ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର ସେଦିନ ସିଙ୍ଗାପୁରରେ ରହି ତା’ଆରଦିନ ଅଷ୍ଟ୍ରେଲିଆ ହୋଇ ସଲୋମନ୍ ଆଇଲାଣ୍ଡ୍ ଯିବାର ଥାଏ କମନ୍‌ୱ୍ୱେଲ୍‌ଥ ଯୁବକଲ୍ୟାଣ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେବାକୁ । ଚାଙ୍ଗ୍ ଏୟାର୍‌ପୋର୍ଟରୁ ବାହାରି ଯେଉଁ ରେଡିଓ ଟାକ୍ସିରେ ବସିଲି ତା’ର ଡ୍ରାଇଭରଙ୍କ ନାଁ ମଧ୍ୟ ଥିଲା ଚାଙ୍ଗ୍ । ସେଠାକାର ଟାକ୍ସି ଡ୍ରାଇଭରମାନେ ଅତ୍ୟନ୍ତ ଭଦ୍ର ଓ ମାର୍ଜିତ । ତାଙ୍କ ପରିବାର କଥା ପଚାରିଲି । ସ୍ତ୍ରୀ କାମ କରନ୍ତି ମଲ୍‌ରେ, ଦୁଇଟି ଝିଅ ସ୍କୁଲରେ ପଢ଼ନ୍ତି । ନିଜେ ଚାଇନିଜ୍, ସ୍ତ୍ରୀ ହେଉଛନ୍ତି ମାଲେ - ମାଲେସିଆନ୍ । ସିଙ୍ଗାପୁରର ଅଧିକାଂଶ ଚାଇନିଜ୍ ହେଉଛନ୍ତି ବୌଦ୍ଧ ଧର୍ମାବଲମ୍ବୀ । ଅତି ସନ୍ତର୍ପଣରେ ପଚାରିଲି “ଚାଙ୍ଗ୍, ତମେ ବୁଦ୍ଧିଷ୍ଟ ହୋଇଥିବ” । ମୁଣ୍ଡ ହଲାଇ କହିଲେ ‘ନାଁ’ ମୁଁ ବୁଦ୍ଧିଷ୍ଟ ନୁହେଁ । ତାହେଲେ କ’ଣ ଖ୍ରୀଷ୍ଟୟାନ୍ ? ପୁଣି ମୁଣ୍ଡ ହଲାଇ କହିଲେ ‘ନାଁ’ । ତମ ସ୍ତ୍ରୀ ମାଲେସିଆନ୍, ତାହେଲେ ତମେ ନିଶ୍ଚୟ ମୁସଲିମ୍ । ଅଳ୍ପ ହସି କହିଲେ ନାଁ, ଆଦୌ ନୁହେଁ । ‘ତମ ଦେଶରେ ହିନ୍ଦୁଙ୍କ ସଂଖ୍ୟା ସବୁଠୁ କମ୍ ଏବଂ ତମେ ଚାଇନିଜ୍, ତେଣୁ କେବେହେଲେ ହିନ୍ଦୁ, ଜୈନ ବା ଶିଖ୍ ହୋଇନଥିବ’ । କହିଲେ ‘ୟୁ ଆର୍ ଆବ୍‌ସଲ୍ୟୁଟ୍‌ଲି କରେକ୍ଟ, ମୁଁ ହିନ୍ଦୁ ‘ରିଲିଜନ୍’ ବିଷୟରେ ଅଧ୍ୟୟନ କରିଛି, କିନ୍ତୁ ମୁଁ ହିନ୍ଦୁ ନୁହେଁ । ମୁଁ ମନେ ମନେ ଭାବିଲି, ବୋଧହୁଏ ନାସ୍ତିକ ହୋଇଥିବେ । ପଚାରିଲି ଈଶ୍ୱରଙ୍କ ଉପରେ ବିଶ୍ୱାସ କର ? କହିଲେ ‘ହଁ’, ମୋର ଈଶ୍ୱରଙ୍କ ଉପରେ ଗଭୀର ବିଶ୍ୱାସ । ତାହେଲେ ତମ ପ୍ରକୃତ ରିଲିଜନ୍ କ’ଣ ? ସାଙ୍ଗେ ସାଙ୍ଗେ ପଛକୁ ମୁହଁ ବୁଲାଇ ହସି ହସି କହିଲେ ‘ଆଇ ଆମ୍ ଏ ଫ୍ରି ଥିଙ୍କର’ ବା ମୁକ୍ତ ଚିନ୍ତକ । ମୁଁ କୌଣସି ରିଲିଜନ୍‌ର ବନ୍ଧନରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରେ ନାହିଁ । ମୁଁ ମୁକ୍ତ ଚିନ୍ତା, ବିଚାରର ସମର୍ଥକ, ମାନବତାବାଦରେ ବିଶ୍ୱାସ କରେ । ସିଙ୍ଗାପୁରରେ ଆମ ଭଳି ଲୋକଙ୍କ ସଂଖ୍ୟା କମ୍, କିନ୍ତୁ ୬୦ ରୁ ଅଧିକ ଦେଶରେ ଆମର ଶାଖା ଅଛି, ସଭ୍ୟଙ୍କ ସଂଖ୍ୟା ବଢୁଛି, ସମୟ ଆସିବ, ଦିନେ ପୃଥିବୀର ଲୋକେ ନିଜ ନିଜ ପନ୍ଥ, ସମ୍ପ୍ରଦାୟ, ଜାତି, ଭାଷା ଓ ରାଜ୍ୟର ସୀମା ଡେଇଁ ଏକ ମୁକ୍ତ ମାନବୀୟ ସମାଜ ଗଢ଼ିବେ ।

ସିଙ୍ଗାପୁରର ଜଣେ ଟାକ୍ସି ଡ୍ରାଇଭରଙ୍କ ଜୀବନ ଦର୍ଶନ ଶୁଣି ବିସ୍ମୟ ଓ ଆନନ୍ଦରେ ମୋ ପେଟ ପୂରିଗଲା । ରବୀନ୍ଦ୍ରନାଥ ଠାକୁର ନିଜର ଏକ ପ‌ଦ୍ୟରେ ଏହି ବିଶ୍ୱ ମାନବୀୟ ସମାଜର ସ୍ୱପ୍ନ ଓ ବୀଜ ବପନ କରିଥିଲେ । ଲେଖିଥିଲେ :- “ହେ ପ୍ରଭୁ ମୋତେ ସେଇ ରାଜ୍ୟକୁ ନେଇ ଯାଅ, ଯେଉଁଠି ମନ ଓ ବୁଦ୍ଧି ମୋହମୁକ୍ତ, ଯେଉଁଠି ମସ୍ତକ ସଦା ଉନ୍ନତ, ଯେଉଁଠି ହସ୍ତରେ ନାହିଁ ଶୃଙ୍ଖଳ, ଯେଉଁଠି ମୁକ୍ତ ଚିନ୍ତା ଓ ବିଚାରର ନିର୍ଭୟ ପରିବେଶ ।” ଏକ ଶାନ୍ତିପୂର୍ଣ୍ଣ, ସଭ୍ୟ, ସମୃଦ୍ଧ ସମାଜ କେବଳ ‘ଫ୍ରି ଥିଙ୍କର’ମାନଙ୍କ ସଂଖ୍ୟା ବଢ଼ିଲେ

ବିକଳ୍ପ ବିଶ୍ୱ ୫୯