ପୃଷ୍ଠା:Bikalpa Biswa.pdf/୨୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆତ୍ମବିଶ୍ୱାସ ସହ ଏକାଠି ବସି ଚିନ୍ତା, ବିଚାର ଓ କାର୍ଯ୍ୟ କଲେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ଆବଶ୍ୟକତା ରହିବ ନାହିଁ ।

ଏବେ ଜଣେ ଅଭିଜ୍ଞ ପୂର୍ବତନ ମନ୍ତ୍ରୀ, ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି । ସେ ଅନ୍ୟ ସଭ୍ୟ ଓ ବିଶେଷଜ୍ଞଙ୍କ ସହଯୋଗରେ ଏ ବିଷୟ ଅଧ୍ୟୟନ କରି ପ୍ରଥମେ ଏକ ତଥ୍ୟଭିତ୍ତିକ ଦସ୍ତାବିଜ ତିଆରି କରନ୍ତୁ । ଖାଲି ଦାବି କଲେ କେହି ଦେବେ ନାହିଁ । ଏଥିପାଇଁ ଏକତା, ଆତ୍ମ ପରୀକ୍ଷା, ଦୃଢ଼ ନେତୃତ୍ୱ ଓ ମଜଭୁତ ରଚନାତ୍ମକ ଜନ ଆନ୍ଦୋଳନ ଆବଶ୍ୟକ । ଏଥିପାଇଁ ସବୁ ଦଳ ଓ ନାଗରିକ ସମାଜ ଏକଜୁଟ ହୋଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

୪ ଜୁନ୍, ୨୦୦୯

ବିକଳ୍ପ ବିଶ୍ୱ ୨୨୯