ପୃଷ୍ଠା:Bikalpa Biswa.pdf/୨୭୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନାଁ, ସାଙ୍ଗିଆ ଓ ମୁନ୍ନାଭାଇ

ନେତା ହେବାପାଇଁ ଅଣ୍ଟା ଭିଡ଼ିଥିବା ଅଭିନେତା ‘ମୁନ୍ନାଭାଇ’ ସଞ୍ଜୟ ଦତ୍ତଙ୍କର ଏକ ଉକ୍ତିକୁ ନେଇ ଅନେକ ନାରୀ ନେତ୍ରୀ ଓ ଅଭିନେତ୍ରୀ କ୍ଷୁବ୍ଧ ହୋଇଛନ୍ତି । ସଞ୍ଜୟ କହନ୍ତି କି ବିବାହ ପରେ ଝିଅମାନେ ବାପାଙ୍କ ସାଙ୍ଗିଆ ବା ‘ସରନେମ୍’ ଛାଡ଼ି ନିଜ ନାଁରେ ପତିଙ୍କ ସାଙ୍ଗିଆ ଯୋଡ଼ିବା ଉଚିତ୍ । ଭଉଣୀ ପ୍ରିୟାଦତ୍ତ ଏବେ ଲୋକସଭା ସଦସ୍ୟା ଏବଂ ଏହା ଜନପ୍ରିୟ ଅଭିନେତା ସ୍ୱର୍ଗତ ପିତା ଓ ନର୍ଗିସ୍‌ଙ୍କ ପତି ସୁନୀଲ ଦତ୍ତଙ୍କ ସାଙ୍ଗିଆ ସାହାରାରେ ସମ୍ଭବ ହେଲା ବୋଲି ସଞ୍ଜୟଙ୍କ ବିଶ୍ୱାସ । ତାଙ୍କ ମା’ ଓ ପ୍ରସିଦ୍ଧ ଅଭିନେତ୍ରୀ ‘ନର୍ଗିସ୍’ ଭାରତୀୟ ପରମ୍ପରାକୁ ସମ୍ମାନ ଦେଇ ବିବାହ ପରେ ନିଜ ନାମ ସହ ସ୍ୱାମୀଙ୍କ ସାଙ୍ଗିଆ ଯୋଡ଼ି ହୋଇଥିଲେ ‘ନର୍ଗିସ୍ ଦତ୍ତ’ ବୋଲି ସଞ୍ଜୟ ଗର୍ବର ସହ କହନ୍ତି । କିନ୍ତୁ ବଲିଉଡ୍‌ର ବହୁ ନାମକରା କଳାକାର ଏ ପରମ୍ପରା ଭାଙ୍ଗି ନିଜ ପିତୃଦତ୍ତ ନାମ ଓ ସର୍‌ନେମ୍ ଯୋଡ଼ି ରଖିଛନ୍ତି ।

ମନ୍ଦିରା ଦେବୀ, ମହିମା ଚୌଧୁରୀ, କବିତା କ୍ରିଷ୍ଣମୂର୍ତ୍ତି, ମେଘନା ଗୁଲଜାର, ଫାରା ଖାନ୍ ଓ ମାଧୁରୀ ଦୀକ୍ଷିତଙ୍କ ଭଳି ଅନେକ ମହିଳା ବିବାହ ପରେ ସାଙ୍ଗିଆ ପରିବର୍ତ୍ତନ କରିନାହାନ୍ତି । ଐଶ୍ୱର୍ଯ୍ୟା ରାୟ ବାପାଙ୍କ ସାଙ୍ଗିଆ ସହ ପତିଙ୍କ ସାଙ୍ଗିଆ ଯୋଡ଼ି ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ସେହିପରି ମଲାଇକା ଆରୋରାଖାନ୍ ଓ ଆହୁରି ଅନେକ । କିନ୍ତୁ ଐଶ୍ୱର୍ଯ୍ୟାଙ୍କ ଶାଶୁ ଜୟା ଭାଦୁରି ବିବାହ ପରେ ‘ଭାଦୁରି’ ତ୍ୟାଗ କରି ହୋଇଛନ୍ତି ଜୟା ବଚ୍ଚନ । ଟିନା ମୁନିମ୍ ଏବେ ଟିନା ଅମ୍ବାନୀ । ବଲିଉଡ୍ ଭଳି ଓଲିଉଡ୍‌ରେ ଉଭୟ ପରମ୍ପରା ଚାଲୁ ରହିଛି । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପିତା ଓ ପତି ଉଭୟଙ୍କ ସାଙ୍ଗିଆ ରଖି ଦସ୍ତଖତ କରୁଥିଲେ ଇନ୍ଦିରା ପ୍ରିୟଦର୍ଶିନୀ ନେହରୁ ଗାନ୍ଧୀ ।

୧୯୮୧ ମସିହାରେ କେତେକ ସମଭାବାପନ୍ନ ବ୍ୟକ୍ତି ଏକାଠି ହୋଇ ଆରମ୍ଭ କରିଥିଲେ ‘ଜାତିସଚୂଚକ ସଂଜ୍ଞା ହଟାଅ’ ଆନ୍ଦୋଳନ । ବହୁ ଯୁବ ବନ୍ଧୁ ଯୋଗ ଦେଇଥିଲେ

୨୭୦ ବିକଳ୍ପ ବିଶ୍ୱ