ପୃଷ୍ଠା:Bikalpa Biswa.pdf/୨୭୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରବିନସନ୍ । ଏହାପରେ ପେଷାଗତ ସରନେମ୍ ବ୍ୟବହୃତ ହେଲା - ଗୋଲ୍ଡସ୍ମିଥ, କ୍ୟାପଟେନ୍ କୁକ୍, ଜନ୍ ବାର୍ବର, ଶାର୍ଲିନ ଗାର୍ଡନର୍ । ପାହାଡିଆ ଅଞ୍ଚଳ ଲୋକଙ୍କ ନାଁ ସାଙ୍ଗରେ ଲାଗିଲା ହିଲ୍, ଉଡ୍, ଫୋର୍ଡ ଇତ୍ୟାଦି ।

ଭାରତରେ ପାର୍ସୀମାନେ ପେଷା ସର୍‌ନେମ୍ ଲଗାଇଲେ ପ୍ରାୟ ଏହି ସମୟରେ ଲକଡିୱାଲା, ଦାରୁୱାଲା ଇତ୍ୟାଦି । ବେଙ୍ଗଲ୍‌ରେ ଚଟ୍ଟୋପାଧ୍ୟାୟ, ମୁଖୋପାଧ୍ୟାୟ, ବନ୍ଦୋପାଧ୍ୟାୟ ଇତ୍ୟାଦି ଲମ୍ବା ସର୍‌ନେମ୍‌କୁ ବ୍ରିଟିଶ ଶାସକମାନେ ଉଚ୍ଚାରଣରେ ଅସୁବିଧା ଯୋଗୁଁ କାଟି ଛୋଟ କରି ଦେଇ ଡାକିଲେ ଚାଟାର୍ଜୀ, ମୁଖାର୍ଜୀ, ବାନାର୍ଜୀ ଇତ୍ୟାଦି । ଆସାମରେ ଶହେ ସୈନ୍ୟଙ୍କ ନେତାକୁ ସାଇକିଆ ଓ ହଜାରେ ସୈନିକଙ୍କ ସେନାପତିଙ୍କୁ ହଜାରିକା ଉପାଧି ଦିଆଯାଇଥିଲା । କ୍ରମେ ଏଇ ବ୍ୟକ୍ତିଗତ ଉପାଧିଗୁଡ଼ିକ ବଂଶଗତ ଉପାଧି ହୋଇଗଲା । ଓଡ଼ିଶ।ରେ ସାମନ୍ତରାୟ, ବଳିଆର ସିଂହ, ପାଲଟାସିଂ, ପାଟଶାଣୀ, ପାଇକରା, ଗଡ଼ନାୟକ, ପଟ୍ଟନାୟକ, ରାଜଗୁରୁ ମହାପାତ୍ର, ଆଚାର୍ଯ୍ୟ । ଏ ଉପାଧି କ୍ରମେ ସାଙ୍ଗିଆ ହୋଇଗଲା । ଜଣେ ଡାକ୍ତରଙ୍କ ଅଣ-ଡାକ୍ତର ପୁଅ ବା ଝିଅ ନାଁରେ ଡାକ୍ତର ଯୋଡ଼ିବା ଯେମିତି ଅଯୌକ୍ତିକ ଓ ହାସ୍ୟାସ୍ପଦ, ଏହା ଠିକ୍ ସେହିପରି ଅସଂଗତ ।

ଦାକ୍ଷିଣାତ୍ୟ ରାଜ୍ୟମାନଙ୍କରେ ପ୍ରଥମେ କେବଳ ଗୋଟିଏ ଯୋଡ଼ିଏ ଶବ୍ଦରେ ନାଁ ଦିଆଯାଉଥିଲା - ଲକ୍ଷ୍ମଣନ୍, ପ୍ରଭାକରନ୍, ଗୋବିନ୍ଦନ୍ ଇତ୍ୟାଦି । ତା’ପରେ ପରିବାର ଓ ଗାଁ ନା ଯୋଡ଼ାଗଲା - ଯେପରି ଫ୍ୟାମିଲି ନା ପୁଲିଥେବର ଓ ଗାଁ ନାଁ ହଥଙ୍ଗଡି ଓ ଏହାକୁ ନେଇ ବ୍ୟକ୍ତିଙ୍କ ନାଁ ହେଲା ‘ପୁଲିଥେବର ହଥଙ୍ଗଡି’ । ଏହାପରେ କେତେକ ଅଞ୍ଚଳରେ ଗାଁ, ଜାତି ଓ ନାଁକୁ ଏକାଠି ଯୋଡ଼ି ବ୍ୟକ୍ତିଙ୍କ ପରିଚୟକୁ ଆହୁରି ପରିଷ୍କାର କରିବା ଚେଷ୍ଟା ଆରମ୍ଭ ହେଲା - ଯେପରିକି ‘ମଦୁରାଇମଣି ଆୟର୍’ । ପୁଣି ପିତାଙ୍କ ନାମକୁ ପୂର୍ବପଦ ଭାବରେ ପୁତ୍ରଙ୍କ ନାଁରେ ଯୋଡ଼ାଗଲା - ଯେପରିକି ଏସ୍. ଜାନକୀ, ଅର୍ଥାତ୍ ଶ୍ରୀଧରଙ୍କ ପୁତ୍ରୀ ଜାନକୀ, ଜି. ରମଣ ବା ଗୋପାଳଙ୍କ ପୁତ୍ର ରମଣ । ୧୯୩୦ ମସିହାରେ ନୋବେଲ୍ ପୁରସ୍କାର ବିଜେତା ରମଣଙ୍କ ପିତାଙ୍କ ନାଁ ଥିଲା ଚନ୍ଦ୍ରଶେଖର ଓ ପୁତ୍ରଙ୍କ ନାଁର ପୂର୍ବପଦ ବା ପ୍ରିଫିକ୍ସ ହୋଇ ନାଁ ହେଲା ‘ଚନ୍ଦ୍ରଶେଖର ଭେଙ୍କଟରମଣ’ । ଏବକାର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ନାଁ ଆଗରୁ ତାଙ୍କ ପିତା ପାଲ୍ନିଆପ୍ପାନଙ୍କ ନାଁ ଲାଗିଛି । ଭାରତରେ ସବୁଜ ବିପବ୍ଳର ପିତା ସ୍ରଷ୍ଟା ଏମ୍. ଏସ୍. ସ୍ୱାମୀନାଥନ୍ ପୂରା ନାଁ ହେଲା ‘ମଙ୍କମ୍‌ଶାମ୍ବଶିବନ୍ ସ୍ୱାମୀନାଥନ୍’ । ମଙ୍କମ ହେଲା ତାଙ୍କ ଗାଁର ନାମ ଓ ଶାମ୍ବଶିବନ୍ ତାଙ୍କ ପିତାଙ୍କ ନାମ । ଗୁଜୁରାଟ ଓ ମହାରାଷ୍ଟ୍ରରେ ଓଲଟା । ଯେପରିକି ସୁନୀଲ ମନୋହର ଗାଭାସ୍କର । ମହାରାଷ୍ଟ୍ର ବ୍ରାହ୍ମଣମାନେ ନାଁ ସାଙ୍ଗେ ଯୋଡ଼ନ୍ତି ଜାତିସୂଚକ ‘ରାଓ’ । ଗୁଜର।ଟୀମାନେ ନାଁ ସାଙ୍ଗରେ ଭାଇ ଓ ବେନ୍ ଯୋଡନ୍ତି । ନରେନ୍ଦ୍ର ଭାଇ, ସୁମତ୍ରା ବେନ୍

୨୭୨ ବିକଳ୍ପ ବିଶ୍ୱ