ପୃଷ୍ଠା:Bikalpa Biswa.pdf/୩୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଶ୍ଚାତ୍ୟ ଦେଶମାନେ ଥିଲେ ର‍୍ୟାଗିଂର ଉତ୍ପତ୍ତିସ୍ଥଳ, ସେଠାରେ ଏ ରୋଗକୁ ରୋକାଗଲାଣି । ଏବେ ଏହା ଆମ ଶିକ୍ଷାନୁଷ୍ଠାନମାନଙ୍କରେ ବେକରେ ଘଣ୍ଟି ହୋଇଛି । ହଷ୍ଟେଲ, ମେସ୍, ଲାଇବ୍ରେରୀ, ଖେଳପଡ଼ିଆ, ରେସ୍ତୋରାଁ ଆଦି ଅନେକ ନବାଗତ ଛାତ୍ରଛାତ୍ରୀଙ୍କ ଶୋଷଣ, ଅତ୍ୟାଚାର ସ୍ଥଳ ହେଲାଣି । ବେସରକାରୀ ବୈଷୟିକ ଅନୁଷ୍ଠାନମାନଙ୍କରେ ଏହାର ପ୍ରକୋପ ବେଶି । ଏଠି ଅଧିକାଂଶ ପଇସାବାଲାଙ୍କ ପିଲାଏ ଲକ୍ଷ ଲକ୍ଷ ଟଙ୍କା ଡୋନେସନ୍ ଦେଇ ନାଁ ଲେଖାଇଥାନ୍ତି । ମାନବ ମୂଲ୍ୟବୋଧ ପ୍ରତି ଏମାନଙ୍କର ସମ୍ମାନ ନଥାଏ, ପଇସା ଦେଇ ପଇସାପାଇଁ ପାଠ ପଢ଼ିବାକୁ ଆସିଥାନ୍ତି ।

ର‍୍ୟାଗିଂ ସମସ୍ୟାର ଏକ ସର୍ବକାଳୀନ ସମାଧାନ ସକାଶେ ସୁପ୍ରିମ୍‌କୋର୍ଟ ସିବିଆଇର ପୂର୍ବତନ ନିର୍ଦ୍ଦଶକ ଡଃ ଆର୍.କେ.ରାଘବନ୍‌ଙ୍କ ଅଧ୍ୟକ୍ଷତାରେ ଏକ ସାତଜଣିଆ ବିଶେଷଜ୍ଞ କମିଟି ଗଠନ କରି ତୁରନ୍ତ ରିପୋର୍ଟ ବୋକୁ ଆଶେ ଦେଇଥିଲେ । ରାଘବନ୍ କମିଟି ର‍୍ୟାଗିଂ ନିୟନ୍ତ୍ରଣପାଇଁ ତିନିଟି ଉପାୟ ସୂଚାଇଛନ୍ତି । ସେଗୁଡିକ ହେଲା (୧) ନିଷେଧ (ପ୍ରୋହିବିଶନ୍), (୨) ନିରୋଧ (ପ୍ରିଭେନ୍ସନ୍) ଓ ଦଣ୍ଡ ବା ଶାସ୍ତି (ପନିସ୍ମେଣ୍ଟ) । ର‍୍ୟାଗିଂକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗଣ୍ୟ କରିବା ଏବଂ ଅର୍ଡିନାନ୍ସ ଜରିଆରେ ବ୍ୟାନ୍ କରିବା, ଏହାର ନିରୋଧପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ତାଲିମ ଦେବା ଓ ଉତ୍ତରଦାୟୀ କରିବା, ଫିଲ୍ମ ସେନ୍ସର ବୋର୍ଡକୁ ସିନେମା, ଟେଲିଭିଜନ୍‌ରେ ର‍୍ୟାଗିଂକୁ ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରୋତ୍ସାହନ ଦେଉଥିବା ଦୃଶ୍ୟ ପାସ୍ ନ କରିବାକୁ କହିବା, ପ୍ରସ୍ପେକ୍ଟସ୍, ଆଡମିଶନ ଫର୍ମ୍‌ଦ୍ୱାରା ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ସତର୍କ କରାଇବା ଓ ଆଗୁଆ ଅଣ୍ଡରଟେକିଂ ନେବା, ର‍୍ୟାଗିଂ ପ୍ରବଣ ଛାତ୍ରଛାତ୍ରୀଙ୍କର ଆଚରଣ ଓ ଆଭିମୁଖ୍ୟ ବଳାଇବାପାଇଁ ମାନସିକ ଚିକିତ୍ସା, ପରାମର୍ଶ ବ୍ୟବସ୍ଥା, ଆଣ୍ଟି ର‍୍ୟାଗିଂ ଭିଜିଲାନ୍ସ କମିଟି ଗଠନ, ଦୋଷୀ ଛାତ୍ରଙ୍କୁ ତୁରନ୍ତ ଦଣ୍ଡର ବ୍ୟବସ୍ଥା, ର‍୍ୟାଗିଂ ଋତୁରେ ନବାଗତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, ଅଧ୍ୟକ୍ଷମାନଙ୍କୁ ସ୍ୱତନ୍ତ୍ର କ୍ଷମତା, ମାଇଗ୍ରେସନ୍ ସାର୍ଟିଫିକେଟ୍ରେ ର‍୍ୟାଗିଂ ସମ୍ପର୍କରେ ଉଲ୍ଲେଖ, ର‍୍ୟାଗିଂ ବିରୋଧରେ ଦୃଢ଼ ପଦକ୍ଷେପ ନେଉନଥିବା ଅନୁଷ୍ଠାନମାନଙ୍କୁ ଅନୁଦାନ ବନ୍ଦ ଓ ସ୍ୱୀକୃତି ପ୍ରତ୍ୟାହାର ଇତ୍ୟାଦି ଅନେକ ସୁପାରିଶ ରିପୋର୍ଟରେ ରହିଛି ।

ଏସବୁକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରି କହିଛନ୍ତି ଯେ “ର‍୍ୟାଗିଂ ରୋକିବା ସମ୍ପୃକ୍ତ ଶିକ୍ଷାନୁଷ୍ଠାନମାନଙ୍କର ପ୍ରଥମ ଦାୟିତ୍ୱ । ଏହା ମାନବ ଅଧିକାର ଓ ମୂଲ୍ୟବୋଧ ଉପରେ ପ୍ରତ୍ୟକ୍ଷ ଆକ୍ରମଣ ।” ଏହାକୁ ରୋକିବାପାଇଁ କେନ୍ଦ୍ର, ରାଜ୍ୟ, ବିଶ୍ୱବିଦ୍ୟାଳୟ, ଗଣମାଧ୍ୟମ ଓ ସମ୍ପୃକ୍ତ ପରିବାରମାନଙ୍କର କର୍ତ୍ତବ୍ୟ । ଯେଉଁ ଋତୁରେ ର‍୍ୟାଗିଂ ବେଶି

ବିକଳ୍ପ ବିଶ୍ୱ ୩୧୩