ପୃଷ୍ଠା:Bikalpa Biswa.pdf/୩୧୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମୁଥିବାରୁ ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସି ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ସହଯୋଗ ମାଗିଲେଣି । ଭାରତରେ ଯେଉଁ ୬ଟି ରାଜ୍ୟରେ ସବୁଠୁ ବେଶୀ ର‍୍ୟାଗିଂ ହୁଏ ତା’ମଧ୍ୟରେ ଅଛି ଓଡ଼ିଶା । “କୋଆଲିଶନ୍ ଟୁ ଅପରୁଟ୍ ର‍୍ୟାଗିଂ ଫ୍ରମ୍ ଏଡୁକେସନ୍” -(କିଓର) ନାମକ ଏକ ର‍୍ୟାଗିଂ ବିରୋଧୀ ସଂସ୍ଥାର ରିପୋର୍ଟ ଅନୁସାରେ ପ୍ରତିବର୍ଷ ନୃଶଂସ ର‍୍ୟାଗିଂଯୋଗୁଁ ୯ ଜଣ ଛାତ୍ର-ଛାତ୍ରୀ ପ୍ରାଣ ହରାଇଥାନ୍ତି । ଏହି କାରଣରୁ ମନସ୍ତାପରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କର ହିସାବ ନାହିଁ । ଏହାଛଡ଼ା ସହସ୍ରାଧିକ ବିଦ୍ୟାର୍ଥୀ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିଥାନ୍ତି । ଏହାଦ୍ୱାରା ପ୍ରଭାବିତ ପରିବାରମାନଙ୍କର ପୀଡ଼ା ଅନୁଭବୀ ହିଁ ହୃୟଙ୍ଗମ କରିପାରିବେ । ପ୍ରଥମେ ସତ୍କର୍ମରେ (ଚାରିଟି) ଦାନପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ଛାତ୍ରମାନଙ୍କ୍ୱାରା ଆୟୋଜିତ ହେଉଥିବା ଆମୋଦ-ପ୍ରମୋଦ, ଖେଳ-କୌତୁକ କାର୍ଯ୍ୟକ୍ରମ ଦିନେ ନବାଗତ ବିଦ୍ୟାର୍ଥୀଙ୍କୁ ଅପମାନ, ହଇରାଣ, ହରକତ କରିବା ଉଦ୍ଦେଶ୍ୟରେ ବ୍ୟବହୃତ ହେବ ବୋଲି କେହି ଆଶା କରିନଥିଲେ ।

ର‍୍ୟାଗିଂ ରୋଗର କୁତ୍ସିତ ରୂପ ନ ଖେିଲେ ବିଶାସ କରି ହେବ ନାହିଁ । ସେଗୁଡିକ ହେଲା : ମଦ, ସିଗାରେଟ୍ ପିଇବାକୁ ବାଧ୍ୟ କରିବା, ବିବସ୍ତ୍ର ହୋଇ ଚାଲିବାକୁ ବାଧ୍ୟ କରିବା, ଚଟାଣରେ ପହଁରିବା, ସମସ୍ତଙ୍କ ଆଗରେ ସମଲିଙ୍ଗୀ ଯୌନକ୍ରିୟାପାଇଁ ଚାପ ଓ ନ କଲେ ଦଣ୍ଡ, ପିଚାରେ ତଳୁ ଅଣ୍ଡା ଉଠାଇବା, ପେନ୍ସିଲ୍ ଉଠାଇବା, ଲଙ୍ଗଳା ହୋଇ ଦୌଡ଼ିବା, ନାଚିବା, ଚୁମ୍ବନ ଦେବା, ଅଶ୍ଲୀଳ ଭାଷା କହିବା, ସିନିଅରଙ୍କୁ ‘ସାର୍’ ସମ୍ବୋଧନ କରିବା ଓ ତାଙ୍କପାଇଁ ବେଠି ଖଟିବା ଇତ୍ୟାଦି । ଛାତ୍ରାବାସ, ରେସ୍ତୋରାଁ, ଖେଳପଡିଆ, ଶିକ୍ଷକ ନଥିବା ଶ୍ରେଣୀଗୃହ, କ୍ୟାମ୍ପସ୍ ଭିତରେ ଥିବା ଅନ୍ୟ ଖୋଲା, ନିର୍ଜନ ସ୍ଥାନମାନଙ୍କରେ ବେଶୀ ର‍୍ୟାଗିଂ ହୋଇଥାଏ । ଯେଉଁ ନବାଗତମାନେ ସଙ୍କୋଚ ବା ବିରୋଧ କରନ୍ତି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଏ ।

ଛାତ୍ରଛାତ୍ରୀମାନେ ଉଚ୍ଚ ଆଶା ନେଇ ଉଚ୍ଚ ଶିକ୍ଷାପାଇଁ ଓ ଉଚ୍ଚ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥାନ୍ତି । ର‍୍ୟାଗିଂ କରୁଥିବା ନରରାକ୍ଷସମାନେ ଏସବୁ ସ୍ୱପ୍ନକୁ ଦଳିଚକଟି ଦିଅନ୍ତି । ପରିବାର, ସମାଜ ଓ ବିଦ୍ୟାଳୟରୁ ଯେଉଁ ବିଶ୍ୱାସ ଓ ମୂଲ୍ୟବୋଧଦ୍ୱାରା ଅନୁପ୍ରାଣିତ ହୋଇ ଜଣେ ବିଦ୍ୟାର୍ଥୀ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନକୁ ଆସିଥାଏ, ସେସବୁ ଭାବନା ଅସଭ୍ୟ ର‍୍ୟାଗର୍‌ଙ୍କ ଅତ୍ୟାଚାରରେ ଜଳିଯାଏ । କେତେକ ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ତ୍ତୃପକ୍ଷ ଓ ଅଧ୍ୟାପକମାନେ ମଧ୍ୟ ର‍୍ୟାଗିଂକୁ ପରୋକ୍ଷ ସମର୍ଥନ ଦେଉଥିବା ଦୃଷ୍ଟାନ୍ତ ରହିଛି । ଏମାନେ କାର୍ଯ୍ୟାନୁଷ୍ଠାନ ନେବାରେ

ବିକଳ୍ପ ବିଶ୍ୱ ୩୧୧