ପୃଷ୍ଠା:Bikalpa Biswa.pdf/୩୨୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦୁର୍ନୀତିର ଦୃଶ୍ୟପଟ

ଲାଞ୍ଚୁଆ, ସର୍ବଗିଳା ଓ ଖାଉ ମହାବାହୁଙ୍କପାଇଁ ବ୍ୟବସାୟୀ ଓ କମ୍ପାନିମାନେ ଯେଉଁ ‘କୁତ୍ତା’ ଖାତାରେ ହିସାବ ରଖିଥାନ୍ତି, ତା’ଦ୍ୱାରା ଦୁର୍ନୀତିଗ୍ରସ୍ତଙ୍କୁ ଧରିବା ସହଜ ନୁହେଁ । କାରଣ ସୁଇସ୍ ବ୍ୟାଙ୍କ୍ରେ ବି ‘କୁତ୍ତା’ଙ୍କର ୭୦ ଲକ୍ଷ କୋଟି ଟଙ୍କାର ଖାତା ଅଛି ଓ ବ୍ୟାଙ୍କ ଭାରତ ସରକାରଙ୍କୁ ତା’ର ହିସାବ ଓ ବ୍ୟକ୍ତିଙ୍କର ନାଁ ଜଣାଇବାକୁ ରାଜି ହେଉନାହିଁ । ଏମାନଙ୍କ ହାତ ବହୁତ ଲମ୍ବା । ତେବେ ଭାରତରେ ‘କୁତ୍ତା ଖାତା’ର କଳେବର ବୃଦ୍ଧି ଦେଖି ସ୍ୱୟଂ ପ୍ରଧାନମନ୍ତ୍ରୀ ବି ବିବ୍ରତ । ଅଗଷ୍ଟ ୨୬ ତାରିଖ ଦିନ (୨୦୦୯) ସି.ବି.ଆଇ. ଓ ରାଜ୍ୟ ଭିଜିଲାନ୍ସ ମୁଖ୍ୟମାନଙ୍କୁ ସମ୍ବୋଧନ କରି ମନମୋହନ ସିଂହ କହିଛନ୍ତି - ନିର୍ଭୟରେ ନିଜ କର୍ତ୍ତବ୍ୟ କର ଓ ପ୍ରଥମେ ‘ବିଗ୍ ଫିସ୍’ ବା ବଡ଼ ବଡ଼ିଆ ମାଛଙ୍କୁ ଜାଲ ପକାଇ ଧର ଓ ରାସ୍ତା ସଫା କର । ଏଥିପାଇଁ ଅଫିସରମାନଙ୍କୁ ସାମ୍ବିଧାନିକ ସୁରକ୍ଷା ଦିଆଯାଇଛି । ଗୁଲ୍‌ଜାରୀଲାଲ ନନ୍ଦା ଓ ରାଜୀବ ଗାନ୍ଧୀଙ୍କ ପରେ ଏପରି କଡ଼ା ଶବ୍ଦ ଶୁଣିବାକୁ ବହୁତ ଦିନ ପରେ ମିଳିଲା । । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲଙ୍କ ଭାଷା ଏହାଠାରୁ ଅଧିକ କଠୋର ଥିଲା । ସେ କହୁଥିଲେ, ଦୁର୍ନୀତି ଖୋରଙ୍କୁ ସବୁଠାରୁ ପାଖ ବତିଖୁଣ୍ଟ (ନିଅରେଷ୍ଟ ଲ୍ୟାମ୍ପ୍ ପୋଷ୍ଟ)ରେ ଫାଶୀ ଚଢ଼ାଅ । କିନ୍ତୁ ଏପର୍ଯ୍ୟନ୍ତ କେହି ଜଣେ ହେଲେ ଫାଶୀ ଚଢ଼ି ନାହାନ୍ତି । ୭୦ ଓ ୮୦ ଦଶକରେ ତ ଦୁର୍ନୀତିକୁ ଏକ ବିଶ୍ୱବ୍ୟାପୀ ସମସ୍ୟା (ଗ୍ଲୋବାଲ୍ ଫେନୋମେନା) କହି ହାଲୁକା କରି ଦିଆଯାଇଥିଲା । ରାଷ୍ଟ୍ରପତି ଅବୁଲ୍ କାଲାମ ବାରମ୍ବାର ଏକ ଦୁର୍ନୀତିମୁକ୍ତ ଭାରତ କଥା କହୁଥିଲେ ।

ନିର୍ମଳ ଛବିଧାରୀ ପ୍ରଧାନମନ୍ତ୍ରୀଙ୍କ ଉକ୍ତି ଓ ଆଦର୍ଶକୁ ବରିଷ୍ଠ ଅଧିକାରୀମାନେ କେମିତି ପାଳିବେ ଦେଖିବାକୁ ରହିଲା । ଅତୀତରେ ସରକାରଙ୍କ କଥାକୁ ସତ ଭାବି ରାଷ୍ଟ୍ରୀୟ ରାଜପଥ ଇଞ୍ଜିନିଅର ସତ୍ୟେନ୍ଦ୍ର ଦୁବେ ଓ ପରେ ମଞ୍ଜୁନାଥ (୨୦୦୩) ଓ

୩୨୦ ବିକଳ୍ପ ବିଶ୍ୱ