ପୃଷ୍ଠା:Bikalpa Biswa.pdf/୩୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଷ୍ପତ୍ତି ନେବାରେ ବିଳମ୍ବ ଓ ସ୍ୱଚ୍ଛତାର ଅଭାବ, (୪) ଦଣ୍ଡରୁ ଖସିବାପାଇଁ କୋର୍ଟ, କଚେରି, ଦାମିକା ଓକିଲ ଓ ପ୍ରଭାବଶାଳୀ ପରିବାରଙ୍କ ଆଶ୍ରୟ ଓ (୫) ଟ୍ରାଇବାଲିଜମ୍ ଅର୍ଥାତ୍ ପରସ୍ପରକୁ ସୁରକ୍ଷା ଦେବା - ହେଁସ କାହିଁ ପାଇଁ ଧୋଇବା ପ୍ରକୃତି ଓ ପ୍ରବୃତ୍ତି ।

୨୦୦୭ ମସିହାରେ ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍) ଓ ଟ୍ରାନ୍ସପାରେନ୍ସି ଇଣ୍ଟରନାସନାଲ ମିଶି ‘ଭାରତରେ ଦୁର୍ନୀତି’ ଉପରେ ଯେଉଁ ଅଧ୍ୟୟନ ଓ ଗବେଷଣା କରିଥିଲେ ତାହାର ରିପୋର୍ଟ ଅନୁସାରେ ସେ ବର୍ଷ ବିପିଏଲ୍ ବା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏକ ତୃତୀୟାଂଶ ଲୋକ ନିଜର ହକ୍ ଓ ଜନସୁବିଧା ପାଇବା ପାଇଁ ଆଠ ହଜାର ଆଠ ଶହ ତିରିଶ କୋଟି ଟଙ୍କା ଲାଞ୍ଚ ଦେଇଥିଲେ । ଏଥିରୁ ୯୨ ଭାଗ ଲାଞ୍ଚ ନଗଦ ଟଙ୍କା ଆକାରରେ ଦିଆଯାଇଥିଲା । ଯେଉଁମାନେ ଲାଞ୍ଚ ମାଗନ୍ତି ବା ଖାଆନ୍ତି, ସେମାନଙ୍କ ମଧ୍ୟରୁ ପଚାଶ ଭାଗ ହେଲେ ରାଜ୍ୟ ସରକାରୀ କର୍ମଚାରୀ, ମ୍ୟୁନିସିପାଲିଟି ଷ୍ଟାଫ୍, ପୁଲିସ୍ ଓ ପ୍ରାୟ ୩୩ ଭାଗ କେନ୍ଦ୍ରୀୟ କର୍ମଚାରୀ, ଦୁଇ ଭାଗ କ୍ଷମତାରେ ଥିବା ଦଳର ପ୍ରତିନିଧି, ଦୁଇ ଭାଗ କମ୍ପାନି କର୍ମଚାରୀ ଓ ଏକ ପ୍ରତିଶତ ସ୍ୱେଚ୍ଛାସେବୀ ସଂସ୍ଥାର କର୍ତ୍ତା ଓ କର୍ମଚାରୀ ଏବଂ ଶତକଡ଼ା ୭୭ ଭାଗ ଲାଞ୍ଚ ଦିଆଯାଇଥାଏ ଠିକ୍ ସମୟରେ ଜନସେବା ଓ ସୁବିଧା ପାଇବାପାଇଁ । ତେଣୁ ଲାଞ୍ଚର ଅନ୍ୟ ନାମ ‘ସ୍ପିଡ୍ ମନି’ । ଚାରି ବର୍ଷ ପୂର୍ବେ ବିଚାର ବିଭାଗ ଉପରେ ମଧ୍ୟ ଏହିପରି ଏକ ଅଧ୍ୟୟନରୁ ଜଣା ପଡିଥିଲା ଯେ ପ୍ରତି ଶହେ ଜଣରେ ୭୭ ଜଣ ଭାରତୀୟଙ୍କ ଧାରଣା ଯେ ଆମ ବିଚାର ବ୍ୟବସ୍ଥା ଦୁର୍ନୀତିଗ୍ରସ୍ତ । ସେଇ ବର୍ଷ ଯେଉଁ ଚାରି ହଜାର କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା ସେଥିରୁ ୬୧ ଭାଗ ନେଇଥିଲେ ଓକିଲମାନେ, ୨୯ ଭାଗ କୋର୍ଟ କର୍ମଚାରୀମାନେ ଓ ୫ ଭାଗ ପାଇଥିଲେ ମଧ୍ୟସ୍ଥ ଓ ଦଲାଲ୍‌ମାନେ । ଏହା ସତ୍ତ୍ୱେ ଦେଶର ବିଭିନ୍ନ କୋର୍ଟରେ ତିନି କୋଟି କେଶ୍ ଫଇସଲା ନ ହୋଇ ପଡ଼ି ରହିଛି ।

ଏ ହେଲା ଆମ ଦେଶ ଅବସ୍ଥା । ୨୦୦୮ ରେ ପ୍ରକାଶିତ ‘କରପ୍ସନ୍ ପର୍ସେପ୍ସନ୍ ଇଣ୍ଡେକ୍ସ’ ଅନୁସାରେ ପୃଥିବୀର ୧୮୦ ଟି ଦେଶକୁ ନେଇ ହୋଇଥିବା ଅଧ୍ୟୟନରେ ଭାରତର ସ୍ଥାନ ୮୫ରେ । ଆମେରିକର ସ୍ଥାନ ୨୦, ଇଂଲଣ୍ଡ ୧୩ ଓ ଜାପାନ୍ ୨୩ ସ୍ଥାନରେ । ସବୁଠୁ କମ୍ ଦୁର୍ନୀତିଗ୍ରସ୍ତ ଦେଶମାନେ ହେଲେ ଡେନ୍‌ମାର୍କ, ସୁଇଡେନ୍, ସିଙ୍ଗାପୁର, ନିଉଜିଲାଣ୍ଡ, ଫିନ୍‌ଲାଣ୍ଡ, ନେଦରଲାଣ୍ଡ । ସବୁଠାରୁ ସ୍ୱଚ୍ଛ ଡେନ୍‌ମାର୍କ । ସେହିପରି ଟ୍ରାନ୍ସପାରେନ୍ସି ଇଣ୍ଟରନାସନାଲଙ୍କ ଗ୍ଲୋବାଲ୍ ବାରୋମିଟର ଇଣ୍ଡେକ୍ସ ଅନୁସାରେ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶତକଡା ୨୨ ଭାଗ

୩୨୨ ବିକଳ୍ପ ବିଶ୍ୱ