ପୃଷ୍ଠା:Bikalpa Biswa.pdf/୨୬୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଂସ୍କୃତି ସମ୍ପନ୍ନ ହେଉ । ଭାରତରେ ଏହାକୁ ଶାଶ୍ୱତ ପ୍ରେମ ଓ ବିବାହ ଦିବସ ଭାବରେ ପାଳନ କରାଯାଇ ପାରିବ । ଏ ବିଷୟରେ ଅଧିକ ବିତର୍କ ଓ ଚର୍ଚ୍ଚାର ଆବଶ୍ୟକତା ରହିଛି । ଦେଶରେ ଏଥିପାଇଁ ଯେତିକି ଉତ୍ସାହ, ଉନ୍ମାଦନା ସେତିକି ଉଦ୍‌ବେଗ ଓ ଉତ୍ତେଜନା ଅଛି ।

ଶେଷରେ ଭାଲେଣ୍ଟାଇନ୍‌କୁ ନେଇ ଏକ ବ୍ୟଙ୍ଗ : ଗୋଟିଏ କୋଣରେ ଲାଖିଥିବା ରଙ୍ଗବେରଙ୍ଗୀ ‘ଡାକଟିକଟ’ ଭାଲେଣ୍ଟାଇନ୍ ଲଫାପାଙ୍କୁ ଚାପା ଗଳାରେ କହିଲେ ତମ ସାଙ୍ଗରେ ଏମିତି ସାରାଜୀବନ ବିତାଇବାକୁ ଚାହେଁ । ଉତ୍ତରରେ ଲଫାପା କହିଲେ ‘ଚୁପ୍ କର, ମୋ ହୃଦୟ ଭିତରେ ପ୍ରିୟତମା ‘ଚିଠି’ଙ୍କ ଛଡା ଆଉ କାହା ପାଇଁ ଜାଗା ଖାଲି ନାହିଁ, ତମେ ଯୋଉ କୋଣରେ ଅଛ ସେଇଠି ଥାଅ’ ।

୧୨ ଫେବୃଆରୀ, ୨୦୦୯

ବିକଳ୍ପ ବିଶ୍ୱ ୨୬୯