ପୃଷ୍ଠା:Bikalpa Biswa.pdf/୨୯୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଟି ମାଗ । ପ୍ରତି ଶହେ ଟଙ୍କା ଅନୁଦାନରୁ ୪୨ ଟଙ୍କା ଖର୍ଚ୍ଚ କଲେ ରାଜ୍ୟର ଅଧା ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠାଇବା କେମିତି ?

ଆମେ ସମ୍ବଳ ଜୁଟାଇବାରେ ଅକ୍ଷମ, ସମ୍ବଳ ଆସିଲେ ଖର୍ଚ୍ଚ କରିବାକୁ ଅକ୍ଷମ । ଏଥିପାଇଁ ରାଜ୍ୟର ଶାସନତନ୍ତ୍ରରେ ସଂସ୍କାର ଆଣିବାକୁ ହେବ । ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନୁସାରେ ବର୍ଷକୁ ଶହେ ଦିନ ନିଶ୍ଚିତ ରୋଜଗାର ଜାଗାରେ ପାଞ୍ଚ ଦଶଦିନର ରୋଜଗାର ମିଳୁଛି, ପ୍ରାପ୍ୟ ଛଅ ମାସ, ବର୍ଷକରେ ମିଳୁଛି, ଏଥିପାଇଁ କିଏ ଦାୟୀ ? କେତେଜଣ ଜେଲ୍ ଗଲେଣି, ସସ୍ପେଣ୍ଡ ହେଲେଣି ? ଆମ ରାଜ୍ୟର ଯୋଜନା ତିଆରିରେ ରାଜ୍ୟ ଯୋଜନା ବୋର୍ଡର କୌଣସି ଭୂମିକା ନଥାଏ । ବର୍ଷକେ ଥରେ ମିଟିଂ ହୁଏ, ସବୁ ସଭ୍ୟ ‘ଅନାଚାରି’ (ଅନାହାରୀ?) । ଯୋଜନା ଫାଇଲ୍‌ରେ ତିଆରି ହୁଏ, କାହାକୁ ପଚରାଯାଏ ନାହିଁ, କନ୍‌ସଲ୍ଟେସନ୍ କରାଯାଏ ନାହିଁ, ସିଭିଲ ସୋସାଇଟିକୁ ଡକାଯାଏ ନାହିଁ, ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ସମ୍ପୃକ୍ତ କରାଯାଏ ନାହିଁ । କାରଣ ଓଡ଼ିଶା ସେକ୍ରେଟାରିଏଟ୍‌ରେ ସମସ୍ତେ ପଣ୍ଡିତ, ବିଜ୍ଞ, ବିଶାରଦ । ବାହାରେ ଆଉ ସବୁ ଅଜ୍ଞ, ମୂର୍ଖ, ଅନାମଧେୟ । ସେମାନଙ୍କ ବିଚାର, ମତାମତର କୌଣସି ମୂଲ୍ୟ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଗତ ଅଢେ଼ଇ ବର୍ଷରେ ଖୋଲିଛି ଆଠ ଦିନ ।

ଆଜିକି ଦଶବର୍ଷ ତଳେ ଗୋଆ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ଗଣା ହେଉ ନଥିଲା, ଆଜି ଏକ ନମ୍ବର । ଏହା କିପରି ସମ୍ଭବ ହେଲା ? ସବୁ ରାଜ୍ୟକୁ ପଛରେ ପକାଇ ପ୍ରଗତିର ପ୍ରଥମ ସ୍ଥାନ ଅଧିକାର କରି ନେଲା ? ଗୋଆ ଓ ଓଡ଼ିଶା ଉଭୟେ ସମୁଦ୍ର ତଟବର୍ତ୍ତୀ ରାଜ୍ୟ । ସ୍ୱାଧୀନତା ସମୟରେ ଉଭୟ ରାଜ୍ୟର ଆର୍ଥିକ ସ୍ଥିତିରେ ବିଶେଷ ଫରକ ନଥିଲା । ତାହେଲେ ଆଜି କାହିଁକି ସେ ରାଜ୍ୟ ସମସ୍ତଙ୍କ ଉପରେ ଓ ଆମେ ସମସ୍ତଙ୍କ ତଳେ ? ଏ ସମ୍ପର୍କରେ ପ୍ରତ୍ୟେକ ଓଡ଼ିଆ ସକ୍ରିୟ ଭାବରେ ଚିନ୍ତା କରିବାର ସମୟ ଆସିଛି । ଦଶ ବାର ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶ ଆମଠୁ ଚାଉଳ କିଣୁଥିଲା, ଆଜି ଆମେ ଆନ୍ଧ୍ରଠାରୁ ୨୫ ହଜାର ପ୍ରକାର ଖାଦ୍ୟ ସାମଗ୍ରୀ କିଣୁଛୁ, ବର୍ଷକୁ ୨୫ ହଜାର କୋଟି ଓଡ଼ିଶାରୁ ଆନ୍ଧ୍ରକୁ ଯାଉଛି ଏ ବାବଦରେ । ଚାରିଭାଗରୁ ଭାଗେ ଖଣି ଆମର । ଏଠାରୁ ବକ୍ସାଇଟ୍ ଆଲୁମିନା ନଗଲେ ପୃଥବୀର ଅଧେ ଅସ୍ତ୍ରଶସ୍ତ୍ର, ସାମରିକ ଯାନ କାରଖାନା ବନ୍ଦ ହୋଇଯିବ । ‘ସମୃଦ୍ଧ ଓଡ଼ିଶା’ ରିପୋର୍ଟ ଅନୁସାରେ ଗତବର୍ଷ ୨୦ ଜଣ ଖଣି ଲିଜ୍‌ଧାରୀଙ୍କ ମଧ୍ୟରୁ ୧୮ ଜଣ ରାଜ୍ୟ ବାହାରର ଲୋକ । ଆମ ସମ୍ପତ୍ତିରୁ ସେମାନେ ଲାଭ କରିଛନ୍ତି ବର୍ଷକେ ୨୪,୫୦୦ କୋଟି ଟଙ୍କା ଓ ଖଣିର ପ୍ରକୃତ ମାଲିକ ଓଡ଼ିଶାକୁ ଦେଇଛନ୍ତି ଶତକଡ଼ା ମାତ୍ର ଚାରି ଭାଗ । କେତେ ଖଣି ଲୁଟ୍ ହୋଇଛି ତା’ର

ବିକଳ୍ପ ବିଶ୍ୱ ୨୯୧