ପୃଷ୍ଠା:Bikalpa Biswa.pdf/୨୫୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
‘ବେଦାନ୍ତ’ ବିତର୍କରୁ ‘ଆନନ୍ଦ ପାଠଶାଳା’ ପର୍ଯ୍ୟନ୍ତ

ନିକଟରେ ‘ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରାସଙ୍ଗିକତା’ ଉପରେ ଦୁଇଟି ଆଲୋଚନା ଚକ୍ରରେ ଯୋଗ ବୋପାଇଁ ଡାକରା ଆସିଥିଲା । ମୁଖ୍ୟ ଉଦ୍ୟୋକ୍ତା ଥିଲେ ‘ପୁରୀ ଭିଜନ୍ ଓ ଓଡ଼ିଶା ଭିଜନ୍ ।’ ପ୍ରଥମ ଆଲୋଚନାଟି ଭୁବନେଶ୍ୱର ‘ସିୱାଇଏସ୍‌ଡି’ ପରିସରରେ ଓ ଦ୍ୱିତୀୟଟି ପୁରୀ ଟାଉନ୍ ହଲ୍ରେ ଅନୁଷ୍ଠିତ ହୋଇଥିଲା । ଏଭଳି ବିବାଦୀୟ ଆଲୋଚନାରେ ଯୋଗ ନ ଦେବାକୁ କେତେକ ଯୁବବନ୍ଧୁଙ୍କ ପରାମର୍ଶ ସତ୍ତ୍ୱେ, ଉଦ୍ୱୋକ୍ତାମାନଙ୍କ କଥା ଭାଙ୍ଗି ନ ପାରି ଯୋଗ ଦେଲି । କାରଣ ଏମାନେ ଏକ ଖୋଲାଖୋଲି ଓ ନିଷ୍ପକ୍ଷ ଆଲୋଚନା ଚାହୁଁଥିଲେ ଓ ଏ ସଭାକୁ ବେଦାନ୍ତ ବିରୋଧୀ ତଥା ବିସ୍ଥାପିତମାନଙ୍କୁ ମଧ୍ୟ ଡାକିଥିଲେ । ଭୁବନେଶ୍ୱର ସଭାରେ ବହୁ ବିଜ୍ଞ, ବିଦ୍ୱାନ୍ ଉପସ୍ଥିତ ଥିଲେ । ପୁରୀ ସଭାରେ ମୋ ସହ ଥିଲେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିମଳେନ୍ଦୁ ମହାନ୍ତି, ହ୍ୟୁମାନ୍ ଡେଭେଲପ୍ମେଣ୍ଟ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡକ୍ଟର ଧନ‌ଦା ମିଶ୍ର, ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, କବି ପ୍ରଫେସର ଭଗବାନ ଜୟସିଂ ଓ ‘ନାସ୍‌ନାଲ ୟୁଥ୍ ପ୍ରୋଜେକ୍ଟ’ର ଶ୍ରୀ ମଧୁସୂଦନ ଓ ଶ୍ରୀ ସୂର୍ଯ୍ୟ ରଥ । ଏହି ଅବସରରେ ‘ତପୋଭୂମି’ ଟ୍ରଷ୍ଟ ପରିଚାଳିତ ‘ଆନନ୍ଦ ପାଠଶାଳା’ କାର୍ଯ୍ୟକ୍ରମ ଖେିବାର ସୁଯୋଗ ମଧ୍ୟ ମିଳିଥିଲା ।

ପ୍ରଥମ ଆଲୋଚନା ଚକ୍ରରେ ‘ବେଦାନ୍ତ’ କିପରି ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ହେବାକୁ ଯାଉଛି ଓ ‘ବିଶ୍ୱସ୍ତରୀୟ’ ମାନେ କ’ଣ ସେ ସମ୍ପର୍କରେ ଆରିଜୋନା ୟୁନଭରରସିଟିର ଶ୍ରୀ ଚିତ୍ତ ବରାଳ ବିସ୍ତୃତ ଭାବେ ବୁଝାଇଥିଲେ । ଏଥିପାଇଁ କାହିଁକି ଅଧିକ ଜାଗା ଦରକାର ଓ ଏହାଦ୍ୱାରା ସ୍ଥାନୀୟ ଶିକ୍ଷା ଓ ଅର୍ଥନୀତିକ ପରିସ୍ଥିତିରେ କି ପରିବର୍ତ୍ତନ

ବିକଳ୍ପ ବିଶ୍ୱ ୨୫୫