ପୃଷ୍ଠା:Bikalpa Biswa.pdf/୩୪୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କହିଲେ, ‘ବେରେଞ୍ଜନା’ । ଫ୍ରାନ୍‌ସରେ ଏହାର ନାଁ ‘ଅବରଜିନ୍’ ଓ ଇଂଲଣ୍ଡରେ ‘ବ୍ରିଞ୍ଜାଲ୍’ । ସମୟକ୍ରମେ ପର୍ତ୍ତୁଗୀଜ ଓ ସ୍ପେନ୍ ଲୋକେ ଆଖୁ, କଦଳୀ ଓ ବାଇଗଣକୁ ପହଞ୍ଚାଇଲେ ଦକ୍ଷିଣ ଆମେରିକାରେ । ଏହାର ବହୁ ବର୍ଷ ପରେ ବାଇଗଣ ପହଞ୍ଚିଲା ଉତ୍ତର ଆମେରିକାରେ । ତେଣୁ ଏହା ଏକ ବିଡ଼ମ୍ବନାର ବିଷୟ ଯେ ଯେଉଁ ଦେଶରେ ବାଇଗଣ ସବା ଶେଷରେ ପହଞ୍ଚିଲା, ସେଇ ଦେଶର କମ୍ପାନିମାନେ ଏବେ ଆମକୁ ଶିଖାଉଛନ୍ତି ବାଇଗଣ କେମିତି, କେଉଁ ପଦ୍ଧତିରେ ଚାଷ କରାଗଲେ ଭଲ ।

ବାଇଗଣ ଖାଇବାକୁ ଯେମିତି ସୁସ୍ୱାୁଦୁ, ଏହା ସଂପର୍କରେ କାହାଣୀ, ଲୋକକଥା, କିମ୍ବଦନ୍ତୀ ମଧ୍ୟ ସେତିକି ଚିତ୍ତାକର୍ଷକ । କୁହାଯାଏ, ଭାରତ ଆସିବା ପୂର୍ବରୁ ମୋଗଲମାନେ ବାଇଗଣ ଚାଖି ନ ଥିଲେ । ଆକବର ଥିଲେ ଏକ ବାଇଗଣପ୍ରେମୀ ବାଦଶାହ । ସେ ଦେଇନେ ବୀରବଲ୍‌ଙ୍କୁ ବେଙ୍ଗନ୍ ଭର୍ତ୍ତା ଖାଇବାକୁ ଦେଇ କଳା ବାଇଗଣର ଉଚ୍ଚ ପ୍ରଶଂସା କରିବାକୁ ଲାଗିଲେ । ସ୍ୱରରେ ସ୍ୱର ମିଳାଇ ବୀରବଲ୍ କହିଲେ, ଜାହାଁପନା, ଏହା ଏକ ସ୍ୱର୍ଗୀୟ ପରିବା, ଏହାର ପଟାନ୍ତର ନାହିଁ । ଏହା ପରେ ଆଉଦିନେ ଆକବର ବୀରବଲଙ୍କୁ ମଧ୍ୟାହ୍ନ ଭୋଜନକୁ ଡାକି ବାଇଗଣ ବ୍ୟଞ୍ଜନ ପରଷି ଥିଲେ । ସେଦିନ ବାଇଗଣ ଠିକ୍ ଭାବରେ ସିିଝି ନ ଥିଲା । ଆକବର ଖପା ହୋଇ କହିଲେ, ବାଇଗଣ ଗୋଟିଏ ବେକାରିଆ ପରିବା । ବୀରବଲ୍ ଆଉ ଏକ ପାଦ ଆଗକୁ ଯାଇ କହିଲେ, ଆଜ୍ଞା, ଏକଦମ୍ ସତ କଥା । ଏଇଟା ପରିବା ନୁହେଁ ମେଞ୍ଚାଏ କାଦୁଅ, ଯେଉଁ ତିଅଣରେ ପଡେ଼ ତାକୁ ନଷ୍ଟ ଭ୍ରଷ୍ଟ କରିିଏ । ଆକବର କହିଲେ ହଇଓ ବୀରବଲ, ତମେ ଏହାକୁ ସ୍ୱର୍ଗୀୟ ପରିବା କହି ଭାରି ପ୍ରଶଂସା କରୁଥିଲ, ଆଜି କାହିଁକି ଏପରି ନିନ୍ଦା କରୁଛ? ବୀରବଲ ଉତ୍ତର ଦେଇ କହିଲେ, ଜାହାଁପନା, ମୁଁ ଆପଣଙ୍କର ଅନୁଗତ ସେବକ, ବାଇଗଣର ସେବକ ନୁହେଁ ।

ଏହିପରି ଦକ୍ଷିଣଭାରତର ବିଜୟ ନଗରମ୍ ରାଜ୍ୟର ସମ୍ରାଟ କୃଷ୍ଣ ଦେବରାୟ ମଧ୍ୟ ଥିଲେ ଖୁବ୍ ବାଇଗଣପ୍ରିୟ । ସେ ରାଜମହଲରେ ଗୋଟିଏ ବାଇଗଣ ବଗିଚା କରିଥିଲେ ଓ ସବୁ ବାଇଗଣ ନିଜେ ଖାଉଥିଲେ । ଏହି ବଗିଚାରୁ ଗୋଟିଏ ବାଇଗଣ ଚୋରି ହୋଇଯିବାରୁ ସେ ଏପରି ବିବ୍ରତ ହୋଇପଡ଼ିଥିଲେ ଯେ, ବାଇଗଣ ଚୋରକୁ ଧରିବାକୁ ରାଜ୍ୟରେ ଡେଙ୍ଗୁରା ପିଟାଇ ଚୋରକୁ ଫାଶୀ ଦଣ୍ଡ ଓ ଧରିଥିବା ଲୋକକୁ ୫୦୦ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଘୋଷଣା କରିଥିଲେ । ଶ୍ରୀମନ୍ଦିରରେ କୋଠଭୋଗଖିଆଙ୍କ ଦୈନିକ ବ୍ୟଞ୍ଜନ ବାଇଗଣ ବିନା ଅସମ୍ପୂର୍ଣ୍ଣ । ଆୟୁର୍ବେଦ, ସିଦ୍ଧ, ୟୁନାନୀ ଓ ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ବାଇଗଣ ପ୍ରୟୋଗ କରାଯାଇଥାଏ । ଶୁଣାଯାଏ କି ପଣ୍ଡିତ ନେହରୁ

୩୪୮ ବିକଳ୍ପ ବିଶ୍ୱ