ପୃଷ୍ଠା:Bikalpa Biswa.pdf/୨୬୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଉ ଦଶ ଲକ୍ଷ ଲୋକଙ୍କୁ ସହଜରେ ନିଯୁକ୍ତି ବା ରୋଜଗାର ସୁଯୋଗ ଦେଇ ପାରିବେ । ଉଦାରୀକରଣ ଓ ଜଗତୀକରଣର ସୁଯୋଗ ନେଇ ସରକାର ନୂଆ ଭାବରେ ଚିନ୍ତା କରନ୍ତୁ । ନବଗଠିତ ରୋଜଗାର କମିସନ୍‌ରେ ଏ ବିଷୟରେ ଚର୍ଚ୍ଚା ହେଉ । ନୂଆ ବାଟ ଖୋଜାଯାଉ । ଆମ ରାଜ୍ୟର ଲୋକେ ପରିଶ୍ରମୀ । ପଞ୍ଜାବ, ହରିଆନା, ମହାରାଷ୍ଟ୍ର, ଜମ୍ମୁ, କାଶ୍ମୀରର ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି । ଏଠାରେ ସୁଯୋଗ ସୃଷ୍ଟି ହେଲେ ସେମାନେ କାହିଁକି ଘର ଦ୍ୱାର, ପିଲା, କବିଲା ଛାଡ଼ି ବାହାରକୁ ଯିବେ ? ଜୀବନ ଓ ଜୀବିକା ଓତପ୍ରୋତ ଭାବେ ଜଡିତ - ଗୋଟିଏ ନ‌ଦୀର ଦୁଇ କୂଳ ଭଳି । କେବଳ ଦୂରଦୃଷ୍ଟି ସମ୍ପନ୍ନ ଦକ୍ଷ ନାବିକ ଦରକାର ।

୪ ଅକ୍ଟୋବର, ୨୦୦୯

୨୬୪ ବିକଳ୍ପ ବିଶ୍ୱ