ପୃଷ୍ଠା:Bikalpa Biswa.pdf/୨୬୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଣ ହିକାକା ନିଜେ ୧୩ ବର୍ଷ ବୟସରେ ବିବାହ କରିଥିଲେ ।

ଓଡିଶାରେ ମୁଣ୍ଡ ପିଛା ସ୍ୱାସ୍ଥ୍ୟ ସେବା ଖର୍ଚ୍ଚ ସବୁଠୁ କମ୍ । ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ରାଷ୍ଟ୍ରୀୟ ଅର୍ଥନୀତି ଓ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁସାରେ ଓଡ଼ିଶା ସରକାରଙ୍କର ଜଣ ପିଛା ସ୍ୱାସ୍ଥ୍ୟ ସେବା ବାବରେ ଖର୍ଚ୍ଚ ନ’ ଟଙ୍କା ପଞ୍ଚାନବେ ପଇସା । ବିହାର ଖର୍ଚ୍ଚ କରେ ଜଣ ପିଛା ପନ୍ଦର ଟଙ୍କା, ପଶ୍ଚିମବଙ୍ଗ ଖର୍ଚ୍ଚ କରେ ଏଗାର ଟଙ୍କା ଅଠାଅଶି ପଇସା, ମଧ୍ୟପ୍ରଶେ ବାର ଟଙ୍କା । ସବୁଠାରୁ ଅଧିକ ଖର୍ଚ୍ଚ କରେ ଅରୁଣାଚଳ ପ୍ରଶେ - ତେୟାଳିଶ ଟଙ୍କା ପଞ୍ଚଷଠି ପଇସା । ତେଣୁ ଯେଉଁ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଅଧିକ ଖର୍ଚ୍ଚ କରେ, ସେ ରାଜ୍ୟର ଶିଶୁ, ମାତୃ ମୃତ୍ୟୁ ହାର କମ୍ ରହେ । ଯେତିକି ଚୂନା ସେତିକି ପିଠା, ଯେତିକି ଗୁଡ ସେତିକି ମିଠା । ରାଜ୍ୟ କମ୍ ଖର୍ଚ୍ଚ କଲେ, ବ୍ୟକ୍ତି ଓ ପରିବାରକୁ ଅଧିକ ଖର୍ଚ୍ଚ କରିବାକୁ ପଡେ । ଜୀବନ ଓ ମୃତ୍ୟୁ ହାର ସେଇ ଅନୁସାରେ ବଢ଼େ ଓ ଛିଡ଼େ । ଗତବର୍ଷ (୨୦୦୬) ପ୍ରକାଶିତ ନାସ୍‌ନାଲ୍ ଫାମିଲି ହେଲ୍‌ଥ ସର୍ବେକ୍ଷଣ ଚାରୋଟି ରାଜ୍ୟ- ଗୁଜୁରାଟ, ପଞ୍ଜାବ, ମହାରାଷ୍ଟ୍ର ଓ ଓଡିଶାର ତୁଳନାତ୍ମକ ବିବରଣୀ ଦେଇ କହିଛନ୍ତି ଯେ ଓଡ଼ିଶାରେ ମୃତ୍ୟୁ ହାର ସବୁଠୁ ବେଶୀ ।

ତେବେ ଏଠି ‘ଜୀବନ’ର ହାର, ଅବସ୍ଥା ଓ ମୂଲ୍ୟ କେତେ ? ଏଠି ଜଣେ ପୁରୁଷ ହାରାହାରି ଷାଠିଏ ବର୍ଷ ଓ ଜଣେ ମହିଳା ୫୯ ବର୍ଷ ବଞ୍ଚିଥାନ୍ତି । ଏହା ତୁଳନାରେ ପଞ୍ଜାବରେ ପରୁଷ ଓ ସ୍ତ୍ରୀଙ୍କର ହାରାହାରି ଜୀବନ କାଳ ଯଥାକ୍ରମେ ୭୦ ଓ ୭୧ ବର୍ଷ । ଏବଂ ପଞ୍ଜାବରେ ମହିଳାମାନଙ୍କ ଜୀବନ କାଳ ପୁରୁଷଙ୍କଠାରୁ ଦୁଇବର୍ଷ ଅଧିକ ଥିଲାବେଳେ ଓଡ଼ିଶାରେ ଏହା ବର୍ଷେ କମ୍ । ପଞ୍ଜାବ,ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଓ କେରଳ ରାଜ୍ୟମାନଙ୍କର ସ୍ୱାସ୍ଥ୍ୟ ସେବା ବଜେଟ ଓଡ଼ିଶାଠାରୁ ଯଥେଷ୍ଟ ଅଧିକ । ତେଣୁ ଏସବୁ ରାଜ୍ୟବାସୀ ଓଡ଼ିଆଙ୍କ ଅପେକ୍ଷା ଅଧିକ ବର୍ଷ ବଞ୍ଚନ୍ତି । ଉଦାହରଣ ସ୍ୱରୂପ ଓଡ଼ିଶାରେ ଜଣେ ମହିଳାଙ୍କ ହାରାହାରି ଜୀବନ କାଳ ୫୯ ବର୍ଷ ଥିଲା ବେଳେ ଜଣେ କେରଳୀ ମହିଳାଙ୍କ ହାରାହାରି ଜୀବନ କାଳ ୭୫ ବର୍ଷ ।

ସେହିପରି ଓଡ଼ିଶାରେ ପ୍ରତି ଶହେ ଶିଶୁଙ୍କ ମଧ୍ୟରୁ ମାତ୍ର ୫୬ ଜଣ ଶିଶୁଙ୍କୁ (୧୨ ରୁ ୩୬ ମାସ) ରୋଗ ପ୍ରତିଷେଧକ ଟିକା ଦିଆଯାଇ ପାରୁଥିବା ବେଳେ, କେରଳରେ ଏହା ଶତକଡା ୯୧ । ତାମିଲନାଡୁରେ ଶତକଡା ୯୨, ମହାରାଷ୍ଟ୍ରରେ ଶତକଡା ୮୨ । ଏପରିକି ପଡ଼ୋଶୀ ପଶ୍ଚିମବଙ୍ଗରେ ଏହା ଶତକଡା ୭୮ । ନିରାପଦ ପ୍ରସବ ବା ଡେଲିଭରି ବ୍ୟବସ୍ଥାରେ ବି ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ । କେରଳରେ ପ୍ରତି ଶହେରୁ ୯୭ ଜଣ ଗର୍ଭବତୀ ମହିଳଙ୍କର ସ୍ୱାସ୍ଥ୍ୟ କେନ୍ଦ୍ର ବା

ବିକଳ୍ପ ବିଶ୍ୱ ୨୬୧