ପୃଷ୍ଠା:Bikalpa Biswa.pdf/୨୯୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହିନ୍ଦୁସ୍ଥାନ ଓ ଇଣ୍ଡିଆ ବୋଲି କହନ୍ତି । ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମରକନ୍ଦ ମେୟର ସ୍ୱାଗତ ଭାଷଣ ଦେବେ ଓ ଭାରତୀୟ ଦଳର ନେତା ଭାବେ ମୁଁ ତା’ର ଉତ୍ତର ଦେବି ଓ ତା’ପରେ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେହେତୁ ମୁଁ ଉଜ୍‌ବେକୀ ବା ଋଷୀୟ ଭାଷା ଜାଣିନାହିଁ ମୋର ଭାଷଣଟି ଇଂରାଜୀ ଭାଷାରେ ପ୍ରସ୍ତୁତ କରିଥାଏ । ମୋ ସାଥୀରେ ଥିବା ଦ୍ୱିଭାଷୀ (ଇଂରାଜୀରୁ ଋଷୀୟ ଭାଷାକୁ ବ୍ୟାଖ୍ୟା କରୁଥିବା) ‘ଇଣ୍ଟରପ୍ରିଟର’ ଭାଷଣଟି ଋଷୀୟ ଭାଷାରେ ଅନୁବାଦ କରି ରଖିଥାନ୍ତି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ମେୟର ତାଙ୍କ ସ୍ୱାଗତ ଭାଷଣ ହିନ୍ଦୀରେ ଆରମ୍ଭ କରିଦେଲେ । ଏହା ଆମ ସମସ୍ତଙ୍କପାଇଁ ଅପ୍ରତ୍ୟାଶିତ ଥିଲା । ମେୟର ଯି ମୋ ଦେଶ ଭାଷାରେ ଆମକୁ ସ୍ୱାଗତ କରୁଛନ୍ତି, ମୁଁ ତାଙ୍କ ଦେଶ ଭାଷାରେ ଉତ୍ତର ଦେବା କଥା । କିନ୍ତୁ ମୋର ଶୁଦ୍ଧ ହିନ୍ଦୀ ଭାଷାରେ କହିବାର ଶକ୍ତି ନଥାଏ । କିନ୍ତୁ ଯଦି ହିନ୍ଦୀରେ କହିନପାରିବି ତେବେ ଇଂରାଜୀ ଭଳି ଏକ ବିଦେଶୀ ଭାଷାରେ ମେୟରଙ୍କ ହିନ୍ଦୀ ଭାଷଣର ପ୍ରତ୍ୟୁତ୍ତର ଦେବାଡ଼ିରେ ଔଚିତ୍ୟ କଥା ଭାବି ମୁଁ ବିବ୍ରତ ହୋଇପଡ଼ିଲି । ଏହା ମୋ ଦେଶର ସମ୍ମାନର ବିଷୟ । ଯଦି ଇଂରାଜୀରେ କହେ ଉଜ୍‌ବେକୀ ଓ ରୁଷୀୟମାନେ କ’ଣ ଭାବିବେ ? କିନ୍ତୁ ମୋତେ ତତ୍‌କ୍ଷଣାତ୍ ନିଷ୍ପତ୍ତି ନେବାକୁ ହେବ । ମୋ ପାଖରେ ଠିଆ ହୋଇଥିବା ଉତ୍ତର ପ୍ରଦେଶର ଜଣେ ମହିଳା କଥକ ନର୍ତ୍ତକୀଙ୍କୁ ଇଂରାଜୀ ଭାଷଣର କପିଟି ବଢାଇ ଦେଇ ତା’ର ସାରାଂଶକୁ ହିନ୍ଦୀରେ ଚଞ୍ଚଳ ଲେଖିଦେବାକୁ ବିଶେଷ ଅନୁରୋଧ କଲି । ସେ ଦି ମିନିଟ୍‌ରେ ସାରାଂଶ ହିନ୍ଦୀରେ ଲେଖିଦେଲେ ଓ ମୁଁ ସେଇଟି ପଢ଼ି ମୋ ବକ୍ତବ୍ୟ ଶେଷ କଲି । ଏହି ଶିକ୍ଷା ପରେ ଯେତେ ସବୁ ସଭାରେ ମୋତେ କହିବାକୁ ଡକାଗଲା ସବୁଠି ଟୁଟା ଫୁଟା ହିନ୍ଦୀ କହି କାମ ଚଳାଇଲି ।

ତା’ପରିନ ବୁଖାରା ସହରରେ ଆଉ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମସ୍‌ଜିଦ୍‌ ମାଳିନୀ ବୁଖାରାର ୨୦ ହଜାର ଲୋକ ଏକତ୍ରିତ ହୋଇଥିଲେ ବିପୁଳ ଉନ୍ମାଦନା ଓ ଉତ୍ସାହର ସହ । ସେଠାରେ ପହଞ୍ଚôବା ପୂର୍ବରୁ ଆମେ ୧୧ ଜଣ ମଦ୍‌ଗାରୀନା ବା ବହୁ ସନ୍ତାନଙ୍କୁ ଜନ୍ମ ଦେଇଥିବାଯୋଗୁଁ ରାଜ୍ୟ ପୁରସ୍କାରପ୍ରାପ୍ତ ମହିଳାଙ୍କୁ ଭେଟିଥିଲୁ । ତା’ପରେ ଅବସରପ୍ରାପ୍ତ ମିଲିଟାରୀ ଅଫିସରଙ୍କ ସହ ଭେଟ ହେଲାବେଳେ ତାଙ୍କ ମଧ୍ୟରୁ ଜଣେ ଗର୍ବର ସହିତ କହିଲେ ‘ମୁଁ ଜବାହାରଲାଲ ନେହେରୁଙ୍କ ସହ କରମର୍ଦ୍ଦନ କରିଛି ।’ ସେଠାରୁ ଗଲୁ ‘କମ୍ୟୁନ୍’ ଖେିବାକୁ । ଏକାଠି ନିଜ ଶକ୍ତି ଅନୁସାରେ କାମ କରିବା ଓ ଉତ୍ପାଦନକୁ ଆବଶ୍ୟକତା ଅନୁସାରେ ବାଣ୍ଟିନେବା ସାମ୍ୟବାଦୀ ଦର୍ଶନର ଏକ ମୂଳମନ୍ତ୍ର । କିନ୍ତୁ ଏହି ପରୀକ୍ଷାନିରୀକ୍ଷା ଓ ଆଦର୍ଶ ସଫଳ ନ ହେବାରୁ ସୋଭିଏତ୍ ୟୁନିୟନ୍ ଭୁଶୁଡ଼ି

୨୯୬ ବିକଳ୍ପ ବିଶ୍ୱ