ପୃଷ୍ଠା:Bikalpa Biswa.pdf/୨୨୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସ୍ମୃତି, ମୂର୍ତ୍ତି ଓ ମାୟା

ମୂର୍ତ୍ତି, ପ୍ରତିମୂର୍ତ୍ତି ଓ ସ୍ମାରକୀ ଜରିଆରେ ମଣିଷକୁ ମହାପୁରୁଷ ଓ ଈଶ୍ୱର କରିବା ଉଉ୍ୟମ ଜାରି ରହିଛି । ଏବେ ରାଜ୍ୟର ବିକାଶପାଇଁ ଉଦ୍ଧିଷ୍ଟ ଅର୍ଥକୁ ନିଜ ପ୍ରତିମୂର୍ତ୍ତି ସ୍ଥାପନରେ ବିନିର୍ବ୍ୟୟ କରିଥିବା ଅଭିଯୋଗ ପାଇ ଦେଶର ଉଚ୍ଚତମ ନ୍ୟାୟାଳୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ନିକଟକୁ ନୋଟିସ୍ ପଠାଇଛନ୍ତି । ନିଜର ଓ ନିଜ ଦଳର ନେତାଙ୍କର ୪୦ଟି ପ୍ରତିମୂର୍ତ୍ତି, ନିର୍ବାଚନ ଚିହ୍ନ ଓ ସ୍ମାରକୀ ନିର୍ମାଣପାଇଁ ରାଜକୋଷର ଦୁଇହଜାର କୋଟି ଟଙ୍କା ବରବାଦ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏହା ଭାରତୀୟ ରାଜନୀତି କ୍ଷେତ୍ରରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଓ କଳଙ୍କିତ ଘଟଣା ବୋଲି କୁହାଯାଉଛି । ମାୟାବତୀଙ୍କ ଉଦାହରଣରେ ଉତ୍ସାହିତ ହୋଇ ଉତ୍ତରପ୍ରଦେଶ ଭାଦୋହି ସହରନିବାସୀ ପୂର୍ବତନ ଦୁର୍ଦ୍ଦାନ୍ତ ଡକାୟତ ଜଗନ୍ନାଥ ବିନ୍ଦ ମଧ୍ୟ ଏବେ ନିଜ ଘର ସାମନା ରାସ୍ତା ଉପରେ ନିଜର ପ୍ରତମୂର୍ତ୍ତି ସ୍ଥାପନପାଇଁ ଲାଗି ପଡ଼ିଛନ୍ତି । ୫୯ ବର୍ଷ ବୟସ୍କ ଜଗନ୍ନାଥଙ୍କ ବିରୁଦ୍ଧରେ ୩୨ଟି ହତ୍ୟା, ଲୁଣ୍ଠନ କେଶ୍‌ର ଇତିହାସ ରହିଛି । ଆଗେ ମୃତ୍ୟୁ ପରେ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଥିଲା, ଏବେ ଜୀଇଁ ଥାଉ ଥାଉ ନେତାମାନେ ନିଜ ମୂର୍ତ୍ତି ନିଜେ ଗଢ଼ାଇ ସରକାରୀ ପଇସାରେ ସ୍ମାରକୀ ତୋଳି ବସାଇ ଦେଉଛନ୍ତି । ବିଭିନ୍ନ ଅନୁଷ୍ଠାନକୁ ନିଜ ନାଁରେ ନାମିତ କରି ଉଦ୍‌ଘାଟନ ଉତ୍ସବରେ ନିଜେ ମୁଖ୍ୟଅତିଥି ହୋଇଯାଉଛନ୍ତି ।

ଓଡ଼ିଶାରେ କେତେକ ଜାଗାରେ ନେତାମାନେ ସରକାରୀ ପଇସାରେ ନିଜ ନାଁରେ ସ୍କୁଲ, ଷ୍ଟାଡିଅମ ଇତ୍ୟାଦି ନାମିତ କରୁଛନ୍ତି । ସଦ୍ଦାମ ହୁସେନ୍ ଇରାକ୍‌ରେ ରାଷ୍ଟ୍ରପତି ଥିବା ବେଳେ ନିଜର ବଡ଼ ବଡ଼ ପ୍ରତିମୂର୍ତ୍ତିମାନ ଗଢାଇ କେନ୍ଦ୍ର ସ୍ଥଳମାନଙ୍କରେ ପ୍ରତିଷ୍ଠା କରି ଦେଇଥିଲେ । ତାଙ୍କ ରାଜତ୍ୱର ଅବସାନ ପରେ ଇରାକୀମାନେ ପ୍ରତିମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କରିଦେଲେ । ସେହିପରି ରୁଷିଆ ଓ ଚୀନ୍‌ରେ ଲେନିନ୍ ଓ ମାଓଙ୍କ ଭଳି

୨୨୦ ବିକଳ୍ପ ବିଶ୍ୱ