ପୃଷ୍ଠା:Bikalpa Biswa.pdf/୨୯୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମନ୍ତ୍ରଣ କରି ତାଙ୍କ ଆଗରେ ପେସ୍ କରନ୍ତି । ୨୦୦୩ ‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ ୧୮ଟି ରାଜ୍ୟରୁ ଓଡ଼ିଶାର ସ୍ଥାନ ଥିଲା ସତର । ସବାତଳେ (୧୮ ନମ୍ବର) ଥିଲା ବିହାର । ଗୋଆ ଥିଲା ପ୍ରଗତି ପାହାଚର ସବା ଉପରେ । ଏ ବର୍ଷ ଆମେ ପୁଣି ଆସିଗଲେ ୩୪ ରାଜ୍ୟ ତଳକୁ । ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସବୁଠୁ ଅଧିକ ଲୋକ ଆମ ରାଜ୍ୟରେ । ରାଜ୍ୟର ଗ୍ରାମାଞ୍ଚଳରେ ଥିବା ସବୁଠୁ ଅଧିକ ଲୋକ ଆମ ରାଜ୍ୟରେ ।

ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଲୋକଙ୍କ ଅର୍ଥନୈତକି ଅବସ୍ଥା ସବୁଠୁ ଦୟନୀୟ । ପ୍ରତି ଶହେ ଗ୍ରାମବାସୀଙ୍କ ମଧ୍ୟରୁ ୫୭ ଜଣଙ୍କର ଦୈନିକ ରୋଜଗାର ହାରାହାରି ବାରଟଙ୍କା । ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ଲୋକଙ୍କ ଦୈନିକ ରୋଜଗାର ଏହାଠାରୁ ଅଧିକ । ଉଦାହରଣ ସ୍ୱରୂପ ଓଡ଼ିଶାର ୫୭ ତୁଳନାରେ ଝାଡ଼ଖଣ୍ଡରେ ୪୬ ଜଣଙ୍କର ଦୈନିକ ରୋଜଗାର ବାର ଟଙ୍କା, କିନ୍ତୁ ପଞ୍ଜାବର ଶତକଡ଼ା ମାତ୍ର ୪ ଜଣଙ୍କର ଏପରି ଅବସ୍ଥା । ସାରା ଭାରତରେ ପ୍ରତି ଶହେ ଜଣରୁ ମାତ୍ର ବାର ଜଣଙ୍କର ଦୈନିକ ରୋଜଗାର ୧୨ ଟଙ୍କାରୁ କମ୍ ।

ଏ ବିଷୟରେ ଓଡ଼ିଶାର ବୁଦ୍ଧିଜୀବୀ, ପ୍ରଫେସନାଲ୍, ସ୍ୱେଚ୍ଛାସେବୀ ସଂଗଠନମାନେ ଗଭୀର ଆଲୋଚନା କରିବା ଆବଶ୍ୟକ । ବିଚାର ଆଲୋଚନା ନ କଲେ ନୂଆବାଟ ଦେଶେ ନାହିଁ । ପୁଣି ନୂଆବାଟ ଦିଶିଲେ ବି ସେ ବାଟରେ ଚାଲିବାକୁ ଡର ଲାଗେ । ଭୟ, ହତାଶା ଓ ଉଦାସୀନତା ଆମ ଚାରିପଟେ ପାଚେରୀ ହୋଇ ରହିଥାନ୍ତି । ଫଳରେ ଆମର କାମ କରିବାର ଶୈଳୀ ଓ ସ୍ୱଭାବରେ ପରିବର୍ତ୍ତନ ହୁଏ ନାହିଁ । ଓଡ଼ିଆଙ୍କୁ କେତେକ ଲୋକ ଆଳସ୍ୟ ପରାୟଣ, କର୍ମକୁଣ୍ଠ, ମେଣ୍ଢା, କଙ୍କଡ଼ା, ଓଲୁ, ଅଳ୍ପରେ ସନ୍ତୁଷ୍ଟ କରି ଏହି କାରଣରୁ ଆମେ ଗରିବ ବୋଲି କହନ୍ତି । ଏହା କେତେୂର ସତ୍ୟ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ଗବେଷଣା ହୋଇନାହିଁ । ଓଡ଼ିଶା ଭିତରେ ଓ ବାହାରେ ବହୁ ଓଡ଼ିଆ ନିଜ ନିଜ କର୍ମ କୁଶଳତାଦ୍ୱାରା ପ୍ରତିଷ୍ଠିତ ହୋଇଛନ୍ତି । ବୋଧହୁଏ ଆମେ ଏପର୍ଯ୍ୟନ୍ତ ନିଜକୁ ଆବିଷ୍କାର କରିପାରୁ ନାହୁଁ । ଓଡ଼ିଆଙ୍କ ସାମାଜିକ ଦର୍ଶନ ଓ ଦିଗ୍‌ଦର୍ଶନ ଚିତ୍ର ଏବେ ବି ଅସ୍ପଷ୍ଟ ଲାଗେ । ଯୋଜନା କମିଶନ ଓ ବିଭିନ୍ନ ରାଜ୍ୟ ପାଞ୍ଚବର୍ଷ ହେଲା ‘ଭିଜନ୍ ୨୦୨୦’ ତିଆରି କରି ୨୦୨୦ ମସିହା ସୁଦ୍ଧା ଦେଶ ଓ ରାଜ୍ୟ ପ୍ରଗତିର କେତେ ପାହାଚ ଚଢ଼ି ସାରିଥିବେ ସେଥିପାଇଁ ଯୋଜନା କରିସାରିଲେଣି । ଆମର ନିଦ ଭାଙ୍ଗି ନାହିଁ । ଆମକୁ ଯୋଜନା କମିଶନର ବିଶେଷଜ୍ଞ ଦଳ ଓଡ଼ିଶା ଆସି ବୁଝାଉଛନ୍ତି ବାର୍ଷିକ ଛଅ ହଜାର କୋଟି କାହିଁକି ମାଗିବ, ଏଥିରେ ଦାରିଦ୍ର୍ୟ ହଟିବ ନାହିଁ । ଦଶ ହଜାର

୨୯୦ ବିକଳ୍ପ ବିଶ୍ୱ