ପୃଷ୍ଠା:Bikalpa Biswa.pdf/୨୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅପ୍ରିୟ ରାଜା କରିଦେଇଛି, ତାଙ୍କଠାରୁ ସବୁ କ୍ଷମତା କାଢି ନିଆଯାଇଛି । ବାଂଲାଶେର ଦୁଇଜଣ ପୂର୍ବତନ ମହିଳା ପ୍ରଧାନମନ୍ତ୍ରୀ ଖାଲିା ଜିଆ ଓ ଶେଖ୍ ହାସିନା ନିଜ ସନ୍ତାନମାନଙ୍କର ଦୁର୍ନୀତି ଓ କ୍ଷମତା ଦୁରୁପଯୋଗକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଏବେ ଜେଲ୍‌ରେ ଅଛନ୍ତି ।

ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ସ୍ୱାମୀ ଆସିଫ୍ ଜରଦାରୀଙ୍କ ନିକ୍ ନେମ୍ ହେଉଛି ମିଷ୍ଟର ଟେନ୍ ପର୍ସେଣ୍ଟ । ଆଠବର୍ଷ ଦେଶାନ୍ତର ପରେ ରାଜକ୍ଷମା ପାଇ ଏବେ ସେ ଦେଶକୁ ଫେରିଛନ୍ତି । ଶ୍ରୀଲଙ୍କାର ବନ୍ଦରନାୟକ ପରିବାର କଥା ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଏବକାର ପ୍ରେସିଡେଣ୍ଟ ନିଜ ଭାଇଙ୍କୁ ମନ୍ତ୍ରୀ, ଆଉ ଏକ ଭାଇଙ୍କୁ ପ୍ରତିରକ୍ଷା ସଚିବ ଓ ତୃତୀୟ ଭାଇଙ୍କୁ ମଧ୍ୟ କ୍ଷମତାସୀନ କରାଇ ଦେଶକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ଅଭିଯୋଗ ହେଲାଣି । କିନ୍ତୁ ସବୁଠାରୁ କୌତୂହଳର ବିଷୟ ଯେ ଏବେ ଏଲ୍‌ଟିଟିଇର ସର୍ବୋଚ୍ଚ ନେତା ଓ କମାଣ୍ଡର ପ୍ରଭାକରନ୍ ମଧ୍ୟ ମୃତ୍ୟୁ ପୂର୍ବରୁ ନିଜ ପୁଅକୁ ଜାଫନାରେ ରାଜ୍ୟାଭିଷେକ କରିବା ଚେଷ୍ଟାରେ ଥିଲେ । ମାଲ୍‌ଡିଭ୍‌ରେ ଗତ ବତିଶ ବର୍ଷ ହେଲା ପ୍ରେସିଡେଣ୍ଟ ରହିଥିବା ଅବଦୁଲ୍ ଗାୟୁମ୍ ନିଜର ନିକଟ ସମ୍ପର୍କୀୟମାନଙ୍କୁ ପ୍ରମୁଖ ସ୍ଥାନରେ ରଖି ଦେ ଶ ଶାସନ କରୁଛନ୍ତି ବୋଲି ଅଭିଯୋଗ ହେଲା ପରେ ଏବେ ଗାଦି ଛାଡ଼ିଛନ୍ତି । ସେଥିଲାଗି ଦୁଇଥର ବିଦ୍ରୋହ ହୋଇଥିଲା ।

ପଡ଼ୋଶୀ ସାମ୍ୟବାଦୀ ଚୀନ୍‌ରେ ମାଓ ସେତୁଙ୍କ ଶାସନର ଶେଷ କାଳରେ ତାଙ୍କ ପ୍ରିୟ ପତ୍ନୀଙ୍କ ନେତୃତ୍ୱରେ ‘ଗ୍ୟାଙ୍ଗ ଅଫ୍ ଫୋର୍’, ପାର୍ଟିକୁ ନିଜ କବ୍‌ଜାରେ ରଖି ସାରା ଦେଶରେ ନିନ୍ଦିତ ହୋଇଥିଲେ । ଏବେ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କ ନେତୃତ୍ୱରେ ନବଗଠିତ ସର୍ବୋଚ୍ଚ ପଲିଟିବ୍ୟୁରୋରେ କ୍ଷମତାଶାଳୀ ପିତାମାନଙ୍କ ଅସୀମ କରୁଣାରୁ ପାଞ୍ଚଜଣ ‘ଯୁବରାଜ’ ସଭ୍ୟ ମନୋନୀତ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ସଂଘାଇର ପାର୍ଟି ‘ବସ୍’ ଜି ଜିନ୍‌ପିଙ୍ଗ୍, ରାଷ୍ଟ୍ରୀୟ ନିରାପତ୍ତା ‘ଜାର୍’, ଚୌୟୋଙ୍ଗଙ୍ଗ୍, ବାଣିଜ୍ୟ-ବେପାର ମନ୍ତ୍ରୀ ବୋ ଜିଲାଇ ଓ ରାଜଧାନୀ ବେଜିଂର ମେୟର ୱାଙ୍ଗ କ୍ୱିସାନ୍ । ଇରାକ୍‌ରେ ସଦ୍ଦାମ ହୁସେନ୍ ନିଜ ସନ୍ତାନ ଉଉୟ ଓ ଭାଇ ବନ୍ଧୁମାନଙ୍କୁ ଦେଶରକ୍ଷା, ବୈଦେଶିକ ଓ ଆଭ୍ୟନ୍ତରୀଣ ନିରାପତ୍ତା ଦାୟିତ୍ୱରେ ଅବସ୍ଥାପିତ କରି ଦେଶକୁ ନିଜ କର୍ତ୍ତୃତ୍ୱାଧୀନ ରଖିଥିଲେ । ଆରବ ଦେଶମାନଙ୍କରେ ମଧ୍ୟ ଏହିପରି ଅବସ୍ଥା । ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ଧନୀ ଦେଶ ବ୍ରୁନେଇ ଦାରୁସାଲାମ୍‌ର ସୁଲତାନଙ୍କ ଭାଇ କ୍ଷମତାର ଅପବ୍ୟବହାର କରି ଏବେ ସୁଲତାନ୍‌ଙ୍କୁ ବଦନାମ୍ କରି ସାରିଲେଣି । କ୍ୟୁବାର ସାମ୍ୟବାଦୀ ରାଷ୍ଟ୍ରପତି ଫିଡେଲ୍ କାଷ୍ଟ୍ରୋଙ୍କ ବୟସ ଅଶୀରୁ ଅଧିକ ହେଲାଣି ଓ ସେ ପ୍ରାୟ ଶଯ୍ୟାଶାୟୀ ରହୁଛନ୍ତି ।

୨୮୬ ବିକଳ୍ପ ବିଶ୍ୱ