ପୃଷ୍ଠା:Bikalpa Biswa.pdf/୨୭୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲାଣି ।

ସୂଚନା କମିସନ୍‌ଙ୍କ ଅଧିକାରକୁ ନେଇ ବାଦ ବିବାଦ ସତ୍ତ୍ୱେ ସାରା ଭାରତରେ ସାଧାରଣ ଜନତା କମିସନ୍‌ଙ୍କ କାର୍ଯ୍ୟକୁ ପସନ୍ଦ କରୁଛନ୍ତି । “ସୂଚନା ଅଧିକାରପାଇଁ ରାଷ୍ଟ୍ରୀୟ ଆନ୍ଦୋଳନ” ସଂଗଠନ ରିପୋର୍ଟ ଅନୁସାରେ ଅନଭିଜ୍ଞ କର୍ମଚାରୀ ଓ ସରକାରୀ ସହଯୋଗ ଅଭାବରୁ ସୂଚନା କମିସନ୍‌ମାନେ ଆଗେଇ ପାରୁନାହାନ୍ତି । ତେଣୁ ଯେଉଁମାନେ ସୂଚନା ଦେବାର ଦାୟିତ୍ୱରେ ଅଛନ୍ତି, ସେମାନଙ୍କ ମନୋବୃତ୍ତି ଆଗେ ବଳାଇବାପାଇଁ ଉପଯୁକ୍ତ ତାଲିମ୍ ଦରକାର । ଏହାଛଡା ଓଡ଼ିଶାରେ ଏନ୍ଏସ୍ଏସ୍, ଏନ୍‌ସିସି, ସ୍କାଉଟ୍‌ସ ଓ ଗାଇଡ୍‌ସ ଏବଂ ରେଡ୍‌କ୍ରସ ତଥା ବଛା ବଛା ନାମକରା ସିଭିଲ୍ ସୋସାଇଟି ସଂଗଠନରେ କାମ କରୁଥିବା ପ୍ରାୟ ଦୁଇ ଲକ୍ଷ ଯୁବ ସ୍ୱେଚ୍ଛାସେବୀଙ୍କ ସହଯୋଗ ନିଆଗଲେ, ସୂଚନା ଅଧିକାରକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରି ହେବ । ଏହା ଫଳରେ ରାଜ୍ୟରେ ଦୁଇ ଲକ୍ଷ ଶାହା ଅନ୍‌ସାରୀ ତିଆରି ହୋଇଯିବେ ଏବଂ ସୂଚନା ଦେବା ନ‌ଦେବା ଉପରେ ତିଷ୍ଠି ରହିଥିବା କ୍ଷମତା ଦୁର୍ଗ ଭୁଶୁଡି ପଡିବ । ଆମ ଦେଶରେ ଏପରି ଦୁଇ କୋଟି ସ୍ୱେଚ୍ଛା ସେବକ ଅଛନ୍ତି ।

୧୩ ଡିସେମ୍ବର, ୨୦୦୭

୨୭୮ ବିକଳ୍ପ ବିଶ୍ୱ