ପୃଷ୍ଠା:Bikalpa Biswa.pdf/୨୭୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାହା ପାଖରେ ପଡିଛି ଜାଣିବାକୁ, ବଦଳି ଅର୍ଡର କେବେ ବାହାରୁଛି, କିଏ କୋଉଠିକୁ ଯାଉଛି, ସେକ୍ରେଟାରି, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କର କିଏ ପାଖ ଲୋକ, କିଏ କେତେ ଲାଞ୍ଚ ନିଅନ୍ତି, କିଏ ଶୁଣନ୍ତି ନାହିଁ - ନିଅନ୍ତି ନାହିଁ - ଏ ସବୁର ସୂଚନା ପାଇବାପାଇଁ ସେକ୍ରେଟାରିଏଟ୍ ଓ ଡାଇରେକ୍ଟରେଟ୍‌ମାନଙ୍କରେ ବହୁତ ଗହଳି ଅନେକ କାରବାର । ଲାଗେ ଯେପରି ଏକ ପ୍ରାଇଭେଟ୍ ସୂଚନା ବଜାରରେ କ୍ରେତା ଓ ବିକ୍ରେତା ସୌାବାଜିରେ ନ୍ୟସ୍ତ । ସୂଚନାର ବିଶ୍ୱ ବଜାରରେ ପ୍ରତିିଦିନ ତିନି ଲକ୍ଷ କୋଟି ଟଙ୍କାର ସୂଚନା କିଣା ବିକା ହୁଏ । ଏଠି ବହୁଦେଶୀୟ କମ୍ପାନି ଓ ଡିଫେନ୍ସ କଣ୍ଟ୍ରାକ୍ଟର ଓ ଏଜେଣ୍ଟଙ୍କ ଭିଡ ବେଶୀ । ସରଳ, ସଚ୍ଚୋଟ, ନିଷ୍ଠାପର ଓ ଗରିବ ଲୋକେ ଏ ବଜାରରେ ପଶି ପାରନ୍ତି ନାହିଁ । ସୂଚନା ଅଧିକାର ଆଇନ୍ ଦେଶକୁ ଏକ ନିର୍ମଳ, ନିର୍ଭୟ, ସକ୍ରିୟ ଉତ୍ତରଦାୟୀ ଶାସନ ଦେବା ପାଇଁ । କେବଳ ଦେଶର ନିରାପତ୍ତା ଓ ବୈଦେଶିକ ନୀତି ସହ ଜଡ଼ିତ ୧୧ଟି ବିଷୟକୁ ଛାଡ଼ିଦେଲେ, ସରକାର କ’ଣ କରୁଛନ୍ତି ସେ କଥା ଜାଣିବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ଅଛି । କେନ୍ଦ୍ର ଓ ରାଜ୍ୟ ସୂଚନା କମିସନ୍ ଏ ସବୁ ସୂଚନା ଅଧିକାରକୁ କାର୍ଯ୍ୟକାରୀ କରାଇବେ, ଇନ୍‌ଫରମେସନ୍ ୱାଚ୍ ଡଗ୍ ବା ତତ୍ତ୍ୱାବଧାରକ ଭାବେ ।

ଓଡ଼ିଶାରେ ସୂଚନା କମିସନ୍ ସ୍ଥାପନା ରାଜ୍ୟରେ ପ୍ରବଳ ଉତ୍ସାହ ଓ ଆଶାର ବାତାବରଣ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ପଡ଼ି ରହିଥିବା ପେନ୍‌ସନ୍, ପ୍ରୋଭିଡେଣ୍ଟ ଫଣ୍ଡ, ବିପିଏଲ୍ କାର୍ଡ, ଜମିଜମା ରେକର୍ଡ ଏବେ ଅତି ଶୀଘ୍ର ଫଇସଲା ହେଉଛି । କିନ୍ତୁ ବ୍ୟୁରୋକ୍ରେଟିକ୍ ବା ପ୍ରଶାସନିକ ଅପାରଗତାର ବୋଝ ଏତେ ବେଶୀ ଓ ସାଧାରଣ ଲୋକଙ୍କ ସମସ୍ୟା ଏତେ ଅଧିକ ଯେ; କମିସନ୍ ସୃଷ୍ଟି କରିଥିବା ଆଶା, ଉତ୍ସାହ କ୍ରମେ ମଉଳିଯିବାର ଆଶଙ୍କା ଦେଖାଦେଲାଣି । ନିକଟରେ ‘ସୂଚନା ସଚେତନତା ଓ ଡ୍ରାଇଭ୍ ଏଗେନେଷ୍ଟ ବ୍ରାଇବ୍ (ଲାଞ୍ଚ ବିପକ୍ଷରେ କାର୍ଯ୍ୟକ୍ରମ)’ ବିଷୟକୁ ନେଇ ରାଜ୍ୟବ୍ୟାପୀ ପନ୍ଦର ଦିନିଆ ଅଭିଯାନ ଫଳରେ ୬୨ ହଜାର ଲୋକ ନିଜ ସମସ୍ୟା ସମାଧାନପାଇଁ ଏକଚାଳିଶ ହଜାର ରଖାସ୍ତ ଦେଇଥିଲେ । ଏହି ତୁଳନାରେ କେନ୍ଦ୍ର ସୂଚନା କମିସନ୍‌ଙ୍କୁ ଏକ ବର୍ଷ ମଧ୍ୟରେ ମିଳଥିଲା ମାତ୍ର ୪୨,୮୭୬ ଆବେଦନ ପତ୍ର । ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ମାତ୍ର ଦୁଇଜଣିଆ ସୂଚନା କମିସନ କେତେଦୂର ଏଇ ବୋଝ ଉଠାଇ ପାରିବେ । ଏହାଛଡ଼ା ଅନ୍ୟ ଏକ ବଡ଼ ସମସ୍ୟା ହେଉଛି କ୍ରମବର୍ଦ୍ଧିଷ୍ଣୁ ନଗଣ୍ୟ, ଆଜେବାଜେ ଆବେଦନପତ୍ରର ସଂଖ୍ୟା । ଉଦାହରଣ ସ୍ୱରୂପ ଜଣେ ଆବେଦନକାରୀ ଜାଣିବାକୁ ଚାହିଁଛନ୍ତି ୧୯୪୭ ମସିହାରୁ ଏପର୍ଯ୍ୟନ୍ତ କେତେଥର କ୍ୟାବିନେଟ୍ ସେକ୍ରେଟାରି ସଭା ଡାକିଛନ୍ତି ଓ ସେସବୁ ସଭାରେ କ’ଣ ଆଲୋଚନା ହୋଇଛି, ତା’ର ସମ୍ପୂର୍ଣ୍ଣ

୨୭୬ ବିକଳ୍ପ ବିଶ୍ୱ