ପୃଷ୍ଠା:Bikalpa Biswa.pdf/୨୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରୟୋଗ ବି କରାଗଲା । ପରେ ଏହି ଦେବଦେବୀ ଈଶ୍ୱରଙ୍କୁ କେନ୍ଦ୍ର କରି ଆରମ୍ଭ ହେଲା ଧର୍ମଯୁଦ୍ଧ ଓ ବିଶ୍ୱାସ କନ୍ଦଳ । ଧର୍ମ ଯୁଗରେ ପ୍ରାଚୀନ ପାର୍ସୀ ଧର୍ମ ଓ ନୂତନ ଇସଲାମ ଧର୍ମ ଭିତରେ ସଂଘର୍ଷ ଆରମ୍ଭ ହୋଇଗଲା । ନିଜ ନିଜ ଧର୍ମର ପ୍ରାଧାନ୍ୟ ପ୍ରତିଷ୍ଠପାଇଁ ଖ୍ରୀଷ୍ଟୟାନ୍, ଇହୁଦୀ ଓ ମୁସଲମାନମାନେ ଯୁଦ୍ଧ କଲେ ଶହେ ବର୍ଷ ଧରି । ମଲେ ଷାଠିଏ ଲକ୍ଷ ନିରୀହ ଲୋକ । ଏହାପରେ ଆରମ୍ଭ ହେଲା ହିନ୍ଦୁ, ମୁସଲମାନ, ଶିଖ୍‌ଙ୍କ ମଧ୍ୟରେ ଦେଢ଼ଶହ ବର୍ଷ ଧରି ସଂଘର୍ଷ । କାଥଲିକ୍-ପ୍ରୋଟେଷ୍ଟାଣ୍ଟ, ଶ୍ରମଣ-ବୌଦ୍ଧ, ତାଓ, କନ୍ଫୁସିଅସ୍‌ବାଦୀ, ଅକାଳୀ, ଆଦି ନିରଙ୍କାରୀ, ମୁସଲିମ୍, ଅହମିଆ, ସିଆ-ସୁନ୍ନୀଙ୍କ ପରସ୍ପର ସଂଘର୍ଷ ପ୍ରାୟ ସମସ୍ତଙ୍କୁ ଜଣା ।

ଧର୍ମ ଓ ବିଶ୍ୱାସ ସଂଘର୍ଷରୁ ନୂଆ ନୂଆ ବିଶ୍ୱାସ ସୃଷ୍ଟି ହେଲା । ଏବେ ଏହି ‘ଫେଥ୍’ ବା ବିଶ୍ୱାସର ସଂଖ୍ୟା ବଢ଼ି ବଢ଼ି ହେଲାଣି ଚାରିହଜାର ତିନିଶହ । ବଡ଼ ପାଞ୍ଚଟି ହେଲେ ହିନ୍ଦୁ, ଖ୍ରୀଷ୍ଟିୟାନ୍, ମୁସଲମାନ, ଇହୁଦୀ ଓ ବୌଦ୍ଧ । ଏବଂ ସବୁଠାରୁ ବେଶି ସଂଖ୍ୟକ ଲୋକ ହେଲେ ଖ୍ରୀଷ୍ଟିୟାନ୍ - ପ୍ରାୟ ୨୧୨ କୋଟି । ମୁସଲିମ୍‌ଙ୍କ ସଂଖ୍ୟା ପ୍ରାୟ ଦେଢ଼ ଶହ କୋଟି । ହିନ୍ଦୁ ନବେ କୋଟି ଓ ବୌଦ୍ଧ ୩୮ କୋଟି । ଚୀନ୍ ଦେଶର ପାରମ୍ପରିକ ଧର୍ମାବଲମ୍ବୀ ୪୦ କୋଟି । ଆଫ୍ରିକୀୟ ପାରମ୍ପରିକ ଧର୍ମାବଲମ୍ବୀ ଦଶ କୋଟି । ଶିଖ୍ ଦୁଇ କୋଟି ଚାଳିଶ ଲକ୍ଷ, ବାହାଇ ୭୦ ଲକ୍ଷ, ଜୈନ ୪୨ ଲକ୍ଷ, ଇହୁଦୀ ୧୪୦ ଲକ୍ଷ, ପ୍ରକୃତିବାଦୀ ପ୍ରାୟ ୩୦ କୋଟି, ଜୋରୋଆଷ୍ଟ୍ରିଆନ୍ ୨୬ ଲକ୍ଷ, ଜାପାନ୍‌ର ଶିଣ୍ଟୋ ଧର୍ମାବଲମ୍ବୀ ୫ ଲକ୍ଷ, ରାସ୍ତ୍‌ଫାରିଆ ୬ ଲକ୍ଷ । ଏହାଛଡା ମାୟାନ, ଥିଓସଫିଷ୍ଟ, ଆଜଟେକ୍, ମୁକ୍ତଚିନ୍ତକ, ଏଥେଇଷ୍ଟ ବା ନାସ୍ତିକବାଦୀଙ୍କ ସଂଖ୍ୟା ଶହେ କୋଟିରୁ ଅଧିକ ଏବଂ ପ୍ରାୟ ତିନି ହଜାରରୁ ଅଧିକ ଧର୍ମବିଶ୍ୱାସ ଛୋଟ ଛୋଟ ଅଞ୍ଚଳରେ ବ୍ୟାପି ରହିଛନ୍ତି ଓ ନିଜ ନିଜ ଭକ୍ତ ଓ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧିରେ ଲାଗିଛନ୍ତି । ଏହାଛଡା ସହସ୍ରାଧିକ ସାଧୁ, ବାବା, ମହନ୍ତ, ମୁଲ୍ଲା, ଗୁରୁ, ଗୁରୁ ମା’ଙ୍କର ଛୋଟ ଛୋଟ ସମ୍ପ୍ରଦାୟ ଓ ଅନୁଗାମୀ ଅଛନ୍ତି । ବିଭିନ୍ନ ରଙ୍ଗ ବେରଙ୍ଗର ଧର୍ମଧ୍ୱଜା ଉଡ଼ୁଛନ୍ତି ସାରା ପୃଥିବୀରେ ।

ଚାରି ହଜାର ତିନି ଶହରୁ ଅଧିକ ବିଶ୍ୱାସର ଲମ୍ବା ତାଲିକା ମଧ୍ୟରୁ ସବୁଠାରୁ ସଂଗଠିତ ‘ବିଶ୍ୱାସ’ ହେଉଛି ବା’ହାଇ ଏବଂ ସବୁଠାରୁ ଅସଂଗଠିତ ‘ବିଶ୍ୱାସ’ ହେଉଛି ‘ହିନ୍ଦୁ’ । ବା’ହାଇ ପଛକୁ ଅଛି ଇସ୍ଲାମ, ଖ୍ରୀଷ୍ଟିୟାନ୍, ଇହୁୀ ଓ ଶିଖ୍ ଧର୍ମବିଶ୍ୱାସ । ପୁଣି ଗୋଟିଏ ଗୋଟିଏ ଧର୍ମ ବହୁଧା ବିଶ୍ୱାସରେ ବିଭକ୍ତ । ଉଦାହରଣ ସ୍ୱରୂପ କେବଳ ଖ୍ରୀଷ୍ଟ ଧର୍ମରେ ରୋମାନ୍ କାଥଲିକ୍, ପ୍ରୋଟେଷ୍ଟାଣ୍ଟ, ଇଷ୍ଟର୍ଣ୍ଣ ଅର୍ଥୋଡକ୍ସ, ପେଣ୍ଟା କୋଷ୍ଟାଲ ମେଥଡିଷ୍ଟ, ସର୍ଣ୍ଣ ବାପ୍ଟିଷ୍ଟ, ସିରିଆନ୍ କାଥଲିକ୍, ଲୁଥେରାନ ଇତ୍ୟାଦି ଷାଠିଏଟି

୨୩୬ ବିକଳ୍ପ ବିଶ୍ୱ