ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିଥିଲେ । ଏବେ ଦାରୁଲ୍ ଉଲୁମ୍ ଦେଓବାନ୍ଦର ସମର୍ଥକ ସହସ୍ରାଧିକ ମୁସ୍‌ଲିମ୍ ଧର୍ମଗୁରୁ ଓ ପ୍ରତିନିଧିମାନେ ଏକତ୍ରିତ ହୋଇ ଆତଙ୍କବାଦକୁ ମାନବ ସମାଜ ବିରୋଧରେ ପାପ ବୋଲି ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ପ୍ରାୟ ୨୫ ବର୍ଷ ତଳେ ମିଳିତ ରାଷ୍ଟ୍ରସଙ୍ଘ ପ୍ରଗତି ପଥରେ ବାଧା ସଦୃଶ ଠିଆ ହୋଇଥିବା ସାତୋଟି ‘ଡେଭଲପ୍‌ମେଣ୍ଟ ସିନ୍' ର ତାଲିକା ପ୍ରସ୍ତୁତ କରିଥିଲେ । ଯେଉଁ ବିକାଶ ପ୍ରକ୍ରିୟାରେ ମହିଳା ଓ ଯୁବବର୍ଗ ସାମିଲ ନାହାନ୍ତି, ସାଧାରଣ ଲୋକେ ସକ୍ରିୟ ଅଂଶ ଗ୍ରହଣ କରନ୍ତି ନାହିଁ, ଭିତ୍ତିଭୂମି ଓ ସମ୍ବଳ ନଥାଏ, ତାହାକୁ ପ୍ରଗତିର ଦୁର୍ଗତି ବା ପାପ ବୋଲି ପ୍ରଥମଥରପାଇଁ ମିଳିତ ରାଷ୍ଟ୍ରସଙ୍ଘ ସ୍ୱୀକାର କଲା, କିନ୍ତୁ ଏହାର ବହୁ ବର୍ଷ ପୂର୍ବରୁ ଓ ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମାଗାନ୍ଧୀ ସାତୋଟି ସାମାଜିକ ପାପର ଏକ ତାଲିକା ତିଆରି କରିଥିଲେ ଏବଂ ବିଭିନ୍ନ ସଭାସମିତିରେ, ପ୍ରାର୍ଥନାସଭାରେ ଲୋକମାନଙ୍କୁ ବୁଝାଇଥିଲେ ।

ସେହି ସାତୋଟିରୁ ଗୋଟିଏ ପାପ ହେଲା, କାମ ନ କରି ଧନୀ ହେବା ଓ ଧନୀ ହୋଇ କାମ ନ କରିବା ପ୍ରବୃତ୍ତି । ଆମ ସମାଜରେ ଅନେକ ଲୋକ ବିନା ପରିଶ୍ରମରେ ରାତାରାତି ମାଲେମାଲ ହେବାକୁ ଚାହାନ୍ତି ଓ ଏହି ଉପାୟରେ ଅର୍ଜିଥିବା ଧନକୁ ସତ୍ କାର୍ଯ୍ୟରେ ଲଗାନ୍ତି ନାହିଁ । ଦ୍ୱିତୀୟ ସାମାଜିକ ପାପଟି ହେଲା ତ୍ୟାଗ ଭାବନା ରହିତ ପୂଜା । ଦିନରାତି ପୂଜା, ପ୍ରାର୍ଥନା, ସ୍ତୁତିଗାନ କଲେ କ’ଣ ହେବ, ସମାଜପାଇଁ, ଦୁଃଖୀ ରଙ୍କିଙ୍କପାଇଁ ସାମାନ୍ୟତମ ସ୍ୱାର୍ଥତ୍ୟାଗ କରିବାକୁ କୁଣ୍ଠା, ଅନିଚ୍ଛା ହେଉଛି ଏକ ପାପ । ତୃତୀୟ ପାପଟିକୁ ଗାନ୍ଧିଜୀ ଇଂରାଜୀରେ କହିଥିଲେ ‘ୱାର୍ଡ ଉଇଦାଉଟ୍ ଆକ୍‌ସନ୍’ ବା କାମ ନ କରି କେବଳ କଥା । ଏହାର ଅର୍ଥ ହେଉଛି ଉଚ୍ଚାରଣ ଓ ଆଚରଣ ଭିତରେ ଫରକ୍ ।

ଚତୁର୍ଥ ପାପଟିକୁ ଗାନ୍ଧି କହୁଥିଲେ - ନୀତିହୀନ ରାଜନୀତି । ପଞ୍ଚମଟି ହେଲା ‘ପାୱାର ଉଇଦାଉଟ୍ ରେସପନ୍‌ସିବିଲିଟି’ । ଯାହାର ଅର୍ଥ ହେଲା, ଉତ୍ତରଦାୟିତ୍ୱ ନ ଥାଇ କେବଳ କ୍ଷମତାର ଉପଯୋଗ । ଦେଶ, ସମ୍ବିଧାନ ଓ ଗଣତନ୍ତ୍ରପାଇଁ ଏହା ଏକ ନୂଆ ବିପଦ । ସେମିତି ବ୍ୟବସାୟ ବାଣିଜ୍ୟରେ ଠକେଇ, ହେରଫେର ଓ ଅପମିଶ୍ରଣକୁ ଗାନ୍ଧି କହିଥିଲେ, ‘କମର୍ସ ଉଇଦାଉଟ୍ ମୋରାଲିଟି’, ଅର୍ଥାତ୍ ନୀତିହୀନ ବ୍ୟବସାୟ । ଗାନ୍ଧିଙ୍କ ମତରେ ଏହା ମଧ୍ୟ ଏକ ଗର୍ହିତ ସାମାଜିକ ପାପ । ସପ୍ତମ ସାମାଜିକ ପାପଟିକୁ ସେ କହୁଥିଲେ, ବିବେକବିହୀନ ବିଜ୍ଞାନ ବା ‘ସାଇନ୍‌ସ ଉଇଦାଉଟ୍ କନ୍‌ସାଇନ୍‌ସ’ । ବିଜ୍ଞାନକୁ ସମାଜ ଓ ବିଶ୍ୱକଲ୍ୟାଣପାଇଁ ବ୍ୟବହାର ନ କରି ହିଂସା, ହତ୍ୟା ଓ ଅନୈତିକ କାମରେ

୬୨ ବିକଳ୍ପ ବିଶ୍ୱ