ପୃଷ୍ଠା:Bikalpa Biswa.pdf/୨୭୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିବରଣୀ ଦିଅ । ଦାରିଦ୍ର୍ୟ ସୀମାରେଖା ଉପରେ କେତେ ଲୋକ ଅଛନ୍ତି, ସମସ୍ତଙ୍କ ନାଁ, ବୟସ ଜଣାଅ । ଏ ସୂଚନା ଦେବାକୁ ହେଲେ ୭୫ କୋଟି ଲୋକଙ୍କ ନାଁ ସଂଗ୍ରହ କରି ଟାଇପ୍ ଓ ଫଟୋ କପି କରି ଦେବାକୁ ପଡ଼ିବ । ଆଉ ଜଣେ ଆବେଦନ କରିଛନ୍ତି, ଦେଶର ବିଭିନ୍ନ କୋର୍ଟରେ ୧୯୪୭ରୁ କେତେ କେଶ୍ ହୋଇଛି ତା’ର ସମ୍ପୂର୍ଣ୍ଣ ବିବରଣୀ ଦିଅ । ଦେଶରେ କେତେ ଭଣ୍ଡାରୀ କେତେ କତୁରୀ ରଖିଛନ୍ତି ଓ ସେଥିରୁ କେତେ ଷ୍ଟେରିଲାଇଜ୍ ହେଉଛି ତା’ର ହିସାବ ଦିଅ । ପ୍ରଶ୍ନକର୍ତ୍ତା ବୋଧେ ଭୁଲିଗଲେ ପଚାରିବାକୁ, କେତେ ବାଳ କାଟିଛନ୍ତି, ତାକୁ ଗଣି ସଂଖ୍ୟା ବତାଅ । ଏବେ ଜଣେ ଯୁବ ବୈଜ୍ଞାନିକ ତାଙ୍କର ଏକ ଉଦ୍ଭାବନ ସମ୍ପର୍କରେ ସୂଚନା ଦେବାକୁ ଚାହିଁଲେ ମଧ୍ୟ ସିଏସ୍ଆଇଆର୍ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନା ପାଇବା ଅଧିକାର ସ୍ୱୀକୃତ, ଦେବା ଅଧିକାର ନୁହେଁ ।

ଏହାଛଡା ଏବେ ରାଜା ଓ ରଙ୍କ ଉଭୟେ ସୂଚନା କମିସନ୍‌ଙ୍କ ଦ୍ୱାରସ୍ଥ ହେଉଛନ୍ତି । ଓଡ଼ିଶାର ପଥରଗଡ଼ା ଗାଁର ଚୈତନ୍ୟ ଜେନାଙ୍କଠାରୁ ଆରମ୍ଭ କରି ପ୍ରଥମ ମହିଳା ପୁଲିସ୍ ଅଫିସର କିରଣ ବେଦୀଙ୍କ ପର୍ଯ୍ୟନ୍ତ । ବୈଦେଶିକ ସଚିବ ପଦପାଇଁ ଆଶାୟୀ ବୀଣା ସିକ୍ରି, ଏବକାର ସଚିବ ମେନନ୍ କେମିତି ତାଙ୍କୁ ସୁପରସିଡ୍ କଲେ ଜଣାଇବାକୁ କେନ୍ଦ୍ର ସୂଚନା କମିସନ୍‌ଙ୍କୁ ପଚାରିଛନ୍ତି । କମିସନ୍ କ୍ୟାବିନେଟ୍ ସେକ୍ରେଟାରୀଙ୍କୁ ତଲବ କରିଛନ୍ତି । କେନ୍ଦ୍ର ପବ୍ଲିକ୍ ସର୍ଭିସ୍ କମିସନ୍ କେମିତି ଡିପାର୍ଟମେଣ୍ଟାଲ ପ୍ରମୋସନ୍‌ର ବିଚାର କରୁଛନ୍ତି ପଚାରିବାରୁ କମିସନ୍ ହାଇକୋର୍ଟ ଗଲେଣି । ଆଇଆଇଟି, ଆଇଆଇଏମ୍ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଓ ଶିକ୍ଷାମନ୍ତ୍ରୀଙ୍କୁ ସୂଚନା କମିସନ ଅଡ଼ୁଆ ପ୍ରଶ୍ନ ପଚାରିବାରୁ ବିବାଦ ସୃଷ୍ଟି ହେଲାଣି । ୟୁଜିସିକୁ ଜୋରିମାନା ହୋଇଛି ୨୫୦୦୦ । ପୂର୍ବତନ ମୁଖ୍ୟ ବିଚାରପତି ସବରୱାଲଙ୍କ ସରକାରୀ ଘରେ ପୁଅ ବ୍ୟବସାୟ କରୁଥିବାର ପ୍ରଶ୍ନ ନେଇ ସୂଚନା କମିସନ୍ ଓ ସୁପ୍ରିମ୍‌କୋର୍ଟ ମଧ୍ୟରେ ବିବାଦ ଓ ମତଭେଦ ହେଲାଣି । ଏବେ ସୁପ୍ରିମ୍‌କୋର୍ଟ ନିଜକୁ ସୂଚନା କମିସନ୍‌ଙ୍କ ପରିଧି ବାହାରେ ରଖିବାକୁ ଆବଶ୍ୟକ ଆଇନ୍ ସଂଶୋଧନପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଅମିତାଭ ବଚ୍ଚନଙ୍କୁ ଉତ୍ତରପ୍ରଦେଶ ସୂଚନା କମିସନ୍‌ଙ୍କ ଜରିଆରେ ପ୍ରଶ୍ନ ହୋଇଛି ସେ କେଉଁ ସୂଚନାକୁ ଆଧାର କରି “ୟୁପି ମେ ହେ ଦମ୍, ୟହାଁ ଜୁଲୁମ୍ କମ୍” ସ୍ଲୋଗାନ୍ ଦେଇ ମୁଲାୟମ୍‌ଙ୍କୁ ସମର୍ଥନ କରୁଥିଲେ - କୁହନ୍ତୁ । ସୂଚନା ଅଧିକାରକୁ ନିରୁତ୍ସାହିତ କରିବାକୁ କେତେକ ରାଜ୍ୟ ଆବେଦନ ପତ୍ରର ମୂଲ୍ୟକୁ ୨୦ ଟଙ୍କାରୁ ୫୦୦ ଟଙ୍କା ବଢ଼ାଇ ଦେଇଛନ୍ତି ଓ ସୂଚନା ନ ଦେଲେ ଜୋରିମାନାକୁ ୨୫୦୦୦ ଟଙ୍କାରୁ କମାଇ ୫୦୦ ଟଙ୍କା କରି ଦିଆଯାଇଛି । ଓଡ଼ିଶ।ରେ ଶାହା ଆନ୍‌ସାରୀଙ୍କ ଭଳି ସାହସୀ ସୂଚନା ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ଆରମ୍ଭ

ବିକଳ୍ପ ବିଶ୍ୱ ୨୭୭