ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଭାଜନ ବନ୍ଦ ହୋଇଯିବ । ରାଜନୀତି ପଶାପାଲିରେ ଜାତି, ଧର୍ମ ଗୋଟି ଚଳାଇବା କ୍ରମେ କଷ୍ଟକର ହେବ । ଗୋପବନ୍ଧୁ, ଗାନ୍ଧୀ ଓ ଆମ୍ବେଦକରଙ୍କ ସ୍ୱପ୍ନ ସାକାର ହେବ । ବର୍ଣ୍ଣ ବଦଳରେ ପୁଣି କର୍ମ ତା’ର ପ୍ରାଧାନ୍ୟ ଫେରି ପାଇବ । ଜାତି ଓ ଧର୍ମ ଚଷମା ଲଗାଇ ବ୍ୟକ୍ତିର ଗୁଣ ଓ ଯୋଗ୍ୟତା ପରଖିବାକୁ ପଡ଼ିବ ନାହିଁ । ଜୀବନ ଜାତିମୁକ୍ତ ହେଲେ ପଛୁଆ ତାଲିକାରେ ନାମ ଲେଖାଇବାପାଇଁ ପ୍ରତିଯୋଗିତା ବନ୍ଦ ହୋଇଯିବ । ସବୁ ଲୋକେ ସ୍ୱଚ୍ଛଳ ଓ ସମ୍ମାନିତ ଜୀବନଯାପନ କରିବେ । ଜାତି କଳହର ଚେର ଉପୁଡ଼ିଯିବ ।

୩୧ ଜୁଲାଇ, ୨୦୦୮

ବିକଳ୍ପ ବିଶ୍ୱ ୫୫