ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହିଁ ସମ୍ଭବପର ହେବ । ମୌଳବାଦୀ, ଧର୍ମନିରପେକ୍ଷବାଦୀମାନେ ନିଜ ବିଚାରକୁ ପ୍ରମାଣ କରିବାପାଇଁ ପ୍ରତିଯୋଗିତା କରିବେ ନାହିଁ । ରାଜନୀତିରୁ ‘ସମ୍ପ୍ରଦାୟ’ ଉଷ୍ମତା କମିଯିବ । ଧର୍ମରକ୍ଷାପାଇଁ ହିଂସା, ହତ୍ୟା, ଆବଶ୍ୟକ ହେବ ନାହିଁ । ଏକ ପନ୍ଥମୋହ ମୁକ୍ତ ମାନବୀୟ ସମାଜ ହେବ ବ୍ୟକ୍ତି ସ୍ୱାଧୀନତାର ପ୍ରକୃତ ରକ୍ଷା କବଚ । ମହାନ୍ ଭାରତୀୟ ସଂସ୍କୃତି, ପରମ୍ପରା ଓ ଭାବନାରେ ମୁକ୍ତ ଚିନ୍ତା ଓ ସ୍ୱାଧୀନ ଭାବରେ ସତ୍ୟ ଅନ୍ୱେଷଣର ବୀଜ ରହିଛି । ଉକ୍ତି ଅଛି - ସତ୍ୟ ଅନ୍ୱେଷଣ କରୁଥିବା ବ୍ୟକ୍ତିଙ୍କୁ ଅନୁସରଣ କର ଏବଂ ସତ୍ୟ ଓ ଈଶ୍ୱରଙ୍କୁ ପାଇଛନ୍ତି ବୋଲି ଦାବି କରୁଥିବା ବ୍ୟକ୍ତି ଯେତେ ମହାନ୍ ଓ ଜ୍ଞାନୀ ହେଲେ ବି ତାଙ୍କୁ ଆଗ ତ୍ୟାଗ କର । ଅନ୍ଧ ଅନୁସରଣ କଲେ ଅନ୍ଧାରରେ ରହିଥିବ ।

୨୬ ଜୁନ୍, ୨୦୦୮

୬୦ ବିକଳ୍ପ ବିଶ୍ୱ