହିଛନ୍ତି, ତାହା ଜାଣିବା ଯେତିକି ଆବଶ୍ୟକତା, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ପୃଥିବୀ ପୃଷ୍ଠରେ ଏବେ ବୟସ୍କଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ବିକାଶଧାରାର ଏହା ଏକ ଶୁଭ ଲକ୍ଷଣ । କାରଣ ବିକାଶର ଯେଉଁ ୩ଟି ମାପକାଠି ନିର୍ଦ୍ଧାରଣ କରାଯାଇଛି - ତା’ମଧ୍ୟରୁ ପ୍ରଥମ ମାପକାଠିଟି ହେଲା ଦୀର୍ଘ ଓ ସୁସ୍ଥ ଜୀବନ । ଅନ୍ୟ ଦୁଇଟି ହେଲା ଶିକ୍ଷା ଓ ଜୀବନଧାରଣର ମାନ । ଅତଏବ ଯେଉଁ ଦେଶରେ ଯେତେ ଅଧିକ ଲୋକ ଦୀର୍ଘଜୀବୀ, ସେ ଦେଶ ସେତିକି ବିକାଶଶୀଳ ଓ ଉନ୍ନତ । କିନ୍ତୁ ତା’ସାଙ୍ଗକୁ ଯୁବବର୍ଗଙ୍କ ଆନୁପାତିକ ସଂଖ୍ୟା ହ୍ରାସ ପାଇଲେ ଅଧିକ ସମସ୍ୟା ସୃଷ୍ଟି ହେବ । କାରଣ ପରିବାରରେ ପିଲା ଓ ବୁଢ଼ାଙ୍କ ଦାୟିତ୍ୱ ପ୍ରାପ୍ତବୟସ୍କ ମାନେ ତୁଲାଇଥାନ୍ତି ।

ଏହି ମାପକାଠି ଅନୁସାରେ ଓଡ଼ିଶାରେ ମଧ୍ୟ ବରିଷ୍ଠମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୦୧ ମସିହାରେ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସଂଖ୍ୟା ୨୭ ଲକ୍ଷ ଥିବା ବେଳେ, ୨୫ ବର୍ଷ ପରେ ୨୦୨୬ ମସିହାରେ ଏହି ସଂଖ୍ୟା ବଢ଼ି ୬୨ ଲକ୍ଷରେ ପହଞ୍ଚିବ । ଅର୍ଥାତ୍ ବୟସ୍କ ବ୍ୟକ୍ତିଙ୍କ ହାର ମୋଟ୍ ଜନସଂଖ୍ୟାର ୮ ପ୍ରତିଶତରୁ ବଢ଼ି ୧୪ ପ୍ରତିଶତ ହେବ । ଏବେ ଓଡ଼ିଶ।ରେ ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ଥିବା ବେଳେ ୨୦୨୬ ବେଳକୁ ଏହା ୭ ଲକ୍ଷ ୨୨ ହଜାରକୁ ଟପିଯିବ । ଏହି ସମୟ ମଧ୍ୟରେ ପୁରୁଷମାନଙ୍କର ଆୟୁଷ ୬୦ ରୁ ବଢ଼ି ୬୭ ଓ ମହିଳାମାନଙ୍କ ଆୟୁଷ ୬୨ ରୁ ବଢ଼ି ୭୧ ହେବ । ଭାରତରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ଏବେ ପ୍ରାୟ ୮ କୋଟି । ୧୯୫୦ ମସିହାରେ ଏହି ସଂଖ୍ୟା ଥିଲା ୨ କୋଟି । ହିସାବ କରାଯାଇଛି ଯେ ୨୦୫୦ ମସିହା ବେଳକୁ ପୃଥିବୀର ସବୁଠୁ ଅଧିକ ବୃଦ୍ଧ ଲୋକ ଥିବେ ଭାରତରେ ଏବଂ ସେତେବେଳକୁ ପୃଥିବୀରେ ୮୦ ବର୍ଷରୁ ଅଧିକ ବୟସର ଲୋକସଂଖ୍ୟା ପ୍ରାୟ ୩୭ କୋଟି ହୋଇଯାଇଥିବ । କେବଳ ଶତାୟୁଙ୍କ ସଂଖ୍ୟା ୨୨ ଲକ୍ଷ ଟପି ଯାଇଥିବ ।

ବିକଶିତ ଦେଶମାନଙ୍କରେ ବୁଢ଼ାବୁଢ଼ୀମାନଙ୍କ ସଂଖ୍ୟା ଅନ୍ୟ ଦେଶମାନଙ୍କ ଅପେକ୍ଷା ଶୀଘ୍ର ବଢ଼ିବାରେ ଲାଗିଛି । ଉାହରଣ ସ୍ୱରୂପ ଜାପାନ୍‌ରେ ଏବେ ପ୍ରତି ୫ ଜଣରେ

ବିକଳ୍ପ ବିଶ୍ୱ ୨୧୩