ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାମାଜିକ ପାପ-ପୁଣ୍ୟର ନୂଆ ତାଲିକା

ପ୍ରାୟ ୧୫ ଶହ ବର୍ଷ ପରେ ଗତ ମାର୍ଚ୍ଚ ୨୦୦୮ରେ ରୋମାନ୍ କାଥଲିକ୍‌ମାନଙ୍କ ଧାମିକ ରାଜଧାନୀ ଭାଟିକାନ୍ ନଗରୀରେ ସାତଟି ନୂଆ ସାମାଜିକ ପାପର ତାଲିକା ପ୍ରସ୍ତୁତ କରାଯାଇ ମାନବ ସମାଜକୁ ଏହି ପାପଗୁଡ଼ିକଠାରୁ ଦୂରରେ ରହିବାପାଇଁ ଆହ୍ୱାନ ଦିଆଯାଇଥିଲା । ଚୋରି, ପଡୋଶୀଙ୍କୁ ନିର୍ଯାତନା, ପରସ୍ତ୍ରୀହରଣ ଇତ୍ୟାଦି ପୁରୁଣା ପାପର ତାଲିକାରେ ଯେଉଁ ନୂଆ ପାପ ସବୁ ଯୋଡ଼ାଗଲା, ସେଗୁଡ଼ିକ ହେଲା - ନିଶା ଔଷଧ ସେବନ, ପରିବେଶ ପ୍ରଦୂଷଣ, ଅତି ସମ୍ପତ୍ତି, ଦାରିଦ୍ର୍ୟ ସୃଷ୍ଟି, ଧନୀ-ଦରିଦ୍ର ମଧ୍ୟରେ ଦୂରତ୍ୱ ବୃଦ୍ଧି , ଷ୍ଟେମ୍ ସେଲ୍‌ର ଅନୈତିକ ପରୀକ୍ଷା-ନିରୀକ୍ଷା ଓ ସ୍ୱାଭାବିକ ପ୍ରଜନନ ପ୍ରକ୍ରିୟା ନିରୋଧ ଇତ୍ୟାଦି । ଏହାର ଠିକ୍ ପନ୍ଦର ଦିନ ପରେ ମାର୍ଚ୍ଚ ୨୯ ତାରିଖରେ ବିଭିନ୍ନ ଧର୍ମଗୁରୁମାନଙ୍କୁ ନେଇ ଏକ ସର୍ବଧର୍ମ ସଂସଦ ଅନୁଷ୍ଠିତ ହେଲା ଏବଂ ଏହି ସଂସଦରେ ବିଭିନ୍ନ ଧର୍ମର ପ୍ରତିନିଧିମାନେ ସାତଟି ସାମାଜିକ ପୁଣ୍ୟର ପ୍ରଚାର, ପ୍ରସାର ପାଇଁ ଶପଥ ନେଲେ । ଏଗୁଡିକ ହେଲା (୧) ‘ଇଣ୍ଟରକାଷ୍ଟ’ ବିବାହ ବା ସବର୍ଣ୍ଣ-ଅସବର୍ଣ୍ଣ ବିବାହକୁ ପ୍ରୋତ୍ସାହନ ଦେଇ ଏକ ଜାତିବିହୀନ ସମାଜ ସୃଷ୍ଟି (୨) କନ୍ୟାଭ୍ରୂଣ ହତ୍ୟା ବିରୋଧ, ଯୌତୁକ ପ୍ରଥାର ସକ୍ରିୟ ବିରୋଧ ଓ ସ୍ତ୍ରୀ-ପୁରୁଷର ସମାନ ଅଧିକାର (୩) ସାମ୍ପ୍ରଦାୟିକ ସଦ୍‌ଭାବ, ସର୍ବଧର୍ମ ସମଭାବ ଓ ମିଳିତ ଭାବରେ ବିଭିନ୍ନ ଧାର୍ମିକ ଉତ୍ସବ ପାଳନ (୪) ନିଶାଦ୍ରବ୍ୟ ସେବନ ଓ ଏହାକୁ ପ୍ରୋତ୍ସାହିତ କରୁଥିବା ସରକାରୀ ନୀତିର ବିରୋଧ (୫) ଅନ୍ଧବିଶ୍ୱାସର ବିରୋଧ ଓ ବୈଜ୍ଞାନିକ ମନୋବୃତ୍ତିକୁ ଉତ୍ସାହ (୬) ସାଧାରଣ ଜୀବନରୁ ଦୂର୍ନୀତିର ମୂଳୋତ୍ପାଟନ ଓ (୭) ସମାଜକୁ ଦାରିଦ୍ର୍ୟ, ଶୋଷଣ, ଅନ୍ୟାୟ ଓ ଶିଶୁ ଶ୍ରମରୁ ମୁକ୍ତ ରଖିବାପାଇଁ ଅଭିଯାନ । ଏହାଛଡା ସାମାଜିକ ଉନ୍ନତିପାଇଁ କାମ କରୁଥିବା ଧର୍ମଗୁରୁମାନେ ପ୍ରଦୂଷଣ ଓ ପ୍ରତିରକ୍ଷା ବ୍ୟୟ ବିରୁଦ୍ଧରେ ମଧ୍ୟ ସ୍ୱର ଉତ୍ତୋଳନ ବିକଳ୍ପ ବିଶ୍ୱ

୬୧