ପୃଷ୍ଠା:Bikalpa Biswa.pdf/୨୯୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ହିନ୍ଦୀ, ବାବର, ମେଲନ୍ ଓ ମୋହବତ୍

ତାସ୍କେଣ୍ଟରେ ଭାରତ ମହୋତ୍ସବ ସାରି ଆମ କଳାକାର ଦଳ ସମରକନ୍ଦ, ବୁଖାରା ଓ ବାବରଙ୍କ ଜନ୍ମସ୍ଥାନ ଫରଘନା ଗସ୍ତରେ ବାହାରିଲେ । ବାବର ତାଙ୍କ ସଂଘର୍ଷମୟ ଜୀବନର ସବୁଠାରୁ ଦୁଃଖ ସମୟ ତାସ୍କେଣ୍ଟରେ କାଟିଥିଲେ । ଏଠାରେ କେବଳ ଦୁଇଜଣ ସୈନକଙ୍କୁ ଛାଡି ଆଉ ସମସ୍ତେ ବାବରଙ୍କୁ ଛାଡ଼ି ଚାଲିଯାଇଥିଲେ । ଆମର ଏହି ଗସ୍ତକୁ ସଫଳ କରିବାକୁ ସେଠାକାର ସରକାର ସବୁପ୍ରକାରର ଉ୍ୟମ କରିଥିଲେ । ଏକାକୀ, ଅସହାୟ ବାବର ଯେ ଦିନେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠ କରି ଇତିହାସ ସୃଷ୍ଟି କରିବେ ଏକଥା ସେତେବେଳେ କେହି କଳ୍ପନା କରିନଥିଲେ । ତେଣୁ ଆମେ ସମସ୍ତେ ତା’ଙ୍କ ଜନ୍ମସ୍ଥାନ ଖେିବାକୁ ଉତ୍ସୁକ ଥିଲୁ । ସେତେବେଳକୁ ଭାରତରେ ବାବରୀ ମସ୍‌ଜିଦ୍-ରାମ ଜନ୍ମଭୂମି ଆନ୍ଦୋଳନର ରାଜନୈତିକୀକରଣ ହୋଇନଥାଏ । ଆମ ଯାତ୍ରାପାଇଁ ଏକ ସ୍ୱତନ୍ତ୍ର ରେଳଗାଡି ତିଆରି କରାଯାଇ ତା ନାଁ ରଖାଯାଇଥିଲା ‘ମୈତ୍ରୀ’ । ପ୍ରତି ଷ୍ଟେସନରେ ଗାଡ଼ି ପହଞ୍ଚିଲା ବେଳେ ସେଠାକାର ଲୋକେ ବହୁ ସଂଖ୍ୟାରେ ଆସି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଉଥାନ୍ତି ।

ଉଜ୍‌ବେକିସ୍ତାନ, ଚୀନ୍ ଓ ପାଶ୍ଚାତ୍ୟ ଦେଶଙ୍କ ମଧ୍ୟରେ ଏକ ସେତୁ ସ୍ୱରୂପ । ପୁରୁଣା ରେଶମ ରାସ୍ତା ବା ସିଲ୍କ୍ ରୋଡ୍ , ଏହି ଅଞ୍ଚଳ ଦେଇ ଯାଇଛି । ଆଲେକ୍‌ଜାଣ୍ଡର ଏଇ ରାସ୍ତା କଡ଼େ କଡ଼େ ଆଠଟି ସହର ପ୍ରତିଷ୍ଠା କରିଥିଲେ - ଖ୍ରୀଷ୍ଟପୂର୍ବ ୩୩୪ ରୁ ୩୨୩ ମଧ୍ୟରେ । କ୍ରମେ ଏଗୁଡିକ ଶିକ୍ଷା ଓ ବାଣିଜ୍ୟର କେନ୍ଦ୍ର ଭାବରେ ବିକଶିତ ହେଲେ । ମସିହା ୪୮୪ ରୁ ୧୧୫୦ ପର୍ଯ୍ୟନ୍ତ ପ୍ରାୟ ସାତଶହ ବର୍ଷ ପର୍ଯ୍ୟନ୍ତ ଏହି ଅଞ୍ଚଳ ହୁନ୍ ଓ ତୁର୍କୀ ମାନଙ୍କ ପ୍ରଭାବାଧୀନ ଥିଲା ଏବଂ ଏହି ସମୟରେ ଉଜ୍‌ବେକିମାନେ ଇସ୍ଲାମ ଧର୍ମ

୨୯୪ ବିକଳ୍ପ ବିଶ୍ୱ