ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଦେଶରେ ଶାଢ଼ି ଓ ଭାରତ ପ୍ରେମ

କପଡ଼ା କମ୍ ଓ ଚମଡ଼ା ବେଶିପାଇଁ ପ୍ରସିଦ୍ଧ ବଲିଉଡ୍ ଶ୍ୟାମା ସୁନ୍ଦରୀ ବିପାଶା ବସୁ ବଙ୍ଗଳା ଫିଲ୍ମ ‘ସବ୍ ଚରିତ୍ର କାଳ୍ପନିକ’ରେ ଲମ୍ବା ଶାଢ଼ି ପିନ୍ଧି ଅଭିନୟ କରୁଥିବା ଖବର ବହୁଦିନ ଧରି ଗଣ ମାଧ୍ୟମରେ ଚର୍ଚ୍ଚା ହେଲା । ସୁଟିଂ ସମୟରେ ବିପାଶା ଚଟ୍‌ପଟ୍ ଶାଢ଼ି ବଦଳାଇ କୁଆଡ଼େ ସମସ୍ତଙ୍କୁ ଚକିତ କରିଦେଉଥିଲେ । ଏ ଖବର ପଢ଼ି ଏକ ବହୁବର୍ଷର ପୁରୁଣା ଅନୁଭୂତି ମନେ ପଡ଼ିଲା । ୧୯୮୭ ମସିହା କଥା । ତତ୍କାଳୀନ ସୋଭିଏତ୍ ୟୁନିଅନ୍‌ରେ ଚାଲିଥାଏ ଇଣ୍ଡିଆ ଫେଷ୍ଟିଭାଲ - ଭାରତ ଉତ୍ସବ । ଏକ ୧୬୬ ଜଣିଆ ଭାରତୀୟ ଯୁବ କଳାକାର ଗ୍ରୁପ୍‌ର ନେତୃତ୍ୱ ନେଇ ମୁଁ ଯାଇଥାଏ ସୋଭିଏତ୍ ୟୁନିଅନ - ଏବକାର ରୁଷିଆ ଓ ଆଉ ୧୬ଟି ଦେଶର ସମଷ୍ଟି । ‘ଏଆର ଇଣ୍ଡିଆ’ର ଏକ ସ୍ୱତନ୍ତ୍ର ବିମାନରେ ଆମେ ସମସ୍ତେ ଯାଉଥାଉ । ଏହି କଳାକାର ଦଳରେ ଥାଆନ୍ତି ସିନେମା ଓ ଥିଏଟର ଜଗତର ଯୁବ କଳାକାର, ଯୁବ କବି ଓ ସଙ୍ଗୀତକାର, ଗାୟକ-ଗାୟିକା ଓ ଯୋଗାସନ ବିଶେଷଜ୍ଞ । ଏଇ ୧୬୬ ଜଣିଆ ଦଳର ନେତୃତ୍ୱ ନେଇଥାନ୍ତେ ପଶ୍ଚିମବଙ୍ଗର ତତ୍କାଳୀନ ଯୁବ ଓ ସଂସ୍କୃତି ମନ୍ତ୍ରୀ ସୁବାସ ଚକ୍ରବର୍ତ୍ତୀ । କିନ୍ତୁ ହଠାତ୍ ପଶ୍ଚିମବଙ୍ଗରେ ବନ୍ୟା ହେତୁ ଶେଷ ମୁହୂର୍ତ୍ତରେ ଶ୍ରୀ ଚକ୍ରବର୍ତ୍ତୀ ନିଜ ପ୍ରୋଗ୍ରାମ ରଦ୍ଦ କରିଦେଲେ । ସେତେବେଳକୁ ଆମେ ପ୍ଲେନ୍‌ରେ ଚଢ଼ି ସାରିଥିଲୁ ଏବଂ ଆମକୁ ସ୍ୱାଗତ କରିବାପାଇଁ ତାସକେଣ୍ଟ ଏଆରପୋର୍ଟରେ ଉଜ୍‌ବେକିସ୍ଥାନର ଶାସନମୁଖ୍ୟ ଓ ତାସକେଣ୍ଟ ନଗରୀର ମେୟର ପହଞ୍ଚି ଯାଇଥିଲେ । ତେଣୁ ଅଗତ୍ୟା, ପ୍ଲେନ୍ ଭିତରେ ମୋତେ କଳାକାର ଦଳର ମୁଖ୍ୟ ପ୍ରତିନିଧି ଭାବରେ ଘୋଷଣା କରାଗଲା - ପ୍ରୋଟୋକଲ୍ ଆବଶ୍ୟକତା ଦୃଷ୍ଟିରୁ । ମୁଁ ନିଜେ କଳାକାର ନ ହୋଇଥିବାରୁ ଖୁବ୍ ଅଡ଼ୁଆ ଲାଗିଲା । ଆମେ ଦୁଇଘଣ୍ଟା ଭିତରେ ତାସ୍କେଣ୍ଟ ବିମାନ ବନ୍ଦରରେ ପହଞ୍ଚିଗଲୁ । ସ୍ୱାଗତ କରିବାକୁ ଆସିଥିଲେ ଅସଂଖ୍ୟ ଲୋକ । ଆମକୁ ପାଛୋଟି ନିଆଗଲା ଏକ ମଞ୍ଚ ଉପରକୁ । ଉପରେ ହେଲିକପ୍ଟର ଉଡ଼ି ପୁଷ୍ପ ବୃଷ୍ଟି କରୁଥିଲେ । ମୋ ବାମ ପଟେ ବସିଥିଲେ ନଗରପାଳ, ଡାହାଣପଟେ ତାସକେଣ୍ଟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ସାଥୀମାନେ । ସ୍ୱାଗତ ଭାଷଣ ସରିଲା ପରେ ଆମକୁ ନେବାକୁ ଆସିଥିବା ୫୦ରୁ ଅଧିକ ଗାଡ଼ିରେ

ବିକଳ୍ପ ବିଶ୍ୱ

୬୫