ପୃଷ୍ଠା:Bikalpa Biswa.pdf/୩୫୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପାଠକୀୟ...

“ଆପଣଙ୍କ ‘ବିକଳ୍ପ ବିଶ୍ୱ’ ସ୍ତମ୍ଭକୁ ଖୁବ୍ ମନ ଧ୍ୟାନ ଦେଇ ପଢ଼େ, ବିଶ୍ଲେଷଣରେ ଅଭିଭୂତ ଓ ରୋମାଞ୍ଚିତ ହୁଏ । ଆଜିର ‘ଜୈିଦି ଓ ଜର୍ଣ୍ଣେଲଙ୍କ ଜୋତା’ ପ୍ରବନ୍ଧଟି ମଧ୍ୟ ଖୁବ୍ ଚମତ୍କାର । ଲେଖନୀ ଏମିତି ଚଳଚଞ୍ଚଳ ରହିଥାଉ, ଆଉ ଅଜସ୍ର ପ୍ରବନ୍ଧ-ନିବନ୍ଧ ଲେଖି ଚାଲିଥାଆନ୍ତୁ । ପୁନର୍ବାର ପ୍ରଣାମ ଆପଣଙ୍କୁ, ଆପଣଙ୍କ ଅମୃତ ହସ୍ତକୁ ଓ ବାଗ୍‌ଦେବୀଙ୍କ ପ୍ରଦତ୍ତ ଅମୋଘ ଲେଖନୀକୁ ।” -ଗୋପାଳ ମହାପାତ୍ର, ସି-୭, ଆଇ.ଆର.ସି., ନୂଆପଲ୍ଲୀ, ଭୁବନେଶ୍ୱର

ସମ୍ବାଦର “ବିକଳ୍ପ ବିଶ୍ୱ”ରେ ଆପଣଙ୍କ ସବୁ ଲେଖା ପଢ଼େ । ଆଜି (୨୯/୦୧/ ୨୦୦୯) “ବେଦାନ୍ତ ବିଶ୍ୱବିଦ୍ୟାଳୟରୁ ଆନନ୍ଦ ପାଠଶାଳା ପର୍ଯ୍ୟନ୍ତ” ଲେଖା ପଢ଼ି ଅଭିନନ୍ଦନ ଜଣାଉଛି । ମୌଳିକ ସ୍ଥିତି ସୁଧାରିବା ପାଇଁ ଏପରି ଲେଖା ଅତ୍ୟନ୍ତ ଆବଶ୍ୟକ । ଆଗାମୀ ଦିନମାନଙ୍କରେ ଏମିତି ତଥ୍ୟଭିତ୍ତିକ ଦୂରଦୃଷ୍ଟି ସମ୍ପନ୍ନ ନିବନ୍ଧ ଲେଖି ଗଣ କଲ୍ୟାଣ କରନ୍ତୁ । ଆମ ରାଜ୍ୟରେ ଢଙ୍ଗ କି ଛାଞ୍ଚ ବଦଳେ ନାହିଁ । ବାହାର ରଙ୍ଗକୁ ନେଇ ଚର୍ଚ୍ଚା ହୁଏ । ତେଣୁ ଉଦ୍ୟମ ଜାରି ରଖନ୍ତୁ ।” -ଚିନ୍ମୟ ଭାଇ, ମହାବୀର କଲୋନୀ, ଭୁବନେଶ୍ୱର

“ପଛୁଆ ପ୍ରତିଯୋଗିତା ଓ ଜାତିମୁକ୍ତ ଜୀବନ” ପାଠ କରି ବହୁତ ଖୁସି ହେଲି । ଆପଣଙ୍କ ନୂଆଚିନ୍ତା ଓ ଦୂରଦୃଷ୍ଟି ଦ୍ୱାରା ଆଗାମୀ ଦିନରେ ଜାତି, ଧର୍ମ, ଆଗୁଆ, ପଛୁଆ ଭେଭାବ ଦୂର ହେବ ବୋଲି ଭାବୁଛି । ଆପଣ ନିଜେ ୧୯୮୦ ମସିହାରୁ ନିଜର ଜାତିସୂଚକ ସାଙ୍ଗିଆ କାଟି ଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ।” -ମହେନ୍ଦ୍ର କୁମାର ନାୟକ, ହିଂଜିଳିବାହାଲି, କଳାହାଣ୍ଡି

୩୫୦ ବିକଳ୍ପ ବିଶ୍ୱ