ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିବେଶ ସଫା କଲା ପରେ କାମକୁ ଯାଉଥିଲେ । ଚୀନ୍ ପ୍ରଥମେ ପାଇଖାନାରୁ ରୋଷେଇ ଗ୍ୟାସ୍ ଉତ୍ପାଦନ ଆରମ୍ଭ କରିଥିଲା ।

ମହାତ୍ମାଗାନ୍ଧି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରୁଥିବା ଲୋକଙ୍କୁ ପ୍ରଥମେ ପବ୍ଲିକ୍ ଲାଟ୍ରିନ୍ ସଫା କରିବାକୁ କହୁଥିଲେ ଏବଂ ସାବରମତୀ ଆଶ୍ରମରେ ନିଜେ ଏହାର ନେତୃତ୍ୱ ନେଉଥିଲେ । ସେ ପୁଣି କହୁଥିଲେ ମତେ ଯଦି ଭାରତର ସ୍ୱାଧୀନତା ଓ ପରିମଳ - ଏ ଦୁଇଟି ମଧ୍ୟରୁ ପ୍ରଥମେ ଗୋଟିଏ ବାଛିବାକୁ କୁହାଯିବ, ମୁଁ ଆଗ ପରିମଳକୁ ବାଛିବି, କାରଣ ପ୍ରଥମ ସ୍ୱାଧୀନତା ହେଉଛି ପରିମଳ, ଶୌଚ ବ୍ୟବସ୍ଥା ଓ ନିର୍ମଳ ପରିବେଶ । ସମସ୍ତଙ୍କୁ ଜଣା, ବାପୁ ତୃତୀୟ ଶ୍ରେଣୀ ରେଳଯାତ୍ରା କରୁଥଲା ବେଳେ ପ୍ରଥମେ ସେଇ ରେଳ ବଗିଟିକୁ ସଫା କରି ଦେଉଥିଲେ । ଏବଂ ଯାହାଙ୍କୁ ବେଶୀ ଭଲ ପାଉଥିଲେ, ତାଙ୍କୁ ପେଟ ସଫାପାଇଁ ଏନିମା ଯନ୍ତ୍ରଟିଏ ଉପହାର ଦେଉଥିଲେ । ସ୍ୱାଧୀନତା ଆନ୍ଦୋଳନ ବେଳେ ଯେଉଁଠି ତାଙ୍କ ଶିବିର ଲାଗୁଥିଲା, ତା’ପୂର୍ବରୁ ପିଟ୍ ଲାଟ୍ରିନ୍ ବ୍ୟବସ୍ଥା କରାଯାଉଥିଲା । ଏହି ଦୃଷ୍ଟିରୁ ‘ସିମ୍ କେ ଡ଼କ୍’ଙ୍କ ପୂର୍ବରୁ ଆମ ରାଷ୍ଟ୍ରପିତା ଥିଲେ ପୃଥିବୀର ପ୍ରଥମ ଶ୍ରୀମାନ୍ ଟଏଲେଟ୍’ ବା ପାଇଖାନା ଆନ୍ଦୋଳନର ପିତା ।

୧୪ ଫେବୃଆରୀ, ୨୦୦୮

ବିକଳ୍ପ ବିଶ୍ୱ

୭୭