ପୃଷ୍ଠା:Bikalpa Biswa.pdf/୨୬୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିଲାଏ ନିଜ ଜିଲ୍ଲାରେ ପ୍ରତିଷ୍ଠିତ ଆଲୁମିନା କାରଖାନାରେ ନିଯୁକ୍ତିରୁ ବଞ୍ଚିତ ହେବେ । ଆଦିବାସୀ ଓ ଦଳିତ ବର୍ଗର ପିଲାଏ ଅଧିକ କ୍ଷତିଗ୍ରସ୍ତ ହେବେ । ପରିବେଶ ପ୍ରଦୂଷଣ ହେତୁ ଏମାନଙ୍କର ଜୀବନ ଓ ଜୀବିକା - ଉଭୟ ବିପଦଗ୍ରସ୍ତ ହେବ ।

ଓଡିଶାର ଖଣିଜ ସମ୍ପଦ ଓ ବିଶେଷ କରି ଆଲୁମିନା ଉପରେ ଏବେ ସାରା ଦୁନିଆର ଆଖି ପଡ଼ିଚି । ରକେଟ୍, ମିସାଇଲ୍, ରାଇଫଲ୍, ଯୁଦ୍ଧଜାହାଜପାଇଁ ଆଲୁମିନା ଆବଶ୍ୟକ । ତେଣୁ ଓଡ଼ିଶାର ଖଣିଜ ସମ୍ପଦ ଆବଶ୍ୟକ । କାରଣ ଲାଭ ହଜାର ଗୁଣରୁ ଅଧିକ । ପୃଥିବୀର କୌଣସି ଦେଶ ଖଣିପଥର ବିକି ଧନୀ ହୋଇ ନାହିଁ । ଖଣିଭିତ୍ତିକ କାରଖାନାମାନଙ୍କରେ ମଧ୍ୟ ନିଯୁକ୍ତି ସୁଯୋଗ କମ୍ । ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା ଫଳରେ କାରଖାନାରେ ହଜାରେ ଲୋକ ଯେଉଁ କାମ କରୁଥିଲେ ଏବେ ମେସିନ୍ ସାହାଯ୍ୟରେ ମାତ୍ର ଦଶ ଜଣ ସେହି କାମ କରିପାରୁଛନ୍ତି । ଟାଟା ଇସ୍ପାତ କମ୍ପାନିରେ ୫୦ ବର୍ଷ ପୂର୍ବେ ଯେତିକି ଲୋକ କାମ କରୁଥିଲେ ଏବେ ତା’ର ଏକ ଦଶମାଂଶ ଲୋକ କାମ କରୁଛନ୍ତି । ଓଡ଼ିଶାରେ ଆଧାରୁ ଅଧିକ ଅଞ୍ଚଳ ଜଙ୍ଗଲ, ୫୦୦ କିଲୋମିଟର ଲମ୍ବା ଉପକୁଳ । ସରକାରୀ ପ୍ରୋତ୍ସାହନ ଅଭାବରୁ ସମୁଦ୍ର ତଟବର୍ତ୍ତୀ ଗ୍ରାମ ଗୁଡ଼ିକର ମତ୍ସ୍ୟଜୀବୀମାନେ ନିଜ କୌଳିକ ବୃତ୍ତି ଛାଡ଼ି ଦାଦନ ଖଟିବାକୁ ଗାଁ, ପରିବାର ଛାଡ଼ୁଛନ୍ତି । କୃଷି ଅବସ୍ଥା ବି ସେଇପରି । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେବା ପରେ ଗାଁରେ କୃଷି ଶ୍ରମିକ ମିଳୁନାହାନ୍ତି । ପ୍ରତିବର୍ଷ ପ୍ରାୟ ୧୮ ରୁ ୨୦ ଲକ୍ଷ ଲୋକ ରାଜ୍ୟ ଛାଡ଼ି ଜୀବନ ଓ ଜୀବିକାପାଇଁ ଦୂର ରାଜ୍ୟମାନଙ୍କରେ ଦାଦନ ଶ୍ରମିକ ଭାବରେ ଖଟୁଛନ୍ତି ।

ଓଡିଶାରେ ଦୀର୍ଘ ସମୁଦ୍ର ତଟ, ବନସମ୍ପଦ, ଉଦ୍ୟାନ କୃଷିସୁଯୋଗ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ଅବସ୍ଥା ସୁଧୁରିବ । ରାଜ୍ୟବାସୀଙ୍କ ବାର୍ଷିକ ଚାଉଳ ଆବଶ୍ୟକତା ୬୦ ଲକ୍ଷ ଟନ୍ । କେବଳ ଶ୍ରୀ ପଦ୍ଧତିରେ ଉତ୍ପାଦନକୁ ଅନାୟାସରେ ଦୁଇ କୋଟି ଟନ୍‌କୁ ବଢ଼ାଇ ହେବ । ଉତ୍ପାଦନ ବଢ଼ିଲେ ଚାଷୀର ଆୟ ବଢ଼ିବ । କେବଳ ଔଷଧୀୟ ବୃକ୍ଷ ଚାଷଦ୍ୱାରା ଆଦିବାସୀ ଅଞ୍ଚଳରେ ୨୦ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ମିଳିପାରିବ । ନ‌ଦୀ, ପୋଖରୀ, ବନ୍ଧ, ହ୍ରଦ ଓ ସମୁଦ୍ର ଆଉ ପଚାଶ ଲକ୍ଷ ନିଯୁକ୍ତିର ସୁଯୋଗ ଯୋଗାଇ ଦେବେ । ଆମ ପର୍ଯ୍ୟଟନ ଶିଳ୍ପ ଅତି କମ୍‌ରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇ ପାରିବ । ମାଛ ଓ ନଡ଼ିଆ ଚାଷ ସୃଷ୍ଟି କରିବ ଦଶ ଲକ୍ଷ ଜୀବିକା । ଫିଲିପାଇନ୍‌ସ ଶହେ ପ୍ରକାର ନଡ଼ିଆ ବାଇପ୍ରଡକ୍ଟ ରପ୍ତାନି କରି ଚଳୁଛି । ଶ୍ରୀଲଙ୍କା ଚା ଓ ରବର ଚାଷ କରି ଭାରତଠାରୁ ଆଗରେ । ଓଡ଼ିଶାର ବସ୍ତ୍ର ଶିଳ୍ପ, ତାରକସି ଶିଳ୍ପ ଓ ଅନ୍ୟାନ୍ୟ କୁଟୀର ଶିଳ୍ପ

ବିକଳ୍ପ ବିଶ୍ୱ ୨୬୩