ପୃଷ୍ଠା:Bikalpa Biswa.pdf/୨୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସ୍ୱତନ୍ତ୍ର ପାହ୍ୟା ରାଜ୍ୟ କ’ଣ ଓ କାହିଁକି ?

ଓଡ଼ିଶାକୁ ‘ସ୍ୱତନ୍ତ୍ର ରାଜ୍ୟ’ର ଦର୍ଜା ଦେବାକୁ ତୃତୀୟ ଥରପାଇଁ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହା ଏକ ପୁରୁଣା ଦାବି ଓ ଏହାକୁ କେବଳ ବାରମ୍ବାର ଦୋହରାଇଲେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବ ନାହିଁ । ଏଥିପାଇଁ ରାଜ୍ୟ ଯୋଜନା ବୋର୍ଡ ଓ ନାମକରା ଅର୍ଥନୀତିଜ୍ଞମାନଙ୍କୁ ସଭାସମିତି ନୁହେଁ - କଠିନ ମେହେନତ କରିବାକୁ ପଡ଼ିବ । ବିହାର ରାଜ୍ୟର ଇଞ୍ଜିନିୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ବିଷୟରେ ସମସ୍ତଙ୍କଠାରୁ ଆଗୁଆ ଅଛନ୍ତି । ସେ ନିଜେ ବହୁ ପରିଶ୍ରମ କରି ଏ ସମ୍ପର୍କରେ ଯେଉଁ ତଥ୍ୟପୂର୍ଣ୍ଣ ବହି ଲେଖିଛନ୍ତି ତା’ର ନାଁ ହେଲା - ‘ସ୍ପେସିଆଲ କାଟେଗୋରି ଷ୍ଟାଟସ୍ : ଏ କେସ୍ ଫର୍ ବିହାର’ । ମେ ମାସ ୧୫ ତାରିଖ ଦିନ (୨୦୦୯), ଯେତେବେଳେ ସାରା ଦେଶ ନିର୍ବାଚନ ଫଳାଫଳ ଜାଣିବାପାଇଁ ଉତ୍କଣ୍ଠିତ ଥିଲା, ବିହାର ରାଜଧାନୀ ପାଟନାଠାରେ ନୀତୀଶଙ୍କ ଲିଖିତ ଦସ୍ତାବିଜ୍‌କୁ ଉନ୍ମୋଚନ କରିଥିଲେ ଖ୍ୟାତନାମା ଅର୍ଥଶାସ୍ତ୍ରୀ ଲର୍ଡ ମେଘନାଦ ଦେଶାଇ । ତା’ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନୀତୀଶ କହିଥିଲେ ଯେ କେନ୍ଦ୍ରରେ ଯେଉଁ ଗଠବନ୍ଧନ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦେବେ, ତାଙ୍କ ଦଳ ସେଇ ଗଠବନ୍ଧନକୁ ସରକାର ଗଢ଼ିବାପାଇଁ ସମର୍ଥନ ଦେବ । ବିହାରର ବାଣିଜ୍ୟ-ବ୍ୟବସାୟୀ ସଂଗଠନମାନେ ମଧ୍ୟ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ନୀତୀଶ ଦଳର ସ୍ୱାର୍ଥ ଉପରକୁ ଉଠି ରାଜ୍ୟର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟାପାଇଁ ଦାବିଦାର ଅନେକ । ଗୋଆ, ପଣ୍ଡିଚେରୀ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବହୁଦିନରୁ ଏପରି ଦାବି କରି ଆସୁଛନ୍ତି । ଏବେ

ବିକଳ୍ପ ବିଶ୍ୱ ୨୨୫