ପୃଷ୍ଠା:Bikalpa Biswa.pdf/୨୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ଦ।ବିକୁ ‘ଉଚ୍ଚ ସ୍ୱରରେ’ ଉପସ୍ଥାପିତ କରାଯିବ ବୋଲି ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବଳ ଉଚ୍ଚ ସ୍ୱରଦ୍ୱାରା କିଛି ମିଳିବ ନାହିଁ - ଏହାର ସମର୍ଥନରେ ତଥ୍ୟପୂର୍ଣ୍ଣ ଦସ୍ତାବିଜ ତିଆରି କରିବାକୁ ପଡିବ । ଭାରତ ସରକାରଙ୍କ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ଓଡ଼ିଶ।ର ପ୍ରାୟ ଅଧେ ଲୋକ ଦ।ରିଦ୍ର୍ୟ ସୀମାରେଖା ତଳେ, ଚାଳିଶ ଭାଗ ଲୋକ ତଫସିଲଭୁକ୍ତ ଜାତି ଓ ଜନଜାତି, ମୁଣ୍ଡପିଛା ଆୟ ସବୁଠୁ କମ୍, ଦୁଇ ତୃତୀୟାଂଶ ଅଞ୍ଚଳ ପାହାଡ଼ିଆ ଓ ଦୁର୍ଗମ, ଶତକଡା ୩୬ ନିରକ୍ଷର, ମାତୃ ଓ ଶିଶୁ ମୃତ୍ୟୁହାର ସର୍ବାଧିକ, ଅଧାରୁ ଅଧିକ ଅଞ୍ଚଳ ବନ୍ୟା, ବାତ୍ୟା ପ୍ରବଣ ଏବଂ ପ୍ରତିବିର୍ଷ ପ୍ରାୟ ୨୦ ଲକ୍ଷ ଲୋକ ପେଟ ବିକଳରେ ଭିଟାମାଟି ଛାଡିଥାନ୍ତି । ତେଣୁ ଯେଉଁ ରାଜ୍ୟଗୁଡିକୁ ସ୍ୱତନ୍ତ୍ର ପାହ୍ୟା ମିଳିଛି ସେମାନଙ୍କଠାରୁ ଓଡ଼ିଶାର ଅବସ୍ଥା ଅଧିକ ଉଦ୍‌ବେଗଜନକ । ଦେଶର ଜନସଂଖ୍ୟାର ପ୍ରାୟ ୪% ଓଡ଼ିଶାରେ, କେନ୍ଦ୍ରୀୟ ଅନୁଦାନରେ ଓଡ଼ିଶାର ଭାଗ ମାତ୍ର ୦.୭୩ ପ୍ରତିଶତ ।

ଏପର୍ଯ୍ୟନ୍ତ ଭାରତ ସରକାର ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେଇଛନ୍ତି । ସେମାନେ ହେଲେ ଉତ୍ତର-ପୂର୍ବ ଭାରତର ଆସାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ଅରୁଣାଚଳ ପ୍ରଦେଶ, ସିକିମ୍ ଓ ତ୍ରିପୁରା । ଅନ୍ୟ ତିନିଟି ରାଜ୍ୟ ହେଲେ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଞ୍ଚଳ । ଏ ସବୁ ରାଜ୍ୟ ଲୋକଙ୍କ ମୁଣ୍ଡପିଛା ଆୟ ଓଡ଼ିଆଙ୍କ ମୁଣ୍ଡପିଛା ଆୟଠାରୁ ଯଥେଷ୍ଟ ଅଧିକ ।

ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦ।ବି ପଛରେ ଆକର୍ଷଣୀୟ ଅର୍ଥନୀତି ରହିଛି । କାରଣ ପ୍ରତିବର୍ଷ କେନ୍ଦ୍ର ସରକାର ନିଜ ଆୟର ୪୫ ଭାଗ ରାଜ୍ୟମାନଙ୍କ ବଜେଟ୍‌ପାଇଁ ଦେଇଥାନ୍ତି ଏବଂ ଏହି ୪୫ ପ୍ରତିଶତରୁ ୩୦ ପ୍ରତିଶତ ନେଇଯାନ୍ତି ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନେ । ଅର୍ଥାତ୍ ୩୫ଟି ରାଜ୍ୟମାନଙ୍କପାଇଁ ରଖାଯାଇଥିବା ପ୍ରତି ୪୫ ଟଙ୍କାରୁ ୩୦ ଟଙ୍କା ଚାଲିଯାଏ ସ୍ୱତନ୍ତ୍ର ପାହ୍ୟା ୧୧ ଟି ରାଜ୍ୟକୁ । ଏଇ ୪୫ ଭାଗର ପରିମାଣ ହେଲା ବାର୍ଷିକ ତିନିଲକ୍ଷ କୋଟି ଟଙ୍କା ଓ ଏଥିରୁ ପ୍ରାୟ ଏକ ଲକ୍ଷ ନବେ ହଜାର କୋଟି ପାଆନ୍ତି ସ୍ୱତନ୍ତ୍ର ପାହ୍ୟାରେ ଥିବା ରାଜ୍ୟମାନେ । ଏହାଛଡା ବିଭିନ୍ନ ନୂଆ ନୂଆ ଯୋଜନାପାଇଁ କେନ୍ଦ୍ରରୁ ଯେଉଁ ଅନୁଦାନ ଆସେ, ସେଥିରେ ପ୍ରତି ଶହେ ଟଙ୍କାରେ ରାଜ୍ୟର ମ୍ୟାଚିଂ ସେଆର୍ ୩୦ ରୁ ୪୦ ଟଙ୍କା ପର୍ଯ୍ୟନ୍ତ ଥାଏ । ଅର୍ଥାତ୍ ଶହେ ଟଙ୍କାରୁ କେନ୍ଦ୍ର ଦିଏ ୬୦ ଟଙ୍କା ଓ ରାଜ୍ୟ ଦିଏ ୪୦ ଟଙ୍କା । କିନ୍ତୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନଙ୍କ କ୍ଷେତ୍ରରେ ଏହାର ହାର ହେଲା ୯୦:୧୦ । କେନ୍ଦ୍ର ୯୦ ଟଙ୍କା ଦେଉଥିବା ସ୍ଥଳେ ରାଜ୍ୟ ମାତ୍ର ୧୦ଟଙ୍କା ଦିଏ । ଅନେକ ଯୋଜନାରେ କେନ୍ଦ୍ର ଶତକଡ଼ା ଶହେ ଭାଗ

୨୨୬ ବିକଳ୍ପ ବିଶ୍ୱ