ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିଶନ୍‌ର ସହାୟତା ନେଇ ଶୀଘ୍ର ପଦକ୍ଷେପ ନ ନେଲେ ମନ୍ଦିର ଓ ପ୍ରାସାଦମାଳିନୀ ଭୁବନେଶ୍ୱର ନଗରୀ ଏକ ନର୍ଦ୍ଦମା-ମାଳିନୀ-ନର୍କ କୁଣ୍ଡ ହୋଇଯିବ । ଆଫ୍ରିକା ମହାଦେଶର ଅନେକ ସହରରେ ଠିକ୍ ଏହିପରି ଅବସ୍ଥା । ଏ ଅବସ୍ଥା ସୁଧାରିବାପାଇଁ ୪ଟି ଉପାୟ । ପ୍ରଥମଟି ହେଲା ରାଜନୈତିକ ନେତୃତ୍ୱ ଓ ପ୍ରତିବଦ୍ଧତା ଏବଂ ଶୌଚାଳୟକୁ ପଲିଟିକାଲ୍ ଏଜେଣ୍ଡାରେ ପ୍ରାଥମିକତା ଦେବା । ଦ୍ୱିତୀୟଟି ହେଲା ଜନସାଧାରଣଙ୍କ ଓ ସେମାନଙ୍କ ଅନୁଷ୍ଠାନଗୁଡ଼ିକୁ ଏ କାମରେ ନେତୃତ୍ୱ ଦେବା ଓ ଏହାକୁ ଜନ ଆନ୍ଦୋଳନର ରୂପ ଦେବା । ତୃତୀୟଟି ହେଲା ଏହି ଶୌଚାଳୟ ଆନ୍ଦୋଳନ ଆଗେଇ ନ ପାରିବାର କାରଣ ଅନୁଧ୍ୟାନ କରି ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା । ପରିମଳ ଶିିଡ଼ିର ସବା ତଳେ ଅଛି ପିଟ୍ ଲାଟ୍ରିନ୍, ସବା ଉପରେ ଆଧୁନିକ ଶୌଚ ବ୍ୟବସ୍ଥା । ତଳ ଶିିଡ଼ିଠାରୁ ଉପର ଶିିଡ଼ିର ଖର୍ଚ୍ଚ ୨୦ ଗୁଣରୁ ଅଧିକ । ପାଣିଖର୍ଚ୍ଚ ବେଶୀ । ଗରିବ ଲୋକଙ୍କ ପାଖେ ଉଭୟ ପାଣି ଓ ପଇସାର ଅଭାବ । ଅଭ୍ୟାସ ପରିବର୍ତ୍ତନ ଆଉ ଏକ ଅନ୍ତରାୟ । ଏ କାମରେ ସ୍ୱେଚ୍ଛାସେବୀ ସଂଗଠନମାନେ ସାହାଯ୍ୟ କରିପାରିବେ । ଚତୁର୍ଥଟି ହେଲା - ଆନ୍ତର୍ଜାତିକ ସହଯୋଗ । ମଳ, ମୂତ୍ର, ଆବର୍ଜନା ନିଷ୍କାସନ ବ୍ୟବସ୍ଥା ଏ ପର୍ଯ୍ୟନ୍ତ କୌଣସି ବିଶ୍ୱ ସମ୍ମିଳନୀରେ ପ୍ରାଥମିକତା ପାଇନାହିଁ । ପୃଥିବୀର ସବୁ ଲୋକଙ୍କ ପାଇଁ କେବଳ ପିଟ୍ ଲାଟ୍ରିନ୍ ବ୍ୟବସ୍ଥା କରିବାକୁ ମାତ୍ର ୩୯ ହଜାର କୋଟି ଟଙ୍କା ଦରକାର । ଆଧୁନିକ ଶୌଚାଳୟପାଇଁ ଦରକାର ଏକ ଲକ୍ଷ ଚବିଶ ହଜାର କୋଟି ଟଙ୍କା । ଯୁକ୍ତରାଷ୍ଟ୍ର ଆମେରିକା ଇରାକର ଅନ୍ତର୍ଯୁଦ୍ଧ ନିୟନ୍ତ୍ରଣପାଇଁ ଗତବର୍ଷ ଏହାର ଦୁଇଗୁଣ ଟଙ୍କା ଖର୍ଚ୍ଚ କରିଛି ଏବଂ ସାରା ପୃଥିବୀର ବାର୍ଷିକ ମିଲ୍‌ଟାରି ବଜେଟ୍‌ର ଏହା ମାତ୍ର ଶତକଡା ତିନିଭାଗ । ୟୁରୋପ, ଆମେରିକା ସମେତ ୨୮ଟି ଉନ୍ନତ ଦେଶର ଲୋକେ ବର୍ଷକରେ ଏତିକି ଟଙ୍କା ଆଇସକ୍ରିମ୍‌ରେ ଖର୍ଚ୍ଚ କରନ୍ତି ।

ଶ୍ରୀମାନ୍ ଟଏଲେଟ୍ (ନିକ୍‌ନେମ୍) ସିମ୍ କେ ଡ଼କ୍‌ଙ୍କ ମତରେ ଟଏଲେଟ୍ ହେଉଛି ଘରର ସବୁଠାରୁ ପବିତ୍ର ସ୍ଥାନ, କାରଣ ଏହା ଆମର ପ୍ରାଣରକ୍ଷା କରେ, ଶାନ୍ତି ଓ ଆରାମ ଦିଏ, ନୂଆ ନୂଆ ଚିନ୍ତା ଓ ବିଚାରପାଇଁ ସମୟ ଦିଏ । କେବଳ ଶୌଚ ଅଭ୍ୟାସ ପରିବର୍ତ୍ତନ କଲେ, ଦେଶର ରାଜନୀତି, ଅର୍ଥନୀତି ଓ ସଂସ୍କୃତି ପରିବର୍ତ୍ତନ ହୋଇଯାଏ, ବିଶ୍ୱସ୍ତରରେ ପରିବର୍ତ୍ତନ ଆସେ । ଭିକ୍ଟର ହ୍ୟୁଗୋଙ୍କ ମତରେ ଟଏଲେଟ୍‌ର ଇତିହାସ ହିଁ ମାନବ ସଭ୍ୟତାର ଇତିହାସ, ଆମ ପ୍ରଗତିର ପ୍ରତୀକ ଓ ମାପଦଣ୍ଡ । ମାଓସେତୁଂଙ୍କ ସମୟରେ ଚୀନ୍‌ର ଗାଁ, ସହର, ବଜାରରେ ରହୁଥିବା ଲୋକେ ଭୋର୍‌ରୁ ଉଠି ଆଗ ନିଜ

୭୬

ବିକଳ୍ପ ବିଶ୍ୱ