ପୃଷ୍ଠା:Bikalpa Biswa.pdf/୩୪୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିଛି । ବାଇଗଣର ଜୈବବିବିଧତା ଲୋପ ହେବାର ଆଶଙ୍କା ବି ରହିଛି ।

ଏପରି ଅନେକ ଆଶା ଆଶଙ୍କା ଘେରରେ ଥିବା ବାଇଗଣର ଜୀବନ କାହାଣୀ ମଧ୍ୟ ବେଶ୍ ଚିତ୍ତାକର୍ଷକ । ଭାରତୀୟ ଉପମହାଦେଶ ହେଉଛି ବାଇଗଣ ଫସଲର ଜନ୍ମଭୂମି । ଏହା ବହୁ ଅଂଶରେ ଏକ ସ୍ୱପରାଗସଂଗମୀ ଉଦ୍ଭିଦ । ଓଡ଼ିଶା, ବଙ୍ଗଳା, ବିହାର, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ର, ଉତ୍ତରପ୍ରଦେଶରେ ଏହା ବହୁଳ ଭାବରେ ଚାଷ କରାଯାଏ । ଦେଶରେ ପ୍ରାୟ ଛଅ ଲକ୍ଷ ହେକ୍ଟର ଜମିରେ ବାଇଗଣ ଚାଷ ହୁଏ ଏବଂ ଇଂଲଣ୍ଡ, ଫ୍ରାନ୍‌ସ, ଜର୍ମାନି ଓ ଆରବ ଦେଶସମୂହ ଭାରତୀୟ ବାଇଗଣକୁ ବେଶ୍ ପସନ୍ଦ କରନ୍ତି । ପ୍ରାୟ ୪୦୦୦ ବର୍ଷ ହେଲା ଆମ ଦେଶରେ ପ୍ରାୟ ୨୫୦୦ କିସମର ବାଇଗଣ ଚାଷ ହୋଇଆସୁଛି । କଳା, ଧଳା, ସବୁଜ, ବାଇଗଣୀ, ହଳଦିଆ- ବିଭିନ୍ନ ରଙ୍ଗର ଓ ଲମ୍ବା, ଗୋଲ ଆକାରର । ଗାଙ୍ଗେୟ ଉପତ୍ୟକାରେ ଗୋଟିଏ ଲେଖାଏଁ ବାଇଗଣର ଓଜନ ଏକ କିଲୋ ପର୍ଯ୍ୟନ୍ତ ହୋଇଥାଏ । ଗଛ ବଢ଼ିଥାଏ ପ୍ରାୟ ୭ ଆଠଫୁଟ ପର୍ଯ୍ୟନ୍ତ । ଏବେ ବାଇଗଣ ଗଛକୁ ଆମ୍ବଗଛ ଭଳି ଉଚ୍ଚା, ଝାମ୍ପୁଲା ଓ ବାରମାସୀ କରିବାପାଇଁ ଗବେଷଣା ଚାଲୁରହିଛି । ଏହା ସଙ୍ଗେସଙ୍ଗେ ଓଡ଼ିଶାରେ ଥିବା ଭେଜି ବାଇଗଣ, କଣ୍ଟା ବାଇଗଣ ଇତ୍ୟାଦିର ସୁରକ୍ଷା ମଧ୍ୟ ଆବଶ୍ୟକ ।

ଅଣ୍ଡାକୃତି ବାଇଗଣ ଫଳୁଥିବା ଗଛକୁ ଇଉରୋପରେ କହନ୍ତି ଏଗ୍‌ପ୍ଲାଣ୍ଟ୍ । ଅନେକ ପରିମାଣରେ ଜଳୀୟ ଅଂଶ, ପୁଷ୍ଟିସାର, ଶ୍ୱେତସାର ଓ ତନ୍ତୁଜାତୀୟ ପଦାର୍ଥ ତଥା ବିଭିନ୍ନ ଔଷଧୀୟ ତତ୍ତ୍ୱ ଥିବାରୁ ଓ ସୁସ୍ୱାଦୁ ହୋଇଥିବାରୁ ବାଇଗଣ ସର୍ବଜନପ୍ରିୟ ଓ ଅଜାତଶତ୍ରୁ । ଆମ ଦେଶରେ ଆଳୁ ପଛକୁ ବାଇଗଣ ଦ୍ୱିତୀୟ ଲୋକପ୍ରିୟ ପରିବା । ଓଡ଼ିଆଙ୍କ ବାଇଗଣ ପୋଡ଼ା, ପାଗପାଣି, ବଙ୍ଗାଳିଙ୍କ ବେଗୁନ୍ ଭାଜା, ତେଲୁଗୁଙ୍କର ଛୁଇଁ ବାଇଗଣ ସମ୍ବର ଓ ପଞ୍ଜାବୀଙ୍କର ବେଙ୍ଗନ୍ ଭର୍ତ୍ତା ପ୍ରତି ପ୍ରବଳ ଦୁର୍ବଳତା । ସେହିପରି ଆନ୍ଧ୍ରପ୍ରଦେଶରେ ଗୁଚ୍ଚି ବାଙ୍କୟାକୁରା, ତାମିଲ୍‌ନାଡ଼ୁରେ କୋଝାମ୍ବୁ, ଗୁଜୁରାଟରେ ସମାରେଲୁ ଶାକ ଓ ଇଙ୍ଗ୍ରୋ, ବିହାରରେ ବେଙ୍ଗନ୍ ଝୋଙ୍ଗା, କେରଳରେ ଉପେରି, କର୍ଣ୍ଣାଟକରେ ଭାଙ୍ଗିବାଥ୍ ଓ ମହାରାଷ୍ଟ୍ରରେ ୱାଙ୍ଗିଆଚ୍ଚାଭରିତ ନାମରେ ବାଇଗଣ ପ୍ରସ୍ତୁତ ବ୍ୟଞ୍ଜନ ବେଶ୍ ଲୋକପ୍ରିୟ । ବାଇଗଣର ସଂସ୍କୃତ ନାମ ଭଟିଙ୍ଗଣ ଓ ଏହାର ବିଶ୍ୱ ଜୟଯାତ୍ରା ପ୍ରକ୍ରିୟାରେ ବିଭିନ୍ନ ଦେଶର ବିଭିନ୍ନ ନାମ । ଇରାନ୍‌ରେ ପହଞ୍ଚିଲା ବେଳକୁ ବାଇଗଣ ନା ହେଇଗଲା ‘ବାଡ଼ିଙ୍ଗଣ୍’ ଓ ଆରବ ଦେଶମାନଙ୍କରେ ଲୋକେ ଏହାର ନାଁ ଲମ୍ବା କରି କହିଲେ ‘ଆଲ୍‌ବାଡ଼ିଙ୍ଗଣ୍’ । ସ୍ପେନ୍ ଶେରେ ପହଞ୍ଚିଲାବେଳକୁ ସେଠା ଲୋକେ ବାଇଗଣକୁ

ବିକଳ୍ପ ବିଶ୍ୱ ୩୪୭