ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାନିଟେସନ୍ ବା ପରିମଳ ଅବସ୍ଥା ମାପିବାପାଇଁ ଯେଉଁ ଇନ୍‌ଡେକ୍ସ ବା ମାପଦଣ୍ଡ ତିଆରି କରାଯାଇଛି, ସେଥିରେ ଭାରତର ସ୍ଥାନ କେବଳ ଆଫଗାନିସ୍ଥାନ ଓ ପାକିସ୍ଥାନ ଉପରେ ଅଛି । ରାଜୀବ ଗାନ୍ଧି ନାସନାଲ୍ ୱାଟର ମିଶନଙ୍କ ରିପୋର୍ଟ ଅନୁସାରେ ଆମ ଦେଶର ପ୍ରାୟ ତିନି କୋଟି ଲୋକ ସାନିଟେସନ୍ ବା ପରିମଳ ସଂପର୍କୀୟ ରୋଗରେ ପୀଡ଼ିତ । ଓଡ଼ିଶାରେ ମାତ୍ର ୧୮ ରୁ ୨୦ ଭାଗ ଘରେ ଶୌଚାଳୟ ଅଛି । ସହରାଞ୍ଚଳରେ ଏହି ଅନୁପାତ ୭୫ ଭାଗ । କିନ୍ତୁ ୧୯୮୧ ମସିହାରେ କେବଳ ଶତକଡା ଏକ ଭାଗ ଲୋକଙ୍କର ଟଏଲେଟ୍ ଥିଲା । ଏକ ଭାଗରୁ ବଢି ୨୦ ଭାଗ ହେବାକୁ ଲାଗିଲାଣି ୨୭ ବର୍ଷ । ତେଣୁ ସରକାର ଓ ଯୋଜନା କମିଶନ ଏଥିପାଇଁ ନୂଆବାଟ ଖୋଜୁଛନ୍ତି ।

ମିଳିତ ଜାତିସଙ୍ଘର ହିସାବ ଅନୁସାରେ ଯଦି ପ୍ରତିବର୍ଷ ୧୪ କୋଟି ଲୋକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରାଯାଇପାରିବ, ତେବେ ୨୦୧୫ ମସିହା ସୁଦ୍ଧା ଶତକଡ଼ା ଶହେ ଘର ଓ ପରିବାର ପାଇଖାନା ପାଇଯିବେ । ଓଡ଼ିଶାରେ ପଞ୍ଚାୟତ, ଯୁବକ ସଙ୍ଘ ଓ ସ୍ୱେଚ୍ଛାସେବୀ ସଂଗଠନମାନେ ସରକାରଙ୍କ ସହଯୋଗରେ ଏ କାମକୁ ଆହୁରି ତ୍ୱରାନ୍ୱିତ କରିପାରିବେ । ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମହାରାଷ୍ଟ୍ର, ଏହି ଅଭିଯାନରେ ଆଗୁଆ ଅଛନ୍ତି । ଆମ ରାଜ୍ୟରେ କେତେକ ସ୍ୱେଚ୍ଛାସେବୀ ସଂଗଠନ ଏହି କ୍ଷେତ୍ରରେ ଖୁବ୍ ଭଲ କାମ କରି ନିଜର ପାରର୍ଶିତା ଦେଖାଇ ସାରିଛନ୍ତି । ସୁଲଭ ଶୌଚାଳୟର ଅବଦାନ ଏବେ ସାରା ବିଶ୍ୱରେ ସ୍ୱୀକୃତ ଏବଂ ଏ ସଂସ୍ଥା ଏବେ ୧୧୦୦ ସହର, ୪୫୫ ଜିଲ୍ଲାରେ ବାରଲକ୍ଷ ଲାଟ୍ରିନ୍ ବସାଇ ସାରିଲେଣି ।

ପରିମଳ ଅଭିଯାନର ସଫଳତାପାଇଁ ପ୍ରଥମ ଆବଶ୍ୟକତା ହେଲା ସ୍ୱଭାବ ପରିବର୍ତ୍ତନ । ବିଭିନ୍ନ ଦେଶରେ ଏ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚାଲିଛି । ଭିଏତ୍‌ନାମ୍, କାମ୍ବୋଡିଆ ଓ ଇଣ୍ଡୋନେସିଆରେ ସଫାସୁତୁରା ଘରର ସଂଜ୍ଞା ହେଲା ଯେଉଁଠି ଦୁର୍ଗନ୍ଧ ନଥିବ, ମଶା, ଡାଉଁଶ, ମାଛି ଉଡ଼ୁନଥିବେ । ଥାଇଲାଣ୍ଡ ଏହି ସଂଜ୍ଞାକୁ ପ୍ରଚାର କରି, ଏବେ ଶତକଡା ଶହେ ଘରେ ଶୌଚାଳୟ ବ୍ୟବସ୍ଥା କରିବାରେ ସଫଳ ହୋଇଛି । ବାଂଲାଦେଶ ଓ ଚୀନ ସମ୍ପୂର୍ଣ୍ଣ ପରିମଳ ଅଭିଯାନରେ ଭାରତଠାରୁ ଆଗରେ ଅଛନ୍ତି । ବ୍ରାଜିଲ୍, ମେକ୍ସିକୋ ଓ ମାନିଲାର ଗତି ଆମରି ଭଳି । ଦିଲ୍ଲୀର ୫୬୦୦ କିଲୋମିଟର ଫିଡର୍ ସିୱେରେଜ୍ ଲାଇନ୍‌ରୁ ଅଧାରୁ ଅଧିକ ପଙ୍କଦ୍ୱାରା ଅଚଳ ହୋଇଗଲାଣି । ଭୁବନେଶ୍ୱର ସହରରେ ସିୱେଜ ଓଭର ଫ୍ଲୋ ଏକ ଦୈନନ୍ଦିନ ଘଟଣା । ଅଧିକାଂଶ କଲୋନିରେ ନାଳ ନର୍ଦ୍ଧମା ଅଚଳ । ଅର୍ବାନ୍ ରିନୁଆଲ୍ ମିଶନ୍ ବା ନଗର ପୁନର୍ନବୀକରଣ

ବିକଳ୍ପ ବିଶ୍ୱ

୭୫