ପୃଷ୍ଠା:Bikalpa Biswa.pdf/୩୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲାଲ୍ ବାହାୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିଲା ବେଳେ ଦେଶରେ ଖାଦ୍ୟ ଅନାଟନ ପଡ଼ିଥିଲା । ତେଣୁ ରାତ୍ରି ଭୋଜନ ଛାଡ଼ି ଦେଇଥିଲେ । ଦେଶ ବାହାରେ ଥିଲା ବେଳେ ନିଜ ଖାଦ୍ୟ ନିଜେ ରାନ୍ଧି ଖାଉଥିଲେ । ପ୍ରଧାନମନ୍ତ୍ରୀ ହେଲା ପର୍ଯ୍ୟନ୍ତ ତାଙ୍କର ନିଜ ଗାଡ଼ି ନଥିଲା । ପ୍ରଧାନମନ୍ତ୍ରୀ ହେଲା ପରେ ବ୍ୟକ୍ତିଗତ ବ୍ୟବହାରପାଇଁ ୨୦ ହଜାର ଟଙ୍କା ବ୍ୟାଙ୍କ୍ ଋଣ ନେଇ ଗାଡ଼ିଟିଏ କିଣିଥିଲେ । ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଓ ଭୂଦାନ ଆନ୍ଦୋଳନର ଜନକ ଆଚାର୍ଯ୍ୟ ବିନୋବା ଭାବେ ପୌନାର ଆଶ୍ରମ ନିଜେ ଓ ସହକର୍ମୀଙ୍କ ଶ୍ରମଦାନରେ ନିର୍ମାଣ କରି ଏକ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ । ଆଶ୍ରମର ଅନ୍ତେବାସୀମାନେ ପରିଶ୍ରମ କରି ଖାଦ୍ୟ ଉତ୍ପଦନ କରୁଥିଲେ । ବିନୋବାଙ୍କଦ୍ୱାରା ଉଦ୍‌ବୁଦ୍ଧ ହୋଇ ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଆଶ୍ରମରେ ରହୁଥିଲେ । ସେହିପରି ଉକ୍ରଳମଣି ଗୋପବନ୍ଧୁ, ଉକ୍ରଳ ଗୌରବ ମଧୁସୂଦନ ଦେଶପାଇଁ ଧନ ଓ ଜୀବନ ସବୁ ଉତ୍ସର୍ଗ କରି ଦେଇଥିଲେ । ଶରୀର ଶ୍ରମ ନ କଲେ ସାବରମତୀ ଆଶ୍ରମରେ ଭୋଜନ ମିଳୁନଥିଲା ।

ଜୟପ୍ରକାଶ ନାରାୟଣ ୧୯୫୪ ମସିହାରେ ସକ୍ରିୟ ରାଜନୀତିରୁ ଅବସର ନେଇ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ନିଜର ସବୁ ଜମି ଓ ସମ୍ପତ୍ତି ଦେଶକୁ ଦାନ କରି ଦେଇଥିଲେ । ବାରମ୍ବାର ମନ୍ତ୍ରୀପଦ ପ୍ରତ୍ୟାଖ୍ୟାନ କରିଥିଲେ । ନେହେରୁ କହୁଥିଲେ ଭାରତର ଭାବୀ ପ୍ରଧାନମନ୍ତ୍ରୀ ହେବେ ଜୟପ୍ରକାଶ ନାରାୟଣ । ତେବେ ବି ଜୟପ୍ରକାଶ ସେ ମୋହରେ ପଡ଼ିନଥିଲେ । ଭୂଦାନ ଆନ୍ଦୋଳନ ସଫଳ ହୋଇଥିଲେ, ନକ୍ସଲ ଆନ୍ଦୋଳନ ସୃଷ୍ଟି ହୋଇନଥାନ୍ତା । ଜୟପ୍ରକାଶଙ୍କ ଭଳି ଅନେକ ନେତା ନିଜର ସମ୍ପତ୍ତି ଦେଶକୁ ଦାନ କରିଥିଲେ । ଆମ ଦେଶରେ ଏବେ ବି ଅନେକ ବ୍ୟକ୍ତିଙ୍କ ଜୀବନ ସରଳ ଓ ନିରାଡ଼ମ୍ବର ଏବଂ ଏହିମାନେ ଦେଶର ଗର୍ବ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯେଉଁ ଉଡ଼ାଯାହାଜ ରଖିଛନ୍ତି, ସେଥିପାଇଁ ବର୍ଷକୁ ଖର୍ଚ୍ଚ ହୁଏ ୪୦୦ କୋଟି ଟଙ୍କା । ଜଣେ ମୁଖ୍ୟମନ୍ତ୍ରୀ ନିଜର ଓ ନିଜ ଦଳୀୟ ବ୍ୟକ୍ତିଙ୍କପାଇଁ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ କଲେଣି ୩୦୦୦ କୋଟି । ଏବେ ସୁପ୍ରିମ୍‌କୋର୍ଟଙ୍କ ଆଦେଶରେ ତାହା ବନ୍ଦ ହୋଇଛି । କିନ୍ତୁ, ସରକାରୀ ଟଙ୍କାରେ ବିଳାସ ସାମଗ୍ରୀର ହିସାବ ନାହିଁ । ଏବେ ଜନ୍ମଦିନରେ ମାୟାବତୀଙ୍କ ଭକ୍ତମାନେ ଦଶକୋଟି ଟଙ୍କାର ନୋଟ୍ ମାଳ ପିନ୍ଧାଇବା ପରେ ମିତବ୍ୟୟପାଇଁ ଉପଦେଶକୁ ଲୋକେ ତାମସା ବୋଲି ଭାବୁଛନ୍ତି ।

ଏପରି ବଦ୍ ଖର୍ଚ୍ଚ ରୋକିବାପାଇଁ ଗଣମାଧ୍ୟମ ଜରିଆରେ (ଟାଇମ୍ସ ଅଫ୍ ଇଣ୍ଡିଆ୨୦.୦୯.୨୦୦୯) ଯେଉଁ ଏଗାରଟି ପରାମର୍ଶ ଆସିଛି, ସେଗୁଡିକ ହେଲା :- ୧)

୩୪୨ ବିକଳ୍ପ ବିଶ୍ୱ