ପୃଷ୍ଠା:Bikalpa Biswa.pdf/୩୧୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ରାନ୍ତି’ ଆନେ୍ଦାଳନର ରୂପ ନେଇ ତାଙ୍କ ପରେ ପୁଣି ମଉଳିଗଲା । ତେବେ ଏକମାତ୍ର ଆଶ୍ୱସନାର କଥା ଯେ ସମ୍ବିଧାନ ସଂଶୋଧନ କରି ଗାନ୍ଧୀଜୀଙ୍କ ‘କ୍ଲାସଲେସ, ଷ୍ଟେଟଲେସ ଡାଇରେକ୍ଟ ଡେମୋକ୍ରାସି’ ଚିନ୍ତାଧାରାକୁ ଏବେ ପଞ୍ଚାୟତିରାଜ ମାଧ୍ୟମରେ ସୀମିତ ରୂପରେ କାର୍ଯ୍ୟକାରୀ କରାଯାଉଛି । ଆଧୁନିକ ଭାରତ ଗାନ୍ଧୀଜୀଙ୍କୁ ଭୁଲି ଯାଇ ନଥିଲେ ବି ବିଦେଶୀ ସଂସ୍କୃତିର ପ୍ରଭାବରୁ ମୁକୁଳି ପାରି ନାହିଁ । ହିନ୍ଦ ସ୍ୱରାଜର ଶତବାର୍ଷିକୀ ପାଳନ ଅବସରରେ ଆଉ ଥରେ, ଗଭୀର ଭାବରେ ଗାନ୍ଧୀଜୀଙ୍କ ଦର୍ଶନ ଓ ବିଚାର ଉପରେ ବିଚାର କରିବାର ସମୟ ଆଜି ଉପସ୍ଥିତ । ଘୋଡା ଦୌଡ଼, ମୂଷା ଦୌଡ଼ ଓ ଭାଗ୍ ଦୌଡ଼ ମୁହୂର୍ତ୍ତେ ବନ୍ଦ କରି ଆସନ୍ତୁ ଆଜି ଆତ୍ମସମୀକ୍ଷା କରିବା ।

୧୦ ସେପ୍ଟେମ୍ବର, ୨୦୦୯

ବିକଳ୍ପ ବିଶ୍ୱ ୩୧୯