ପୃଷ୍ଠା:Bikalpa Biswa.pdf/୨୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଇ ଗାଁଟି କେତେ ବଡ଼ ବା କେତେ ଛୋଟ ? ମିଳିତ ଜାତିସଂଘର ସଭ୍ୟ ସଂଖ୍ୟା ଏବେ ୧୯୧ । ଯଦି ସେଇ ବିଶ୍ୱ ଗ୍ରାମଟିର ଲୋକସଂଖ୍ୟା ବା ପରିବାର ୧୯୧ ହୁଏ ତେବେ ସେ ଗାଁରେ କେତେ ଲୋକ ଧନୀ, କେତେ ମଧ୍ୟବିିତ୍ତ, କେତେ ଗରିବ ? ହ୍ୟୁମାନ୍ ଡେଭଲପ୍ମେଣ୍ଟ ରିପୋର୍ଟ ଅନୁସାରେ ଯଦି ଏହି ନୂଆ ଗାଁଟିକୁ ଅର୍ଥନୈତିକ ଦୃଷ୍ଟିରୁ ବାଣ୍ଟିବା, ତେବେ ସେଠାରେ ୫୬ଟି ପରିବାର ଧନୀ, ୭୦ଟି ପରିବାର ମଧ୍ୟବିତ୍ତ ଓ ବାକି ସବୁ ଗରିବ ବର୍ଗ । ପୁଣି ସେଥିରୁ ୧୧ଟି ପରିବାର ଏସିଆ ମହାଦେଶର । ମଧ୍ୟବିତ୍ତ ପରିବାର ମଧ୍ୟରୁ ୨୬ଟି ପରିବାର ଏସିଆ ଅଧିବାସୀ । ଭାରତ ମଧ୍ୟବିତ୍ତ ପରିବାରରେ ଗଣାଯିବ । ପାକିସ୍ତାନ ରହିବ, ଗରିବ ପରିବାରଙ୍କ ସହ, ନେପାଳ, ଭୂଟାନ୍, ଆଫଗାନିସ୍ତାନ ସାଙ୍ଗରେ ।

ଦକ୍ଷିଣ ଏସିଆ ଅଧିବାସୀ ଶ୍ରୀଲଙ୍କା, ମାଳଦ୍ୱୀପ ଓ ବାଂଲାଦେଶ ଭାରତ ସହ ରହିବେ । ଗାଁର ସବୁଠାରୁ ଦରିଦ୍ର ପରିବାର ହେବ ନାଇଜର । ଏସିଆର ଦଶଟି ଦେଶ ନାଇଜରଠାରୁ ସାମାନ୍ୟ ଉଚ୍ଚ ଅବସ୍ଥାରେ ରହିବେ । ୧୯୧ଟି ପରିବାର ମଧ୍ୟରୁ ୫୬ଟି ପରିବାର ହାତରେ ଗାଁର ତିନି ଭାଗ ସମ୍ପତ୍ତି ରହିବ । ଗତ କୋଡ଼ିଏ ବର୍ଷର ଅର୍ଥନୈତିକ ଓ ମାନବୀୟ ପ୍ରଗତିର ଧାରା ଅନୁଧ୍ୟାନ କରି ବିଶେଷଜ୍ଞମାନେ କହନ୍ତି ଯେ ଧନୀ ଓ ଉନ୍ନତ ଦେଶମାନଙ୍କ ସ୍ତରରେ ପହଞ୍ଚିବାପାଇଁ ମଧ୍ୟବିତ୍ତ ଦେଶମାନଙ୍କୁ ପ୍ରାୟ ୧୭ ବର୍ଷ ଲାଗିବ । ଅନୁନ୍ନତ ଗରିବ ଦେଶମାନେ ଦେଢ଼ଶହରୁ ଦୁଇଶହ ବର୍ଷ ମଧ୍ୟରେ ସେହି ସ୍ତରକୁ ଉଠିପାରିବେ । ବିଶ୍ୱ ଗ୍ରାମର ଲୋକେ ସମୂହ ଚେଷ୍ଟାଦ୍ୱାରା ସମସ୍ତ ପରିବାରଙ୍କୁ ଏକ ସ୍ତରକୁ ଉଠାଇ ନ ପାରିଲେ, ଆସନ୍ତା ୨୦୦ ବର୍ଷ ଧରି ସେ ଗ୍ରାମରେ ଶୋଷଣ, କଳହ, ବାଦବିବାଦ ଓ ଅଶାନ୍ତି ଲାଗି ରହିବ ।

ଏହାଛଡ଼ା ବିଶ୍ୱ ଗ୍ରାମରେ ବିଭିନ୍ନ ଭାଷାଭାଷୀ, ବିଭିନ୍ନ ଧର୍ମାବଲମ୍ବୀ ଓ ଭିନ୍ନ ଭିିନ୍ନ ସମ୍ପ୍ରଦାୟ ଓ ଗୋଷ୍ଠୀର ଲୋକେ ବସବାସ କରିବେ । ସେମାନଙ୍କର ଚାଲିଚଳଣି, ବେଶଭୂଷା, ପୂଜାପାଠ ଅଲଗା ଅଲଗା ହେବ । ନିଉ ହାମ୍ପସାୟାର କଲେଜର ଡୋନେଲା ମିଡେ଼ା ତାଙ୍କ ‘ଷ୍ଟେଟ୍ ଅଫ୍ ଭିଲେଜ୍ ରିପୋର୍ଟ୍’ରେ ଏହି ନୂଆ ବିଶ୍ୱ ଗ୍ରାମର ଏକ ସରଳ ରୂପରେଖ ଦେଇଛନ୍ତି । ଏହି ନୂଆ ଗାଁର ଚିତ୍ର ଏହିପରି ହେବ - ହଜାରେ ଗ୍ରାମବାସୀଙ୍କ ମଧ୍ୟରୁ ୫୮୪ଜଣ ହେବେ ଏସିଆନ୍, ୧୨୩ ଜଣ ଆଫ୍ରିକାନ୍, ୯୫ ଜଣ ୟୁରୋପୀୟ, ୮୪ ଜଣ ଲାଟିନ୍ ଆମେରିକା, ୫୨ ଜଣ ଉତ୍ତର ଆମେରିକୀୟ, ୫୫ ଜଣ ରୁଷିଆ ଓ ପୂର୍ବତନ ସୋଭିଏଟ୍ ୟୁନିଅନ୍ ବାସିନ୍ଦା, ଅଷ୍ଟ୍ରେଲିଆନ୍ ୬ ଜଣ । ବିଶ୍ୱଗ୍ରାମର ବାସିନ୍ଦାମାନେ ପରସ୍ପର ସହ କଥାଭାଷା ହେବା ମୁସ୍କିଲ୍ ହେବ - ଗୋଟିଏ

ବିକଳ୍ପ ବିଶ୍ୱ ୨୧୭