ପୃଷ୍ଠା:Bikalpa Biswa.pdf/୩୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆନ୍ଦୋଳନର ନେତୃତ୍ୱ ନେଲେ, ସେ ପ୍ରଥମେ ଇଂରେଜମାନେ ଭାରତରେ ଶାସନପାଇଁ ଗଢ଼ିଥିବା ସଂସ୍ଥା ଓ ବ୍ୟବସ୍ଥାର ପରିବର୍ତ୍ତନପାଇଁ ବିକଳ୍ପ ବ୍ୟବସ୍ଥାମାନ ତିଆରି କରିଥିଲେ । ନେହେରୁ ନିର୍ବାଚନ ସଭାରେ ଭୋଟ ନ ମାଗି, ଆଗେ ଯୋଜନା ଓ ବିକାଶ ପ୍ରକ୍ରିୟାରେ ଲୋକଙ୍କୁ ସଚେତନ ଓ ସାମିଲ କରିବାକୁ ଚାହଁଥିଲେ । ଗାନ୍ଧୀଜୀ କହୁଥିଲେ, ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତା ହେଉଛି ପ୍ରକୃତ ସ୍ୱରାଜ୍ୟ । ଏହାର ଚାବିକାଠି ହେଉଛି ଆତ୍ମବଳ; ସ୍ୱାର୍ଥବାଦ ଭୋଟ କୈନ୍ଦ୍ରିକ ରାଜନୀତି ନୁହେଁ ।

୧ ଅକ୍ଟୋବର, ୨୦୦୯

ବିକଳ୍ପ ବିଶ୍ୱ ୩୨୯