ପୃଷ୍ଠା:Bikalpa Biswa.pdf/୨୩୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ପ୍ରଦାୟ ରହିଛନ୍ତି । କନ୍ଧମାଳର ଜି. ଉୟଗିରିର ଏକ ଗାଁରେ ଏଗାରଟି ବିଭିନ୍ନ ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟ ନିଜ ନିଜ ବିଭକ୍ତ ବିଶ୍ୱାସ ପ୍ରଚାରପାଇଁ ଏଗାରଟି ଗୀର୍ଜାଘର ତୋଳି ଡେରା ପକାଇ ଧର୍ମ ପ୍ରଚାରକୁ ପ୍ରଚାର ଧର୍ମରେ ପରିଣତ କରିଦେଲେଣି । ଇସ୍‌ଲାମ ଧର୍ମ ୭୩ଟି ବିଭିନ୍ନ ବିଶ୍ୱାସ ଧାରାରେ ବିଭକ୍ତ - ସିଆ, ସୁନ୍ନୀ, ୱାହାବୀ, ସୁଫି, ଇସ୍ମାଇଲ, ବୋରା (ମୁନ୍‌ସୀ ମେହେବୁନ୍ ଆଲୀମ୍) ଇତ୍ୟାଦି । ସେଇଭଳି ହିନ୍ଦୁ ଧର୍ମରେ ଶୈବ, ଶାକ୍ତ, ବୈଷ୍ଣବ, ସ୍ମାର୍ତ୍ତ, ଗାଣପତ୍ୟ, ବେସମାଜ, ଆର୍ଯ୍ୟସମାଜ, ବ୍ରାହ୍ମସମାଜ, ବୌଦ୍ଧ ଧର୍ମରେ ମହାଯାନ, ହୀନଯାନ, ଜୈନମାନଙ୍କ ମଧ୍ୟରେ ଶ୍ୱେତାମ୍ବର, ଦିଗମ୍ବର ଇତ୍ୟାଦି ସମ୍ପଦାୟ ରହିଛନ୍ତି । ତା ସାଙ୍ଗକୁ ଆମ ଦେଶର ବିଶ୍ୱାସ ବଜାରରେ ନୂଆ ବଣିକ ହେଲେଣି । ଏମାନଙ୍କ ମଧ୍ୟରୁ କେତେକଙ୍କୁ ଈଶ୍ୱରଙ୍କ ଅବତାର ଏବଂ ସ୍ଥଳ ବିଶେଷରେ ସ୍ୱୟଂ ଈଶ୍ୱର ଭାବରେ ପୂଜା କରାଯାଉଛି । ଅସଲି ସନ୍ଥ ଓ ମହାତ୍ମା ନକଲିଙ୍କ କୋଳାହଳରେ ନୀରବ ହୋଇଯାଉଛନ୍ତି ।

ତେଣୁ ଜଗତୀକରଣ ପଛକୁ ବିଶ୍ୱାସର ବଜାରୀକରଣ ଆରମ୍ଭ ହୋଇଗଲାଣି । ଧର୍ମ ଦୋକାନ ଖୋଲି ମାଳି, ତାବିଜ, ଡେଉଁରିଆ, ରୁଦ୍ରାକ୍ଷ, କ୍ରସ୍, ଜଡ଼ିବୁଟି, ଅଡ଼ିଓ ଭିଡ଼ିଓ, ମୁଦି, ମାଠିଆ, କଳସ, କ୍ୟାସେଟ୍ ଇତ୍ୟାଦି ବିକ୍ରି ଆଉ ଏକ ଲାଭଜନକ ଧର୍ମ ବ୍ୟବସାୟ । ଓଡ଼ିଶାରେ ଯାନି-ଯାତ୍ରା, ବୋଲବମ୍ ଋତୁରେ ଏହାର ନମୁନା ଦେଖିବାକୁ ମିଳେ । ଏଠି ଗଣେଶ ଚତୁର୍ଥୀ, ସରସ୍ୱତୀ ପୂଜା, ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା, ବିଶ୍ୱକର୍ମା ପୂଜା ମଣ୍ଡପ ଓ ପ୍ରୋସେସନ୍‌ରେ ଅଶ୍ଲୀଳ ସଙ୍ଗୀତ, ନୃତ୍ୟ ଓ ଅସଭ୍ୟ ଆଚରଣ ବେଶୀ । ଥାଇଲାଣ୍ଡରେ ଧର୍ମ ବଜାରରେ ‘ନିର୍ବାଣ’ ନାମରେ ଦୋକାନ ଖୋଲିଲାଣି । ବ୍ୟାଙ୍କଙ୍ଗରୁ ପ୍ରାୟ ଶହେ କିଲୋମିଟର ଦୂରସ୍ଥ ‘ୱାତ୍ ପ୍ରମ୍ମାନୀ’ ମନ୍ଦିରରେ ୧୮୦ ବାହାତ୍ (ଥାଇଲାଣ୍ଡ ମୁଦ୍ରା) ଦେଇ ଲୋକେ କଫିନ୍‌ରେ ଶୋଇ ମୃତ୍ୟୁ ଓ ତାପରେ ଉଠି ପୁନର୍ଜନ୍ମର ଅନୁଭୂତି କିଣୁଛନ୍ତି ଦେଢ଼ ମିନିଟ୍‌ରେ । ତିନି ମିନିଟର ମୂଲ୍ୟ ଦଶ ଡଲାର । ନିର୍ବାଣ ଅନୁଭୂତିପାଇଁ ମୂଲ୍ୟ ଅଧିକ । ୨୦୦୧ ମସିହା ଜନଗଣନା ଅନୁସାରେ ଭାରତରେ ମନ୍ଦିର ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାରାଙ୍କ ସଂଖ୍ୟା ୨୪ ଲକ୍ଷ ଥିବା ବେଳେ ବିଦ୍ୟାଳୟ ସଂଖ୍ୟା ୨୧ ଲକ୍ଷ । ଏଗୁଡିକ ମଧ୍ୟରୁ ଅଧିକାଂଶ ଧାର୍ମିକ ସ୍ଥାନ ବେଆଇନ୍ ଓ ଜବରଖଲ । କେବଳ ରାଜଧାନୀ ଦିଲ୍ଲୀରେ ଏମାନଙ୍କ ସଂଖ୍ୟା ୬୦ ହଜାର ଏବଂ ଅନେକ ରାସ୍ତା ଉପରେ ।

ଏସବୁ ଦେଖି କେତେ ଲୋକ କହିଲେଣି ବିଭିନ୍ନ ଧର୍ମ ବିଶ୍ୱାସକୁ ଫ୍ରି ମାର୍କେଟ୍ ବା

ବିକଳ୍ପ ବିଶ୍ୱ ୨୩୭