ପୃଷ୍ଠା:Bikalpa Biswa.pdf/୨୬୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହସ୍‌ପିଟାଲ୍‌ରେ ଡେଲିଭରି ହୋଇଥାଏ । ମହାରାଷ୍ଟ୍ରରେ ୬୧ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭୦ ପ୍ରତିଶତ ଓ ତାମିଲନାଡୁରେ ୮୦ ପ୍ରତିଶତ । ଏହା ତୁଳନାରେ ଓଡିଶାର ପ୍ରତି ୧୦୦ରୁ ମାତ୍ର ୩୮ ଜଣ ଗର୍ଭବତୀ ମହିଳାଙ୍କର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ ହୋଇଥାଏ । ବାକି ମହିଳାଙ୍କୁ ସିନ୍ଦେ ହିକାକାଙ୍କ ଭଳି ଧାଈଙ୍କ ସାହାଯ୍ୟ ନେବାକୁ ପଡ଼େ ।

ଯେଉଁ ରାଜ୍ୟରେ ଜୀବନର ମାନ ଏପରି, ସେଠି ଜୀବିକାର ସ୍ଥିତି ଓ ଅବସ୍ଥା ସୁଧାରିବା ଏକ କଷ୍ଟକର ଆହ୍ୱାନ । ୨୦୦୧ ଜନଗଣନା ଅନୁସାରେ ଓଡିଶାର ସମୁଦାୟ ଜନସଂଖ୍ୟର ୩୫ ଭାଗରୁ ଅଧିକ ଲୋକ ଶ୍ରମଜୀବୀ । ତା ମଧ୍ୟରୁ ୬୭ ଭାଗ କୃଷି ଉପରେ ନିର୍ଭରଶୀଳ । ଚାଷୀ ୩୫.୮ ଭାଗ ଓ କୃଷି ଶ୍ରମିକ ପ୍ରାୟ ୩୬ ଭାଗ । ମାତ୍ର ଶତକଡା ଚାରିଭାଗ ଲୋକ ଶିଳ୍ପ କ୍ଷେତ୍ରରେ କାମ କରନ୍ତି । ମହିଳାଙ୍କ ମଧ୍ୟରୁ ୨୪.୭ ଭାଗଙ୍କୁ ରୋଜଗାର ମିଳିଥାଏ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥା ଆହୁରି ଖରାପ । ଏହି ଅବସ୍ଥା ସୁଧୁରିବାକୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓଡ଼ିଶାରେ ଠିକ୍ ଭାବରେ କାମ କରୁନାହିଁ । ଅଧାରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଦୈନିକ ଆୟ ୧୨ ଟଙ୍କାରୁ କମ୍ । ଗ୍ରାମାଞ୍ଚଳ ଲୋକଙ୍କର ଦୈନିକ ଖାଦ୍ୟ ଆବଶ୍ୟକତା ହେଲା ୨୪୦୦ କାଲୋରି । ୧୨ ଟଙ୍କାରେ ମାତ୍ର ୮୦୦ କାଲୋରି ଖାଦ୍ୟ ମିଳିପାରିବ । ତେଣୁ ଆମ ରାଜ୍ୟରେ ଆନିମିଆ ବା ରକ୍ତହୀନତା ପୀଡ଼ିତଙ୍କ ସଂଖ୍ୟା ସବୁଠୁ ବେଶି । ଦୁଇ ଟଙ୍କିଆ ଚାଉଳ ସମାଧାନ ନୁହେଁ, ଉପାର୍ଜନ ଓ କ୍ରୟ କ୍ଷମତା ବଢ଼ିବା ଆବଶ୍ୟକ । ଜମିର ଉତ୍ପାଦିକା ଶକ୍ତି ନ ବଢ଼ିଲେ ଚାଉଳ ଆସିବ କୋଉଠୁ ? ଉତ୍ପାଦନ କରିବ କିଏ ? କାହିଁକି ? ଏବଂ ଉତ୍ପାଦନ ନ ବଢ଼ିଲେ ବଣ୍ଟନ ହେବ କିପରି ?

ଏବେ ଓଡିଶାରେ ଶିଳ୍ପୀକରଣପାଇଁ ସରକାର ୬୦ ରୁ ଅଧିକ ବୁଝାମଣା ପତ୍ର ଦସ୍ତଖତ କରି ସାରିଲେଣି । ସଫଳ ହେଲେ ପାଞ୍ଚଲକ୍ଷ କୋଟି ପୁଞ୍ଜି ବିନିଯୋଗ ହେବ ଖଣିଭିତ୍ତିକ କାରଖାନା ପାଇଁ । ପୋସ୍କୋ, ଆର୍ସେଲର ମିତ୍ତଲ ଓ ଦେଦାନ୍ତଙ୍କ କାରଖାନା ହେଲେ ମାତ୍ର ୫୦ ରୁ ୬୦ ହଜାର ଲୋକଙ୍କପାଇଁ ନିଯୁକ୍ତି ସୁଯୋଗ ମିଳିବ । ସବୁଯାକ ବୁଝାମଣା କାର୍ଯ୍ୟକାରୀ ହେଲେ ଯେତିକି ଟେକ୍ନିକାଲ୍ ଲୋକ ଆବଶ୍ୟକ ପଡ଼ିବ, ଓଡ଼ିଶାରେ ମିଳିବେ ନାହିଁ । ଆମ ରାଜ୍ୟର ୨୨ ଟି ସରକାରୀ ଓ ୧୫୨ ଟି ବେସରକାରୀ ଆଇଟିଆଇରୁ ବର୍ଷକୁ ମାତ୍ର ୨୧୫୦୦ ପିଲା ପାସ୍ କରନ୍ତି । ଏହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ । ତେଣୁ ଆଇଟିଆଇର ସଂଖ୍ୟା ଦିଗୁଣ ନକଲେ ଓଡ଼ିଆ ପିଲାଏ ଶିଳ୍ପୀକରଣରେ ସାମିଲ ହୋଇପାରିବେ ନାହିଁ । ଅନୁନ୍ନତ ଗରିବ କଳାହାଣ୍ଡି

୨୬୨ ବିକଳ୍ପ ବିଶ୍ୱ