ପୃଷ୍ଠା:Bikalpa Biswa.pdf/୩୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୁଏ, ସେ ସମୟର ଡ୍ରାମା, ବିତର୍କ, ସେମିନାର୍ ମାଧ୍ୟମରେ ସଚେତନତାର ଆବଶ୍ୟକତା ରହିଛି । ଅନୁଷ୍ଠାନ, ନବାଗତ ଛାତ୍ରଙ୍କୁ ଭବ୍ୟ ସ୍ୱାଗତ ଓ ସିନିୟର ବିଦ୍ୟାର୍ଥୀଙ୍କ ସହ ବନ୍ଧୁତାର ବାତାବରଣ ଓ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । ଶିକ୍ଷାନୁଷ୍ଠାନକୁ ଭୟମୁକ୍ତ କରିବା ଶିକ୍ଷକ, ଅଧ୍ୟକ୍ଷ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କର ଆଚରଣ ଉପରେ ନିର୍ଭର କରେ । ର‍୍ୟାଗର୍ ଯେଉଁ ପରିବାରରୁ ଆସୁଛନ୍ତି ସେଇ ପରିବାର ସମ୍ପର୍କରେ ଅଧିକ ଧ୍ୟାନ ଗବେଷଣା ଆବଶ୍ୟକ ।

ସାଧାରଣତଃ ଗରିବ ଓ ସଂସ୍କୃତିସମ୍ପନ୍ନ ପରିବାରର ପିଲାଏ ର‍୍ୟାଗିଂ କରନ୍ତି ନାହିଁ । କିନ୍ତୁ ଏହା ମଧ୍ୟ ଏକ ବିଷଚକ୍ର, କାରଣ ର୍ୟାଗିଂ ପୀଡିତ ପିଲାଏ ଭାବନ୍ତି, ସିନିଅର୍ ହେଲା ପରେ ଜୁନଅର୍‌ଙ୍କୁ ର‍୍ୟାଗିଂ କରିବା ତାଙ୍କର ଯେପରି ସ୍ୱାଭାବିକ ଅଧିକାର - ଶାଶୂବୋହୂ ମାନସିକତାର ଏକ ଅନ୍ୟରୂପ । ତେଣୁ ଶିକ୍ଷାନୁଷ୍ଠାନମାନେ ଏକଜୁଟ ହୋଇ ର‍୍ୟାଗିଂରୁ ନିଜ ନିଜ ଅନୁଷ୍ଠାନ‌କୁ ରକ୍ଷା କରନ୍ତୁ । ସରକାର, ସମାଜ, ନ୍ୟାୟାଳୟ, ସାଧାରଣ ଜନତା ଓ ବିଶେଷ କରି ସଂଖ୍ୟାଧିକ ଛାତ୍ରଛାତ୍ରୀ ସମସ୍ତେ ତାଙ୍କ ପଛରେ ଅଛନ୍ତି । ଯେଉଁ ଦେଶମାନଙ୍କରୁ ର‍୍ୟାଗିଂ ରୋଗ ଆମଦାନୀ ହୋଇଥିଲା ସେଇ ଦେସର ଶିକ୍ଷାନୁଷ୍ଠାନମାନେ ଏକାଠି ହୋଇ ର‍୍ୟାଗିଂ ରାକ୍ଷସକୁ ଜବତ୍ କରିସାରିଲେଣି । ଆମେ କାହିଁକି ଆମ ପିଲାଙ୍କୁ ରକ୍ଷା କରି ପାରିବା ନାହିଁ ?

୨୦ ଅଗଷ୍ଟ, ୨୦୦୯

୩୧୪ ବିକଳ୍ପ ବିଶ୍ୱ