ପୃଷ୍ଠା:Bikalpa Biswa.pdf/୩୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

“ଆପଣଙ୍କ ସଂସ୍କାରମୂଳକ ଲେଖାପାଇଁ ଅନେକ ସାଧୁବାଦ ! ଏହାଦ୍ୱାରା ଆମର କୁସଂସ୍କାର ଓ ମାନସିକ ଜଡ଼ତା ଦୂର ହେବ । ହେତୁବାଦୀଙ୍କ ଆସନ୍ତା ବାଣୀବିହାର ମିଟିଂକୁ ଯଦି ଆସନ୍ତେ, ଆପଣଙ୍କ ପ୍ରଜ୍ଞା ଦ୍ୱାରା ଉଦ୍‌ଭାଷିତ ହୁଅନ୍ତୁ ।”

-ପ୍ରଫେସର ଧନେଶ୍ୱର ସାହୁ, ଟଙ୍କପାଣି ରୋଡ୍, ଭୁବନେଶ୍ୱର

“ଆଜି (୨୮/୦୮/୦୮) ସମ୍ବାଦରେ ଆପଣଙ୍କ ନିବନ୍ଧ “ନୀତିହୀନ ରାଜନୀତି” ପାଠ କଲି ଧାଡ଼ିଧାଡ଼ି କରି । ଅତ୍ୟନ୍ତ ସାହସିକ ଲେଖା । ମହାତ୍ମା ଗାନ୍ଧୀଙ୍କ ଭୁଲ ହେତୁ ହିଁ ନୀତିହୀନ ରାଜନୀତି ଚାଲିଛି । ସେ ୧୯୨୧ ରେ ଆଣ୍ଠୁ ଛାଡି ଖୋଲା ପୋଷାକ ପିନ୍ଧି ଭୁଲ୍ କଲେ । ମହାତ୍ମା ହୋଇଗଲେ, କିନ୍ତୁ କସ୍ତୁରବାମାନେ ତାଙ୍କ ପଛରେ ଠିଆ ହେଲେ ନାହିଁ । ନୀତିହୀନ ରାଜନୀତିକୁ “ନୀତିଯୁକ୍ତ ରାଜନୀତି” କରି ପାରିଲେ ବାପୁଙ୍କ ସ୍ୱପ୍ନ ସଫଳ ହେବ । -ବିଶ୍ୱାମିତ୍ର ଦ।ସ, ନିଆଳି

“ଆପଣଙ୍କ ତଥ୍ୟଭିତ୍ତିକ, ଦୂରଦୃଷ୍ଟିସମ୍ପନ୍ନ ଲେଖାମାନ ସମ୍ବାଦର ବିକଳ୍ପବିଶ୍ୱ ସ୍ତମ୍ଭରୁ ପଢ଼ି ଚେତନା ଓ ସାହସ ଜାଗ୍ରତ ହେଉଛି । ନାଗରିକମାନଙ୍କୁ ଆପଣଙ୍କ କଲମ ଶକ୍ତିଶାଳୀ କରୁଥାଉ ।”

-ମିହିର କୁମାର ସାହୁ, ବି-୮, ଆଇଡିଏଲ୍ କଲୋନି, ରାଉରକେଲା

“ଅନ୍ୟ ଦୃଷ୍ଟିରେ ଆମେ” ଲେଖାଟି ପଢ଼ି ଖୁବ୍ ଆନନ୍ଦିତ ହେଲି” ।

-ସନାତନ ବିଶି, ପୂର୍ବତନ ମନ୍ତ୍ରୀ, ସମ୍ବଲପୁର

“ସାମାଜିକ ପାପପୁଣ୍ୟର ନୂଆ ତାଲିକା” ପଢ଼ି ସାମ୍ପ୍ରତିକ ସମାଜରେ ପାପ-ପୁଣ୍ୟର ଖେଳ ବୁଝିବା ସହଜ ହେଲା । ପାଠକମାନେ ଏହି ଲେଖା ସାହାଯ୍ୟରେ ନିଜ ଜୀବନରେ କରୁଥବା ପାପପୁଣ୍ୟ କାର୍ଯ୍ୟ ମୂଲ୍ୟାଙ୍କନ କରିପାରିବେ, ସଚେତନ ଓ ଜାଗ୍ରତ ହେବେ ।

-ବଂଶୀଧର ସିଂହ, ଦୁର୍ଯ୍ୟୋଧନ ସିଂହ, ଟାଙ୍ଗର ଗାଁ, ସୁନ୍ଦରଗଡ

“ଆପଣଙ୍କ ‘ଅନ୍ଧ ଗଳିରେ ବନ୍ଦ କଏଦୀମାନେ’ ଲେଖାଟିରେ ନିରପେକ୍ଷ ଯୁକ୍ତିସିଦ୍ଧ ବିଚାର ଉଚ୍ଚଶିକ୍ଷିତ ବର୍ଗଙ୍କ ଅନ୍ଧବିଶ୍ୱାସ ଉପରେ କୁଠାରଘାତ-ଧନ୍ୟବାଦ ।” -ମନୋରଞ୍ଜନ ସାହୁ, ଡାଙ୍ଗ୍, ବରଗଡ଼

ବିକଳ୍ପ ବିଶ୍ୱ ୩୫୧