ପୃଷ୍ଠା:Bikalpa Biswa.pdf/୩୨୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣେ ସଚ୍ଚୋଟ ଆଇଏଏସ୍ ଅଫିସର ବିଜୟ କୁମାର (୨୦୦୫) ମହାଚୋରମାନଙ୍କୁ ଧରିବା ପ୍ରକ୍ରିୟାରେ ମୃତ୍ୟୁମୁଖରେ ପଡ଼ିଥିଲେ । ଓଡ଼ିଶାରେ ନେତାଙ୍କ ଚାପ ଏତେ ଅଧିକ ଓ ଅଧିକାରୀମାନେ ଏତେ ଦୁର୍ବଳମନା ଓ ଡରୁଆ ଯେ ‘ବଡ଼ମାଛ’ମାନଙ୍କୁ ଜାଲରେ ପକାଇବା ଏକ କଷ୍ଟସାଧ୍ୟ ବ୍ୟାପାର । ଏଠି ତ ପୁଲିସ୍ ଅଧିକାରୀମାନେ ନକ୍ସଲ, ମାଓବାଦୀଙ୍କ ନାଁ ଶୁଣୁ ଶୁଣୁ ଛାନିଆଁରେ ଥାନା ଛାଡ଼ି ପଳାଇ ଯାଆନ୍ତି, ଦୁର୍ନୀତି-ଡକାଏତ୍‌ମାନଙ୍କୁ ଧରିବେ କେମିତି ? ଯେଉଁମାନଙ୍କର କିଞ୍ଚିତ୍ ସାହସ ଅଛି ସେମାନେ ଏହି ଅପ୍ରିୟ ଦାୟିତ୍ୱ ନେବାକୁ ଚାହାନ୍ତି ନାହିଁ, କାରଣ ସମସ୍ତଙ୍କୁ ଜଣା । ତେଣୁ ଆମ ରାଜ୍ୟରେ ‘କରପ୍ସନ୍’ ବିଷୟରେ ଆଲୋଚନା ବେଶି, କାମ କମ୍ । ଓଡ଼ିଶାରେ ୨୧ ହଜାର ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟରୁ କେବଳ ‘କରପ୍‌ସନ୍’ ଉପରେ କାମ କରୁଥିବା ପଞ୍ଜୀକୃତ ଅନୁଷ୍ଠାନ ମାତ୍ର ଗୋଟିଏ ।

ଶବ୍ଦକୋଷରେ ‘କରପ୍‌ସନ୍’ର ସଂଜ୍ଞା ଓ ଅର୍ଥ ବିଭିନ୍ନ । ଅସାଧୁତା, ଚରିତ୍ରହୀନତା, ଅନୈତିକତା, ଖଳ ପ୍ରକୃତି, ସନ୍ଦେହପୂର୍ଣ୍ଣ ଆଚରଣ, ଅପମିଶ୍ରଣ ଅଭ୍ୟାସ, ପ୍ରୀୟାପ୍ରୀତି ତୋଷଣ, ସ୍ୱାର୍ଥପରତା, ହଇରାଣ ହରକତ କରିବା, ଆଦର୍ଶରୁ ବିଚ୍ୟୁତି, ଶୋଷଣ, ଠକେଇ, ଅନ୍ୟାୟ, କ୍ଷମତା, ଅପବ୍ୟୟ, ଲାଞ୍ଚ, ଉତ୍କୋଚ ପ୍ରବଣତା, କଳୁଷିତ, ଦୂଷିତ, ପଚାସଢ଼ା ପ୍ରକୃତି, ନିର୍ଭରହୀନତା ଇତ୍ୟାିଦି ଦୁର୍ନୀତି ପର୍ଯ୍ୟାୟଭୁକ୍ତ । ୧୯୬୮ ମସିହାରେ ରବର୍ଟ ହାର୍ଟଫୋଡ୍ ଡେଭିଙ୍କ ନିଦେ୍ର୍ଧଶରେ ‘ଦୁର୍ନୀତି’ ନାମକ ବ୍ରିଟିଶ୍ ଚଳଚ୍ଚିତ୍ରରେ ଏ ସମ୍ପର୍କରେ ପ୍ରାଞ୍ଜଳ ଦୃଶ୍ୟ ଓ ଉଦାହରଣ ରହିଛି । ଆମ ଦେଶରେ ବି ଦୁର୍ନୀତିକୁ ଆଧାର କରି ଚଳଚ୍ଚିତ୍ରମାନ ନିର୍ମିତ ହୋଇଛି ।

ଭାରତର ପୂର୍ବତନ କେନ୍ଦ୍ରୀୟ ଭିଜିଲାନ୍ସ କମିସନର ଏନ୍.ବିଠଲ, ଦୁର୍ନୀତିଗ୍ରସ୍ତ ସରକାର ଓ ସମାଜର ପାଞ୍ଚଟି ନିର୍ଦ୍ଧିଷ୍ଟ ଚରିତ୍ରଙ୍କୁ ଚିହ୍ନଟ କରିଛନ୍ତି । ଏମାନେ ହେଲେ (୧) ନେତା (ଦୁର୍ନୀତିଗ୍ରସ୍ତ ରାଜନୈତିକ ନେତାମାନେ), (୨) ବାବୁ (ସରକାରୀ ଅଫିସର, କର୍ମଚାରୀ), (୩) ଲାଲା (ଅସାଧୁ ବ୍ୟବସାୟୀ), (୪) ଝୋଲା (ସ୍ୱେଚ୍ଛାସେବୀ ସଂସ୍ଥାର କେତେକ ଦୁର୍ନୀତିଗ୍ରସ୍ତ କର୍ମକର୍ତ୍ତା) ଓ (୫) ଦାଦା (କ୍ରିମିନାଲ୍ ବା ଅପରାଧ ଇତିହାସ ଥିବା ଟାଉଟରମାନେ) । ନେତା, ବାବୁ, ଦାଦା, ଲାଲା ଓ ଝୋଲା - ଏଇ ପାଞ୍ଚଟି ଚରିତ୍ର ହେଉଛନ୍ତି ଦୁର୍ନୀତିକୁ ବୁଝିବାପାଇଁ ପାଞ୍ଚଟି ସୂତ୍ର । ଏମାନଙ୍କୁ ଦୁର୍ନୀତିର ପଞ୍ଚସଖା କୁହାଯାଇ ପାରିବ । ସେମିତି ଦ୍ୟର୍ନୀତି ବ୍ୟାପିବା ପଛରେ ପାଞ୍ଚଟି ପ୍ରଧାନ କାରଣ ରହିଛି । ସେଗୁଡିକ ହେଲା :- (୧) ପଣ୍ୟଦ୍ରବ୍ୟ ଓ ଜନସେବା ବ୍ୟବସ୍ଥାର ସ୍ୱଳ୍ପତା ବା କୃତ୍ରିମ ଅଭାବ, (୨) ନାଲିଫିତା ଶାସନ ଓ ଜଟିଳ ଆଇନ୍‌କାନୁନ୍, (୩)

ବିକଳ୍ପ ବିଶ୍ୱ ୩୨୧